ETV Bharat / city

ଏବର୍ଷ ଶ୍ରଦ୍ଧାଳୁ ଦେଖିବେ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ, ଚାଲିଛି ପ୍ରସ୍ତୁତି

author img

By

Published : Mar 16, 2021, 9:07 PM IST

ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ଚଳିତ ବର୍ଷ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି । ଅଧିକ ପଢନ୍ତୁ...

ଏବର୍ଷ  ଶ୍ରଦ୍ଧାଳୁ ଦେଖିବେ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ, ଚାଲିଛି ପ୍ରସ୍ତୁତି
ଏବର୍ଷ ଶ୍ରଦ୍ଧାଳୁ ଦେଖିବେ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ, ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର : ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୃଙ୍ଖଳିତ ଭାବେ ହାଣ୍ଡି ଭଙ୍ଗା ଯାତ୍ରା ଆୟୋଜନ କରିବା ପାଇଁ ହୋଇଛି ଆଲୋଚନା ।

କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ପ୍ରଶାସନ ପକ୍ଷରୁ ବିଚାର ବିମର୍ଶ କରାଯାଇଛି । ବୁଧବାର ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ହାଣ୍ଡି ଭଙ୍ଗା ଯାତ୍ରାରେ ସହଯୋଗ କରିବା ପାଇଁ ନିବେଦନ କରିବ ଜିଲ୍ଲା ପ୍ରଶାସନ ।
୨୦୧୫ରୁ ପ୍ରଭୁ ଲିଙ୍ଗରାଜଙ୍କର ହାଣ୍ଡି ଭାଙ୍ଗି ଯାତ୍ରା ବନ୍ଦ ରହିଥିବାବେଳେ ଚଳିତ ବର୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯାତ୍ରା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ ।

ପ୍ରଭୁ ଲିଙ୍ଗରାଜଙ୍କ ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ଆୟୋଜନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବୈଠକ ବସିଛି । ଦେବତ୍ତୋର ବିଭାଗ ଅତିରିକ୍ତ କମିଶନର, ବିଏମସି ଅତିରିକ୍ତ କମିଶନର, ଲିଙ୍ଗରାଜ ମନ୍ଦିର ପ୍ରଶାସକ ଓ ବରିଷ୍ଠ ପୋଲିସ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।

ମିଳିଥିବା ତଥ୍ୟ ଅନୁସାରେ 2016 ଅଁଳା ନବମୀ ଦିନ କପିଳେଶ୍ବର ମନ୍ଦିରରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଆଉ ସେହି ଦିନ ଠାରୁ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି । ଶେଷରେ ପ୍ରଶାସନ ସେବାୟତଙ୍କ ଦୀର୍ଘଦିନର ଦାବି ମାନିବା ପରେ ଚଳିତ ବର୍ଷ ହାଣ୍ଡିଭଙ୍ଗା ଯାତ ହେବ ବୋଲି ଘୋଷଣା ହୋଇଛି । ଏଥିସହ ପ୍ରାଚୀନ ପରମ୍ପରା ପୁଣି ଆରମ୍ଭ ହେବ ବୋଲି ଆଶା ସଂଞ୍ଚାର ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.