ETV Bharat / city

‘ଆସନ୍ତା ୩ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ’ - ଡ଼ିଏମଇଟି ସିବିକେ ମହାନ୍ତି

ଆରମ୍ଭ ହୋଇଛି ପାର୍ବଣ ଋତୁ । କୋଭିଡ ଆପ୍ରୋପ୍ରିଏଟ ବିହେଭିହର(ଉପଯୁକ୍ତ ଆଚରଣ) ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ପଢନ୍ତୁ...

‘ଏ ୩ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ’
‘ଏ ୩ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ’
author img

By

Published : Sep 17, 2021, 1:49 PM IST

ଭୁବନେଶ୍ବର: ଆରମ୍ଭ ହୋଇଛି ପାର୍ବଣ ଋତୁ । ଏହି ସମୟରେ ଭିଡ ଆରମ୍ଭ ହୋଇଥାଏ। ତେଣୁ ଏହି 3 ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ସମୟକୁ ଲକ୍ଷ ରଖି କେନ୍ଦ୍ର ଶାସନ ସଚିବ ସତର୍କ କରାଇଛନ୍ତି। ଏପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଲୋକମାନଙ୍କୁ ସଚେତନ କରାଯାଉଛି। କୋଭିଡ଼ ଆପ୍ରୋପ୍ରିଏଟ ବିହେଭିଅର(ଉପଯୁକ୍ତ ଆଚରଣ) କିଭଳି ଭାବରେ ପାଳନ ହେବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ ଟୀକାକରଣ ଆଗେଇ ଚାଲିଛି। ଯେତିକି ଟିକା ମିଳୁଛି ତାହା କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କାର୍ଯ୍ୟ ଚାଲିଛି।

‘ଏ ୩ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ’

ଏନେଇ ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି। ଭୁବନେଶ୍ୱରରେ ସଂକ୍ରମଣର କାରଣ ହେଉଛି ଭୁବନେଶ୍ୱର ହେଉଛି ଏକ ହେଲଥ ହବ। ରାଜ୍ୟର ସମସ୍ତ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ଲୋକମାନେ ଏଠାକୁ ଆସୁଛନ୍ତି। ହସ୍ପିଟାଲ ଯିବା ପୂର୍ବରୁ ସେମାନଙ୍କର ସ୍କ୍ରିଙ୍ଗ ହେଉଛି। ଭୁବନେଶ୍ୱରର ରାସ୍ତାଘାଟ, ବଜାର ସବୁଠି ଭିଡ଼ ଦେଖିବାକୁ ମିଳୁଛି। ଟ୍ରେସିଂ ହେଉଛି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ସେଥିପାଇଁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ 0.96 ପ୍ରତିଶତ ଟିପିଆର ରହିଥିବା ବେଳେ କଟକରେ 2.09, ଖୋର୍ଦ୍ଧାରେ 2.61 , ଯାଜପୁରରେ 1.16, ଜଗତସିଂହପୁରରେ 1.37 ଟିପିଆର ରହିଛି। ବର୍ତ୍ତମାନ ସୁଧା ଖୋର୍ଦ୍ଧା ଜିଲ୍ଲା ରେଡ଼ ଜୋନରେ ରହିଛି। ବାକି ସମସ୍ତ ଜିଲ୍ଲା ଗ୍ରୀନ ଜୋନରେ ରହିଛି ବୋଲି ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.