ETV Bharat / city

ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଡାକ୍ତରୀ ଛାତ୍ରଛାତ୍ରୀ

ରାଜ୍ୟର ବିଭିନ୍ନ ମେଡିକାଲ କଲେଜରୁ ପଢ଼ିବା ପରେ ବି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ନିଯୁକ୍ତି । ନିଯୁକ୍ତି ଦାବିରେ ରାଜରାସ୍ତା ଓହ୍ଲାଇଲେ ଏହି ଡାକ୍ତର ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଡାକ୍ତରୀ ଛାତ୍ରଛାତ୍ରୀ
ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଡାକ୍ତରୀ ଛାତ୍ରଛାତ୍ରୀ
author img

By

Published : Dec 8, 2021, 9:05 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜରୁ ପଢ଼ିବା ପରେ ବି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ନିଯୁକ୍ତି । ନିଯୁକ୍ତି ଦାବିରେ ରାଜରାସ୍ତା ଓହ୍ଲାଇଲେ ଏହି ଡାକ୍ତର ଛାତ୍ରଛାତ୍ରୀ । ରାଜଧାନୀର ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଛନ୍ତି ଏହି ଯୁବ ଡାକ୍ତର ।

ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଡାକ୍ତରୀ ଛାତ୍ରଛାତ୍ରୀ

ରାଜ୍ୟର ପାଖାପାଖି ୧ ହଜାର ୬ଶହ ଡାକ୍ତର ବେକାର ହୋଇ ବସିଛନ୍ତି । ବାରମ୍ବାର ସରକାରଙ୍କୁ ଏନେଇ ଅବଗତ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ଶେଷରେ ବାଧ୍ଯ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଯଥାଶୀଘ୍ର ଏ ଦିଗରେ ରାଜ୍ୟ ପଦକ୍ଷେପ ନନେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଓଡ଼ିଶାର ବେକାରୀ ଡାକ୍ତର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଗୋଟିଏ ପଟେ ରାଜ୍ୟରେ ଡାକ୍ତର ଅଭାବ ଥିବା ନେଇ ସରକାର କହୁଥିବାବେଳେ ଅନ୍ୟପଟେ ଦୋମୁହାଁ ନୀତି ଆପଣେଇ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉନି । ଏହାକୁ ନେଇ ଡାକ୍ତରମାନେ ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରି ନିଜ ଦାବି ଉପସ୍ଥାପନ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.