ଭୁବନେଶ୍ବର: ନିଶା ବେପାରୀଙ୍କ ଘର ଭାଙ୍ଗିଲା ବିଏମସି ଓ କମିଶନରେଟ ପୋଲିସ । ନିଶା କାରବାରକୁ ନେଇ ହଳଦୀପଡିଆ ବସ୍ତିର କିଛି ଘରକୁ ଭାଙ୍ଗିଛି ପ୍ରଶାସନ । ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ହଳଦୀ ପଡିଆରେ ଚାଲିଥିଲା ବ୍ରାଉନସୁଗାର କାରବାର । ଯାହାକୁ ନେଇ ବିଏମସି, ବିଡିଏ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଭଙ୍ଗାଯାଉଛି ।
ରାଜଧାନୀର ହଳଦୀପଡିଆ କହିଲେ ବ୍ରାଉନସୁଗାର ବେପାରର ପେଣ୍ଠସ୍ଥଳ । ପୂର୍ବରୁ ସ୍ପେଶାଲ ଡ୍ରାଇଭିଂ ଚାଲିଥିବାବେଳେ ଲକ୍ଷ୍ମୀସାଗର ଥାନା ହଳଦୀପଡିଆ ବସ୍ତିରୁ ଅନେକ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଥିଲା । ସେଥି ମଧ୍ୟରୁ 5ଜଣଙ୍କ ଘର ହଳଦୀପଡିଆର ହୋଇଥିବାରୁ ଘର ଭଙ୍ଗା ଯାଉଛି । ରାଜା ବାରିକ, ସାରିଫ ଖାନ , ସଞ୍ଜୟ ମହାନ୍ତି, ତୁଳସୀ ଦାସ ଓ ଆଇଶ ବିବିଙ୍କ ଘର ଭଙ୍ଗାଯାଇଛି । ସେପଟେ, ପୋଲିସର ସୁରକ୍ଷା ଭିତରେ ଘରଗୁଡିକ ଭଙ୍ଗାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ