ETV Bharat / city

‘ଆବଶ୍ୟକ ପଡିଲେ ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ ହେବ’

author img

By

Published : Aug 19, 2021, 12:55 PM IST

ଶିଶୁଙ୍କୁ ସଂକ୍ରମଣ ଚିନ୍ତା । ବର୍ତ୍ତମାନ ଶିଶୁ ଆକ୍ରାନ୍ତ ସଂଖ୍ୟା 100 ଉପରେ ରହୁଛି । ଅଧିକ ପଢନ୍ତୁ...

ଶିଶୁଙ୍କୁ ସଂକ୍ରମଣ ଚିନ୍ତା, ଆବଶ୍ୟକ ପଡିଲେ ହେବ ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ

ଭୁବନେଶ୍ବର: ଶିଶୁଙ୍କୁ ସଂକ୍ରମଣ ଚିନ୍ତା । ବର୍ତ୍ତମାନ ଶିଶୁ ଆକ୍ରାନ୍ତ 100 ଉପରେ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ମଧ୍ୟ ଶିଶୁ ସଂକ୍ରମଣ ଏଭଳି ରହୁଥିଲା । ଆମର ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରିବାର ଅଛି । ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି, ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ । ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେନେରାଲ ବେଡ଼, ଆଇସିୟୁ ବେଡ଼, ଏଚଡିୟୁ ବେଡ଼ ଓ ଭେଣ୍ଟିଲେଟର ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି ।

ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ, ସବ ଡିଭିଜନାଲ ହସ୍ପିଟାଲ, ସିଏଚସି ଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ଼ ବ୍ୟବସ୍ଥା ହୋଇଛି । କୋଭିଡ ହସ୍ପିଟାଲଗୁଡ଼ିକରେ ମଧ୍ୟ ଶିଶୁଙ୍କ ଲାଗି ବେଡ଼ ସରଂକ୍ଷଣ କରାଯାଇଛି । ବର୍ତ୍ତମାନ ସ୍ଥିତିରେ କେହି ଆତଙ୍କିତ ହେବା ଅନୁଚିତ । ସରକାର ଏହାକୁ ପ୍ରତିଦିନ ମନିଟରିଂ କରୁଛନ୍ତି । ଯାହା ପଦକ୍ଷେପ ନେବା କଥା ନିଆଯାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ଯ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ 3 ହଜାର ବେଡ ବ୍ୟବସ୍ଥା କରାଯାଇଛି । ଏହା ଛଡ଼ା ଆହୁରି ବେଡ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି ରହିଛି । ଯଦି ଆବଶ୍ୟକ ହୁଏ ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ କରାଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ରାଜ୍ୟ ସ୍ଵାସ୍ଥ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ 5 ଦିନ ମଧ୍ୟରେ 604ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏହି ଶିଶୁମାନେ ଅଧିକ ଗୁରୁତର ନଥିବା କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.