ETV Bharat / city

ଭାଇରାଲ ସଂରକ୍ଷଣ ତାଲିକାକୁ ଭରସା କରନ୍ତୁନି: ଅନନ୍ତ ନାରାୟଣ ଜେନା

author img

By

Published : Nov 21, 2021, 9:10 PM IST

Updated : Nov 21, 2021, 10:28 PM IST

ପୌର ନିର୍ବାଚନ ବା BMC ନିର୍ବାଚନକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସଂରକ୍ଷଣ ତାଲିକା ଉପରେ ଭରସା କରିବାକୁ ମନାକଲେ ଭୁବନେଶ୍ବର ମଧ୍ୟ ବିଧାୟକ । ଅଧିକ ପଢ଼ନ୍ତୁ

ଭାଇରାଲ ସଂରକ୍ଷଣ ତାଲିକାକୁ ଭରଷା କରନ୍ତୁନି: ଅନନ୍ତ ନାରାୟଣ ଜେନା

ଭୁବନେଶ୍ବର: ପୌର ନିର୍ବାଚନ ବା BMC ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଦାଖଲ ପରେ ରାଜଧାନୀ ରାଜନୀତି ବେଶ ସରଗରମ ହୋଇଉଠିଛି । ବନ୍ଦ ଲଫାପାରେ ସଂରକ୍ଷଣ ତାଲିକା ରହିଛି । ୨୭ଟି ୱାର୍ଡର କର୍ପୋରେଟର ଆସନ ପାଇଁ ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷିତ ରହିଛି । ଏଥିରେ ପଛୁଆ ବର୍ଗଙ୍କ ପାଇଁ ୧୮ଟି, ଅନୁସୂଚିତ ଜାତି(SC)ଙ୍କ ପାଇଁ ୬ଟି ଓ ଅନୁସୂଚିତ ଜନଜାତି(ଏସ୍‌ଟି)ଙ୍କ ପାଇଁ ୩ଟି ସ୍ଥାନ ସଂରକ୍ଷିତ ରଖାଯାଇଛି । ୨୦ଟି ଆସନ ସାଧାରଣ ବର୍ଗର ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ରହିଛି।

ଭାଇରାଲ ସଂରକ୍ଷଣ ତାଲିକାକୁ ଭରସା କରନ୍ତୁନି: ଅନନ୍ତ ନାରାୟଣ ଜେନା

କିନ୍ତୁ କେଉଁ ୱାର୍ଡରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇନି । ହେଲେ ଏହା ପୂର୍ବରୁ ସୋସିଆଲ ମିଡିଆର ବୁଲୁଥିବା ମିଛ ଲିଷ୍ଟକୁ ନେଇ
ବିଜେଡି ଆଶାୟୀଙ୍କ ମଧ୍ୟରେ ଛନକା ପଶିଗଲାଣି । ବହୁ ବର୍ଷ ଧରି ୱାର୍ଡ ଉପରେ ନିଜର ଦବ୍‌ଦବା ରଖିଥିବା ନେତାଙ୍କର ପତିଆରା ଏଥର ହ୍ରାସ ପାଇବାର ଆଶଙ୍କା ଥିବାରୁ ଚିନ୍ତାରେ ପଡ଼ି ଯାଇଛନ୍ତି ନେତାଏ ।

ସେପଟେ ସଂରକ୍ଷଣକୁ ନେଇ ସରକାରୀସ୍ତରରେ କିଛି ସ୍ପଷ୍ଟୀକରଣ ହୋଇନଥିବା କଥା କହିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଏଥିପାଇଁ ବ୍ୟସ୍ତ ନେହେବାକୁ ସେ ନେତାଙ୍କୁ କହିଛନ୍ତି । ସଂରକ୍ଷଣକୁ ନେଇ ଯେତେବେଳେ ସରକାର ମତ ଓ ଆପତ୍ତି ମାଗିବେ ସେତେବେଳେ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ବୋଲି ଧରାଯିବ ବୋଲି କହିଛନ୍ତି ଅନନ୍ତ ନାରାୟଣ ଜେନା।

ନେତାମାନେ ସମୟକୁ ଅପେକ୍ଷା କରନ୍ତୁ ମିଛ ସଂରକ୍ଷଣକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ସଂରକ୍ଷଣ ଯାହା ହେଉ ଲୋକଙ୍କ ସେବା ଆମେ କରିବୁ । ନିର୍ବାଚନ ଖାଲି ଏକ ପ୍ରକ୍ରିୟା ବୋଲି କହିଛନ୍ତି ପୂର୍ବତନ କର୍ପୋରେଟର ଅମରେଶ ଜେନା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 21, 2021, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.