ETV Bharat / city

ସୀମା ବିବାଦକୁ ନେଇ ଗୃହରେ ତାତି, ଉତ୍ତର ରଖିଲେ ସୁଦାମ ମାରାଣ୍ଡି

ସୀମା ବିବାଦ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏହାକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି । ଅଧିକ ପଢନ୍ତୁ...

ସୀମା ବିବାଦକୁ ନେଇ ଗୃହରେ ତାତି
ସୀମା ବିବାଦକୁ ନେଇ ଗୃହରେ ତାତି
author img

By

Published : Feb 24, 2021, 2:11 PM IST

Updated : Feb 24, 2021, 5:20 PM IST

ଭୁବନେଶ୍ବର: ସୀମା ବିବାଦ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କୋଟିଆ ସମେତ ସୀମାବର୍ତ୍ତି ଅଞ୍ଚଳରେ ମୌଳିକ ସୁବିଧା ସରକାର ପହଞ୍ଚାଇବାରେ ବିଫଳ । ପିଇବା ପାଣି, ଘର, ସ୍କୁଲ, ଡାକ୍ତରଖାନାର ଘୋର ଅଭାବ ରହିଛି ,ବିଦ୍ୟୁତ ସେବା ନାହିଁ, ଷ୍ଟାଟସ କୋ ମେଣ୍ଟେନ କରିପାରୁନାହାନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି ବିରୋଧି ଦଳ ନେତା। ସେପଟେ ଆନ୍ଧ୍ର ସରକାର ବିଭିନ୍ନ ଯୋଜନା କରି ଲୋକଙ୍କୁ ସୁବିଧା ଯୋଗାଉଛନ୍ତି । ସେଥିପାଇଁ ଲୋକ ଆନ୍ଧ୍ରକୁ ଢଳୁଛନ୍ତି ।

ସୀମା ବିବାଦକୁ ନେଇ ଗୃହରେ ତାତି, ଉତ୍ତର ରଖିଲେ ସୁଦାମ ମାରାଣ୍ଡି

ଏହାକୁ ନେଇ ଗୃହରେ ଉତ୍ତର ରଖି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ଓଡ଼ିଶାର 14 ଟି ଜିଲ୍ଲାର ସୀମାକୁ ପଡ଼ୋଶୀ ଜିଲ୍ଲାର ସୀମା ଲାଗି ରହିଛି। ବର୍ତ୍ତମାନ କୋରାପୁଟ ସହ ଅନ୍ୟ 6 ଟି ଜିଲ୍ଲାରେ ସୀମାବିବାଦ ଲାଗିରହିଛି। ଏହି ସବୁ ଜିଲ୍ଲା ହେଲା ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ନୂଆପଡା । କୋଟିଆର 21 ଟି ପଞ୍ଚାୟତ ରାଜ୍ୟ ସରକାରଙ୍କ ଅଧୀନରେ ଅଛି। ପୂର୍ବରୁ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ନ କରି ପଞ୍ଚାୟତ ପ୍ରେସିଡେଣ୍ଟ ଚୟନ କରୁଥିଲା କିନ୍ତୁ ଏବେ ଆନ୍ଧ୍ର ନିର୍ବାଚନ କରାଇଛି ।

ରାଜ୍ୟ ସରକାର ଏ କଥା ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ସୁପ୍ରିମକୋର୍ଟ 4 ସପ୍ତାହ ସମୟ ମାଗିଛନ୍ତି। ଆନ୍ଧ୍ର ସରକାର କୋର୍ଟର ନିର୍ଦ୍ଦେଶକୁ ଅବମାନନା କରୁଥିବାରୁ ରାଜ୍ୟ ସରକାର ଅଦାଲତ ଅବମାନନା ଦାୟର କରିଛନ୍ତି। ରାଜ୍ୟ ସରକାର କୋଟିଆର ଉନ୍ନୟନ ମୂଳକ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବାଲେଶ୍ଵର ଜିଲ୍ଲାର ସାହାବାଜପୁର, ବିଲାସପୁର, ଗୋପାଳପୁର, ମାଙ୍କଡ଼ିଆ, କୁଅଁରପୁର, ତୋଟାପଡା, ବେହେରାସାହି ଆଦି କିଛି ଗାଁର ପଶ୍ଚିମବଙ୍ଗ ସୀମା ସହିତ ବିବାଦ ଲାଗିରହିଛି।

ଓରସାକ ସହାୟତାରେ ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର 4 ଟି ଗାଁ ର ସୀମାବିବାଦ ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ରପ୍ରଦେଶର ମଦନପୁର ଗ୍ରାମ ସହିତ ବିବାଦ ରହିଛି। ଗଜପତି ଜିଲ୍ଲା ସମେତ କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରେ ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଛି କିନ୍ତୁ ପଡ଼ୋଶୀ ରାଜ୍ୟର ସୀମା ଅତିକ୍ରମକୁ ବରଦାସ୍ତ କରା ଯିବନି ବୋଲି ବିବୃତ୍ତି ରଖିଛନ୍ତି ରାଜସ୍ବ ମନ୍ତ୍ରୀ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 24, 2021, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.