ETV Bharat / city

ପତ୍ନୀଙ୍କ ସ୍ମୃତିରେ ‘ମୋ ସ୍କୁଲ୍ ଅଭିଯାନ’କୁ ଦେଲେ ୧.୫ ଲକ୍ଷ ଟଙ୍କା - donated Rs 1.5 lakh 'My School Campaign'

ସ୍ୱର୍ଗତ ପତ୍ନୀଙ୍କ ସ୍ମୃତିରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଭୁବନେଶ୍ବର ବାସିନ୍ଦା ଚୈତନ୍ୟ । ଅଧିକ ପଢନ୍ତୁ....

ପତ୍ନୀଙ୍କ ସ୍ମୃତିରେ ‘ମୋ ସ୍କୁଲ୍ ଅଭିଯାନ’କୁ ଦେଲେ ୧.୫ ଲକ୍ଷ ଟଙ୍କା

author img

By

Published : May 17, 2021, 7:09 PM IST

ଭୁବନେଶ୍ବର: ସ୍ୱର୍ଗତ ପତ୍ନୀ ଶ୍ରୀମତି କାମିନୀ ସ୍ୱାଇଁଙ୍କ ସ୍ମୃତିରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଭୁବନେଶ୍ବରର ଚୈତନ୍ୟ ସ୍ୱାଇଁ । ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ବ୍ଲକ୍‌ର ଉହାଙ୍ଗ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ପାଠାଗାର ନିର୍ମାଣ କରିବାକୁ ସେ ୧ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି ।

ପତ୍ନୀଙ୍କ ସ୍ମୃତିରେ ‘ମୋ ସ୍କୁଲ୍ ଅଭିଯାନ’କୁ ଦେଲେ ୧.୫ ଲକ୍ଷ ଟଙ୍କା
ପତ୍ନୀଙ୍କ ସ୍ମୃତିରେ ‘ମୋ ସ୍କୁଲ୍ ଅଭିଯାନ’କୁ ଦେଲେ ୧.୫ ଲକ୍ଷ ଟଙ୍କା
ପତ୍ନୀଙ୍କ ସ୍ମୃତିରେ ‘ମୋ ସ୍କୁଲ୍ ଅଭିଯାନ’କୁ ଦେଲେ ୧.୫ ଲକ୍ଷ ଟଙ୍କା
ପତ୍ନୀଙ୍କ ସ୍ମୃତିରେ ‘ମୋ ସ୍କୁଲ୍ ଅଭିଯାନ’କୁ ଦେଲେ ୧.୫ ଲକ୍ଷ ଟଙ୍କା

ଗତ ୬ ତାରିଖରେ କୋଭିଡ୍‌ରେ ସଂକ୍ରମିତ ହୋଇ ଶ୍ରୀମତି ସ୍ୱାଇଁଙ୍କ ପରଲୋକ ଘଟିଥିଲା । ରବିବାର ତାଙ୍କ ଏକାଦଶହ ଅବସରରେ ସ୍ୱାମୀ ଚୈତନ୍ୟ ସ୍ୱାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଦେଢ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ବ୍ଲକ୍ ଅଧ୍ୟକ୍ଷ ଏମ୍‌. ଖଟୋଇ, ବ୍ଳକ୍ ଶିକ୍ଷା ଅଧିକାରୀ ହିଂମାଶୁ ଭୁଷଣ ସମର୍ଥ, ବିଦ୍ୟାଳୟ ପ୍ରଧାନଶିକ୍ଷକ କୃପାସିନ୍ଧୁ ପ୍ରଧାନ, ସରପଞ୍ଚ ପୁଷ୍ପଲତା ରାଉତରାୟ, ବିଦ୍ୟାଳୟର ମୋ ସ୍କୁଲ୍ କମିଟି ସଭାପତି ବିପିନ ବିହାରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ୱର୍ଗତ ସ୍ୱାଇଁଙ୍କ ୩ ପୁତ୍ର ନିହାର ରଞ୍ଜନ ସ୍ୱାଇଁ, ପୁଷ୍ପକ ରଞ୍ଜନ ସ୍ୱାଇଁ ଏବଂ ଦିପ୍ତିରଞ୍ଜନ ସ୍ୱାଇଁ ମିଳିତ ଭାବେ ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଦୁଇଗୁଣ ଆର୍ଥିକ ସହାୟତାକୁ ମିଶାଇ ମୋଟ ୪.୫ ଲକ୍ଷ ଟଙ୍କାରେ ଏକ ଉଚ୍ଚକୋଟୀର ପାଠାଗାରର ନିର୍ମାଣ କରାଯିବାର ଲକ୍ଷ ରଖାଯାଇଛି । ଏହାସହ ସ୍କୁଲ୍ କମିଟି ଦ୍ୱାରା ମୋ ସ୍କୁଲ୍ ଅଭିଯାନ ମାଧ୍ୟମରେ କିଭଳି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କରାଯାଇପାରିବ ସେନେଇ ଚୈତନ୍ୟ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.