ETV Bharat / city

ସାପ ପାଇଁ ଜୀବନ ଦେଲା ଜେଡି, ଝୁରୁଛନ୍ତି ମାଲିକ - କୁକୁର ସାହସିକତା

ଭୁବନେଶ୍ବରରେ ସାପ-କୁକୁର ଲଢେଇ । ମାଲିକକୁ ବଞ୍ଚାଇବାକୁ ଯାଇ ବିଷଧର ସାପକୁ ମାରି ପ୍ରାଣ ହରାଇଲା କୁକୁର । ସାବାସି ଜଣାଇଲେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ । ଅଧିକ ପଢନ୍ତୁ...

ନାଗ କବଳରୁ ମାଲିକକୁ ବଞ୍ଚାଇ କୁକୁର ମୃତ
ନାଗ କବଳରୁ ମାଲିକକୁ ବଞ୍ଚାଇ କୁକୁର ମୃତ
author img

By

Published : Aug 17, 2021, 8:28 AM IST

ଭୁବନେଶ୍ୱର: ପୋଖରୀପୁଟ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ମାଲିକଙ୍କୁ ବଞ୍ଚାଇବାକୁ ଯାଇ ବିଷଧର ନାଗ ସହ ମୁହାଁମୁହିଁ ହୋଇଛି ଏକ ପୋଷା ବିଦେଶୀ କୁକୁର । ସାପକୁ ମାରିବା ସହ ସାପ ଦଂଶନରେ ଜୀବନ ହାରିଛି କୁକୁର ।

ପୋଖରୀପୁଟ କେଶରୀ ଭିଲ୍ଲା ପ୍ଲଟ୍ ନମ୍ବର 24 ରେ ରୁହନ୍ତି ଶ୍ରୀମତୀ ମିନତୀ ପାଳଙ୍କ ପରିବାର । ଅପରାହ୍ନରେ ମିନତୀ ଘର ବାହାରକୁ ଆସି ଦେଖିଲେ ଯେ, ଏକ ବଡ଼ ନାଗ ସାପ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛି । ମିନତୀଙ୍କୁ ଦେଖି ନାଗ ଫଣା ଟେକି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଠିକ ଏହି ସମୟରେ ମିନତୀଙ୍କ ପୋଷା ଲାବ୍ରାଡର କୁକୁର JD ଘର ଭିତରୁ ଆସିଥିଲା । ମିନତୀ କିଛି ବୁଝିବା ପୂର୍ବରୁ ଏକ ବର୍ଷ 10 ମାସର JD ନାଗ ଦେହକୁ ମଝିରୁ ଧରି ଝଟକା ଦେଇ ବାହାରକୁ ଫୋପାଡ଼ି ଦେଇଥିଲା । ଏହା ପରେ 4 ଫୁଟ ଲମ୍ବର ନାଗ ସାପଟି ମଧ୍ୟ କୁକୁରକୁ ଆକ୍ରମଣ କରିବାକୁ ଲାଗିଲା ।

ଭୟଭୀତ ମିନତୀ ଛାତ ଉପରକୁ ଯାଇ ସାପକୁ ଛାଡି ଦେବା ପାଇଁ କୁକୁରକୁ ବାରମ୍ବାର ଚେତାବନୀ ଦେଉଥାନ୍ତି । ହେଲେ JD ନଛୋଡବନ୍ଧା । ପ୍ରାୟ ଅଧ ଘଣ୍ଟା ଚାଲିଥିଲା ନାଗ ଓ କୁକୁର ଲଢେଇ । ସାପକୁ ନୟାନ୍ତ କରି ଦେଲା କୁକୁର JD । କିଛି ସମୟ ଭିତରେ ସାପଟି ନିସ୍ତେଜ ହୋଇ ଶୋଇଗଲା ।

ସାପ ସହ ଲଢେଇରେ ସର୍ପ ଦଂଶନର ଶିକାର ହୋଇ JD ମଧ୍ୟ ଅସୁସ୍ଥ ହେବାରେ ଲାଗିଲା । ମୀନତି ଏନେଇ ଖବର ଦେବା ପରେ ତାଙ୍କ ପୁଅ ସୁମିତ JD କୁ ସହିଦନଗର ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ଡାକ୍ତର JD କୁ ମୃତ ଘୋଷଣା କରିଛନ୍ତି ।

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ JD ର ସାହସକୁ ପ୍ରଶଂସା କରି କହିଛନ୍ତି ଯେ, 'କୁକୁର ହେଲେ ବି JD ପ୍ରମାଣ କରିଦେଲା ଯେ ମାଲିକ ପାଇଁ ପଶୁ ବି ଜୀବନ ଦେଇପାରେ । JD ର ବାରମ୍ବାର କାମୁଡ଼ା ଯୋଗୁଁ ଆଭ୍ୟନ୍ତରୀଣ ଅଙ୍ଗ କଣା ହେବା ଯୋଗୁଁ ନାଗଟି ମଲା । ସେହିପରି ନାଗର ବାରମ୍ବାର ଦଂଶନରେ ଅଧିକ ମାତ୍ରାରେ ବିଷ ଦେହକୁ ଯାଇଥିବାରୁ କୁକୁରର ମୃତ୍ୟୁ ହୋଇଛି । ନାଗ ସାପର ନ୍ୟୁରୋଟକ୍ସିନ ବିଷ ହେତୁ କୁକୁରଟି ଖୁବ କମ ସମୟରେ ଜୀବନ ହାନି ଘଟିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.