ETV Bharat / city

ଜିଦରେ ଅଟଳ ଦୁଇ ନିଯୋଗ, ବନ୍ଦ ହେଲା ଲିଙ୍ଗରାଜଙ୍କ ପଇତାଲାଗି ନୀତି - ଲିଙ୍ଗରାଜ ମନ୍ଦିରରେ ନିଯୋଗ ବିବାଦ

ପୂଜା ପଣ୍ଡା ଓ ବଡ଼ୁ ନିଯୋଗ ମଧ୍ୟରେ ବୁଝାମଣା ଅଭାବରୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ହୋଇଛି । ଲିଙ୍ଗରାଜଙ୍କ ପଇତା ଲାଗି ନୀତି ବନ୍ଦ ରହିଛି । ଅଧିକ ପଢ଼ନ୍ତୁ

ଜିଦରେ ଅଟଳ ଦୁଇ ନିଯୋଗ, ବନ୍ଦ ହେଲା ଲିଙ୍ଗରାଜଙ୍କ ପଇତାଲାଗି ନୀତି

author img

By

Published : Aug 10, 2022, 7:44 PM IST

Updated : Aug 10, 2022, 8:56 PM IST

ଭୁବନେଶ୍ବର: ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ଦେଖା ଦେଇଛି । ପୂଜା ପଣ୍ଡା ଓ ବଡ଼ୁ ନିଯୋଗ ମଧ୍ୟରେ ବୁଝାମଣା ନହେବାରୁ ମହାଦେବଙ୍କ ନୀତିରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ମଧ୍ୟ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ପୂଜା ପଣ୍ଡା ଓ ବଡ଼ୁ ନିଯୋଗ ।

ବନ୍ଦ ହେଲା ଲିଙ୍ଗରାଜଙ୍କ ପଇତାଲାଗି ନୀତି

୨୦୧୯ ମସିହା ପର୍ଯ୍ୟନ୍ତ ସବୁ ସୁରୁଖୁରୁରେ ଚାଲିଥିଲା । ୨୦୨୦ ମସିହାରେ ବଡୁ ସେବକ ଲିଙ୍ଗରାଜ ପ୍ରଭୁଙ୍କ ସବୁ ପଇତା ଲାଗି କରିବେ ଦାବି କରିଥିଲେ । ବିବାଦ ସେଇଠୁ ଆରମ୍ଭ ହୋଇଥିଲା । ଗତ ବର୍ଷ ଲିଙ୍ଗରାଜ ମନ୍ଦିର ପ୍ରଶାଶନ ସହ ବି ଏ ନେଇ ଆଲୋଚନା ହୋଇଥିଲା । ଲିଙ୍ଗରାଜ ମହାପ୍ରଭୁଙ୍କ ପାଖରେ ୨୭ ଗୋଟି ପଇତା ଲାଗି ମଧ୍ୟରୁ ତିନି ଗୋଟି ପଇତା ଲାଗି ପୂଜାପଣ୍ଡା କରିବାକୁ ନିଷ୍ପତ୍ତି ହୋଇଥଲା । ଆଉ ୨୪ ଗୋଟି ପଇତା ଲାଗି ବଡୁ ନିଯୋଗ କରିବେ।

ଜିଦରେ ଅଟଳ ଦୁଇ ନିଯୋଗ, ବନ୍ଦ ହେଲା ଲିଙ୍ଗରାଜଙ୍କ ପଇତାଲାଗି ନୀତି
ଜିଦରେ ଅଟଳ ଦୁଇ ନିଯୋଗ, ବନ୍ଦ ହେଲା ଲିଙ୍ଗରାଜଙ୍କ ପଇତାଲାଗି ନୀତି

ପୂଜା ପଣ୍ଡା ନିଯୋଗ ପଇତା ଲାଗି କରିବା ପାଇଁ ଯିବା ସମୟରେ। ବଡୁ ନିଯୋଗ ଏହାକୁ ବିରୋଧ କଲେ। ତାସହ ପୂଜାପଣ୍ଡାଙ୍କୁ ପଇତା ଲାଗି କରାଇ ଦେଲେ ନାହିଁ । ଏ ନେଇ ପୂଜାପଣ୍ଡା ନିଯୋଗ ମନ୍ଦିର ପ୍ରଶାସନଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ। ପୋଲସି ସହାୟତାରେ ଚଳିତ ବର୍ଷ କିଭଳି ଠାକୁରଙ୍କ ପଇତା ଲାଗି ହୋଇ ପାରିବ ସେନେଇ ପଦକ୍ଷେପ ନେବାକୁ ନିଯୋଗ ଅନୁରୋଧ କରିଥିଲା । ତେବେ ମନ୍ଦିର ପ୍ରଶାସନ ଏହା ଉପରେ କୌଣସି ପଦକ୍ଷେପ କେବଳ ଏକ ଚିଠି କରି ଚୁପ୍‌ ବସିଥିଲା ।

ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଜିଦ୍‌ ଯୋଗୁଁ ଲିଙ୍ଗରାଜଙ୍କ ପଇତା ଲାଗି ନୀତି ବନ୍ଦ ରହିଛି । ଏହାକୁ ନେଇ ପୂଜାପଣ୍ଡା ସମ୍ପାଦକ କହିଛନ୍ତି, "ଠାକୁରଙ୍କ ନିକଟରେ ୨୭ଟି ପଇତା ଲାଗି କରାଯାଏ । 3ଟି ପୂଜାପଣ୍ଡା ଲାଗି କରନ୍ତି । ବାକି ୨୪ଟି ପଇତା ଅଳଙ୍କାର ଭାବରେ ବଡ଼ୁ ନିଯୋଗ ଲାଗି କରନ୍ତି । ପୂଜାପଣ୍ଡା ଏକ ନିର୍ଦ୍ଦିଷ୍ଟ ମନ୍ତ୍ର ଉଚ୍ଚାରଣ କରି ପଇତା ଲାଗି କରନ୍ତି । କିନ୍ତୁ ବଡ଼ୁ ସମସ୍ତ ପଇତା ନିଜେ ଲାଗି କରିବେ ବୋଲି ଦାବି କରିଛନ୍ତି । ସେମାନେ ଅଣ ବ୍ରାହ୍ମଣ, ତେଣୁ ସେମାନେ ସେହି ମନ୍ତ୍ର ଉଚ୍ଚାରଣ କରି ପାରିବେ ନାହିଁ । ୨୦୨୦ରୁ ଏହି ବିବାଦ ସୃଷ୍ଟି ହୋଇଛି ।"

ଲିଙ୍ଗରାଜଙ୍କ ନୀତି ପାଇଁ ମନ୍ଦିର ପ୍ରଶାସନ ପୂଜାପଣ୍ଡାଙ୍କୁ ୨୦୨୦ରେ ଅନୁମତି ପ୍ରଦାନ କରିଥିଲେ । ତେବେ ୨୦୨୧ରେ ମନ୍ଦିରରେ ପୂଜାପଣ୍ଡା ନୀତି ପାଇଁ ପହଞ୍ଚିଥିବା ବେଳେ ଏହାର ବିରୋଧ କରିଥିଲେ ବଡ଼ୁ ନିଯୋଗ । ପୋଲିସ ସୁରକ୍ଷାରେ ମନ୍ଦିର ନୀତି କରିବାକୁ ଦାବି କରିଥିଲେ ପୂଜାପଣ୍ଡା । ତେବେ ମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

Last Updated : Aug 10, 2022, 8:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.