ETV Bharat / city

DMET ସିବିକେ ମହାନ୍ତିଙ୍କୁ ପୁନଃନିଯୁକ୍ତି - ସିବିକେ ମହାନ୍ତି

ରାଜ୍ୟରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି DMET ସିବିକେ ମହାନ୍ତିଙ୍କୁ ପୁନଃନିଯୁକ୍ତି କରାଯାଇଛି । ଅଧିକ ପଢନ୍ତୁ...

DMET ସିବିକେ ମହାନ୍ତିଙ୍କୁ ପୁନଃନିଯୁକ୍ତି
DMET ସିବିକେ ମହାନ୍ତିଙ୍କୁ ପୁନଃନିଯୁକ୍ତି
author img

By

Published : May 1, 2021, 7:37 AM IST

ଭୁବନେଶ୍ବର: ରାଜ୍ୟ ସରକାର DMET ସିବିକେ ମହାନ୍ତିଙ୍କୁ ପୁନଃନିଯୁକ୍ତି ଦେଇଛନ୍ତି । ଅବସର ପରେ ସିବିକେ ମହାନ୍ତିଙ୍କୁ ସରକାର ପୁନଃନିଯୁକ୍ତି ଦେଇଛନ୍ତି । କୋରୋନା ମହାମାରୀରେ ତାଙ୍କର ଅଭିଜ୍ଞତା ଓ ଆବଶ୍ୟକତା ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତା 3 ମାସ ପର୍ଯ୍ୟନ୍ତ ସିବିକେ ମହାନ୍ତିଙ୍କୁ ପୁନଃନିଯୁକ୍ତି ଦେଇଛନ୍ତି ସରକାର । ଶୁକ୍ରବାର ସରକାରୀ ଭାବେ ସିବିକେ ମହାନ୍ତିଙ୍କର କାର୍ଯ୍ୟର ଶେଷ ଦିନ ଥିଲା । ପୁନଃନିଯୁକ୍ତି ପରେ ସେ ଆସନ୍ତା 3 ମାସ ପର୍ଯ୍ୟନ୍ତ ସେହି ପଦବୀରେ ରହିବେ । କୋରୋନା ମହାମାରୀ ନିୟନ୍ତ୍ରଣ ହେବା ପରେ ସରକାର ନୂଆ DMET ନିଯୁକ୍ତି କରିବେ । କୋରୋନା ସଂକ୍ରମଣ ରାଜ୍ୟରେ ଭୟାବହ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଗତ କିଛି ଦିନ ଧରି ସଂକ୍ରମଣ 6 ହଜାରରୁ 8 ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି । ସଂକ୍ରମଣକୁ ରୋକିବା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶାସନ କୋଭିଡ ନିୟମକୁ କଡାକଡି ଲାଗୁ କରିଥିବା ବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.