ETV Bharat / city

ବନ୍ଦ ନହେଉ ସାଂସଦ କୋଟା ବ୍ୟବସ୍ଥା: ମୁନ୍ନା ଖାଁ - ଉଛେଦ ନହେଉ କୋଟା ବ୍ୟବସ୍ଥା

ସ୍ଥଗିତ ହୋଇଛି କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ନେଇ ସାଂସଦଙ୍କ କୋଟା ବ୍ୟବସ୍ଥା । ଏହାକୁ ବିରୋଧ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ଗରିବ ପିଲାଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି କୋଟା ବଢାଯାଉ ନହେଲେ ଯାହା ଥିଲା ତାହା ଦିଆଯାଉ ବୋଲି ମୁନ୍ନା ଦାବି କରିଛନ୍ତି । ଅଧିକ

ମୁନା ଖାଁ
ମୁନା ଖାଁ
author img

By

Published : Apr 16, 2022, 10:26 PM IST

ଭୁବନେଶ୍ବର: ସ୍ଥଗିତ ହୋଇଛି କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ନେଇ ସାଂସଦଙ୍କ କୋଟା ବ୍ୟବସ୍ଥା । ଏହାକୁ ବିରୋଧ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ଗରିବ ପିଲାଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି କୋଟା ବଢାଯାଉ ନହେଲେ ଯାହା ଥିଲା ତାହା ଦିଆଯାଉ ବୋଲି ମୁନ୍ନା ଦାବି କରିଛନ୍ତି ।

ବନ୍ଦ ନହେଉ ସାଂସଦ କୋଟା ବ୍ୟବସ୍ଥା

ମୁନ୍ନା କହିଛନ୍ତି ଯେ, ବହୁ ସାଂସଦ କୋଟା ବଢେଇବା ପାଇଁ ସଂସଦରେ ଦାବି କରିଥିଲେ । ଜନସଂଖ୍ୟାକୁ ନଜର ଦେଲେ ଜଣେ ସାଂସଦଙ୍କ ୧୦ ଟା ସିଟ ବହୁତ କମ ହେଇଯାଉଛି । ବହୁତ ଗରୀବ ପିଲା କେଭିରେ ନାମ ଲେଖାଇ ପାରୁନାହାଁନ୍ତି । ତେଣୁ କୋଟାରେ ନାମ ଲେଖାଇବାକୁ ଆସୁଛନ୍ତି । କିଛି ସାଂସଦ ରାଗିକି କହିଥିଲେ, ଯଦି ବଢଉଛ ବଢାଅ ନହେଲେ ବନ୍ଦ କରିଦିଅ । ଶିକ୍ଷାମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ବଢେଇବାକୁ ଦାବି କରିଥିଲି । ସେ କହିଥିଲେ ଗୋଟିଏ ଭଲ ପଦକ୍ଷେପ ନେବା । କିଛି ସିଟ ବଢିଲେ ଗରୀବ ପିଲା ଉପକୃତ ହେବେ । କିନ୍ତୁ କୋଟା ସ୍ଥଗିତ ବା ଉଚ୍ଛେଦ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଉଚିତ କଥା ହେବନାହିଁ ।

ମନ୍ତ୍ରୀଙ୍କୁ ଅନୁରୋଧ କରିବି ଏଭଳି ନିଷ୍ପତ୍ତି ନ ନିଅନ୍ତୁ । ଗରୀବ ପିଲାଙ୍କ ପାଠ ପଢା ଖରାପ ନହେଉ । ସାଂସଦଙ୍କ କୋଟା ବଢାଯାଉ । ନହେଲେ ଯାହା ଥିଲା ତାହା ଦିଆଯାଉ । ଅନୁରୋଧ କରିବି କି କୋଟା ବ୍ୟବସ୍ଥା ବନ୍ଦ କରାନଯାଉ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.