ETV Bharat / city

ନିୟମାବଳୀ ଅନୁଯାୟୀ ଖର୍ଚ୍ଚ ହେଉନି DMF ପାଣ୍ଠି, ଶାସକ ବିଧାୟକଙ୍କ ଉଦ୍‌ବେଗ - ଶାସକ ବିଧାୟକଙ୍କ ଉଦ୍‌ବେଗ

ଡିଏମଏଫ ବା ଜିଲ୍ଲା ଖଣିଜ ପାଣ୍ଠି ବେନିୟମ ଭାଵେ ଖର୍ଚ୍ଚ ହେଉଛି । ଖଣି ଅଞ୍ଚଳର ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଖର୍ଚ୍ଚ ହେଵା ଵଦଳରେ ଅନ୍ୟ ଅଞ୍ଚଳରେ କରାଯାଉଛି । ଏନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଶାସକ ଦଳର ବିଧାୟକ କିଶୋର ମହାନ୍ତି ।

ଡିଏମଏଫ ପାଣ୍ଠି
ନିୟମାବଳୀ ଅନୁଯାୟୀ ଖର୍ଚ୍ଚ ହେଉନି ଡିଏମଏଫ ପାଣ୍ଠି, ଶାସକ ବିଧାୟକଙ୍କ ଉଦ୍‌ବେଗ
author img

By

Published : Nov 28, 2019, 12:15 PM IST

ଭୁବନେଶ୍ବର: ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚକୁ ନେଇ ଶାସକ ଦଳ ବିଧାୟକ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଡିଏମଏଫ ପାଣ୍ଠି ନିୟମାବଳୀ ଅନୁଯାଇ ଖଣି ଅଞ୍ଚଳରେ 10 କିଲୋମିଟର ମଧ୍ୟରେ ଖର୍ଚ୍ଚ ହେଉନି । ଏପରିକି ଡିଏମଏଫ ଟ୍ରଷ୍ଟ ବୋର୍ଡ ମଧ୍ୟ ଗଠନ ହେଉନି । ତେବେ ଟ୍ରଷ୍ଟ ବୋର୍ଡ ତ ନାହିଁ କୋଟି କୋଟି ଟଙ୍କା କେମିତି ଆଉ କେଉଁ ଆଧାରରେ ଖର୍ଚ୍ଚ ହେଉଛି ବୋଲି ବିଜେଡି ଵିଧାୟକ କିଶୋର ମହାନ୍ତି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ।

ନିୟମାବଳୀ ଅନୁଯାୟୀ ଖର୍ଚ୍ଚ ହେଉନି ଡିଏମଏଫ ପାଣ୍ଠି, ଶାସକ ବିଧାୟକଙ୍କ ଉଦ୍‌ବେଗ

ଆଇନ ଅନୁସାରେ ପାଣ୍ଠି ଖର୍ଚ୍ଚ ହେଉଥିବା ବିଧାୟକ ଅଭିଯୋଗ କରିଛନ୍ତି । ତେବେ ଡିଏମଏଫକୁ ସ୍ଥାନୀୟ ଅଞ୍ଚଳରେ ବିନିଯୋଗ କେମିତି ସୁଚାରୁରୂପେ ହେବ, ତାକୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ପାଣ୍ଠି ବିନିଯୋଗ ଗାଇଡଲାଇନର ଯେଭଳି ଉଲ୍ଲଙ୍ଘନ ନ ହୁଏ, ସେ ଦିଗରେ ନିଶ୍ଚିତ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି 2015-16ରେ ଝାରସୁଗୁଡା ଡିଏମଏଫ ପାଣ୍ଠିରେ 662 କୋଟି 93 ଲକ୍ଷ ଟଙ୍କା ସଂଗୃହିତ ହୋଇଛି । ଡିଏମଏଫ ପାଣ୍ଠିରୁ 652ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିସହ 34 ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ।

ଭୁବନେଶ୍ବରରୁ ଅଜିତ ଦାଶ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଡିଏମଏଫ ବା ଜିଲ୍ଲା ଖଣିଜ ପାଣ୍ଠି ବେନିୟମ ଭାଵେ ଖର୍ଚ୍ଚ ହେଉଛି। ଖଣି ଏରିଆର ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଖର୍ଚ୍ଚ ହେଵା ଵଦଳରେ ଅନ୍ୟ ଅଞ୍ଚଳରେ କରାଯାଉଛି। ଵହୁ ଜିଲ୍ଲାରେ ଏହି ପାଣ୍ଠିର ଖର୍ଚ୍ଚ ଲାଗି ଟ୍ରଷ୍ଟ ବୋର୍ଡ ହୋଇନି। ଟ୍ରଷ୍ଟ ବୋର୍ଡ ତ ନାହିଁ, ତେବେ କୋଟି କୋଟି ଟଙ୍କା କେମିତି ଆଉ କେଉଁ ଆଧାରରେ ଖର୍ଚ୍ଚ ହେଉଛି ବୋଲି ବିଜେଡି ଵିଧାୟକ କିଶୋର ମହାନ୍ତି ଉଦବେଗ ପ୍ରକାଶ କଲେ।
ତେବେ ଡିଏମଏଫକୁ ସ୍ଥାନୀୟ ଅଞ୍ଚଳରେ ବିନିଯୋଗ କେମିତି ସୁଚାରୁରୂପେ ହେବ, ତାକୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାକୁ ମନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି। ପାଣ୍ଠି ବିନିଯୋଗ ଗାଇଡଲାଇନର ଯେଭଳି ଉଲ୍ଲଂଘନ ନ ହୁଏ, ସେ ଦିଗରେ ନିଶ୍ଚିତ କରିବେ।
ଆଇନ୍ ଅନୁସାରେ ଖର୍ଚ୍ଚ ହେଉନି (DMF )ଜିଲ୍ଲା ଖଣିଜ ପାଣ୍ଠି । ଟ୍ରଷ୍ଟ ବୋର୍ଡ ଗଠନ ନ ହୋଇ କେମିତି ଖର୍ଚ୍ଚ ହେଉଛି ଟଙ୍କା। ପ୍ରଶ୍ନକାଳ ରେ ଏହି ପ୍ରସଙ୍ଗ ଉଠାଇଲେ ଶାସକ ଦଳ ବିଧାୟକ କିଶୋର ମହାନ୍ତି। ଅଭିଯୋଗ କଲେ ଗାଇଡଲାଇନ କୁ ନ ମାନି ଖଣି ଅଞ୍ଚଳ ବାହାରେ ଖର୍ଚ୍ଚ ହେଉଛି ଟଙ୍କା।
ବାଚସ୍ପତି ଙ୍କ ରୂଲିଂ, ମନ୍ତ୍ରୀ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ଗାଇଡ ଲାଇନ ଉଲଘଂନ ନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ।
ମନ୍ତ୍ରୀ ଙ୍କ ଉତ୍ତର,DMF ରେ ଝାରସୁଗୁଡ଼ା ରୁ ୬୬୨.୯୩ କୋଟି ସଂଗୃହିତ ହୋଇଛି। ୬୫୨ ଟି ପ୍ରକଳ୍ପ ହାତକୁ ନିଆଯାଇଛି। ୩୪ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। ଝାରସୁଗୁଡ଼ା ରେ ଟ୍ରଷ୍ଟ ବୋର୍ଡ ଗଠନ ହୋଇଛି। ଅନ୍ୟ ଜାଗାରେ ଖର୍ଚ୍ଚ କରି ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଵଢୁଛି।Body:ବାଇଟ କିଶୋର ମହାନ୍ତି, ବିଜେଡି ବିଧାୟକ
ବାଇଟ ପ୍ରଫୁଲ୍ଲ ମାଲିକ, ଖଣି ମନ୍ତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.