ETV Bharat / city

'ବିପର୍ଯ୍ୟୟ ପରିଚାଳନା'କୁ ବାଧ୍ୟତାମୂଳକ ବିଷୟ କଲା ଶିକ୍ଷା ବିଭାଗ - ପର୍ଯ୍ୟୟ ପରିଚାଳନା

ଏଣିକି ବିପର୍ଯ୍ୟୟ ପରିଚାଳନା ବିଷୟକୁ ସମସ୍ତ ବିଭାଗର ଛାତ୍ରଛାତ୍ରୀମାନେ ବାଧ୍ୟତାମୂଳକ ଭାବେ ପଢିବେ । ଅଧିକ ପଢନ୍ତୁ...

'ବିପର୍ଯ୍ୟୟ ପରିଚାଳନା'କୁ ବାଧ୍ୟତାମୂଳକ ବିଷୟ କଲା ଶିକ୍ଷାବିଭାଗ

author img

By

Published : Jul 23, 2021, 6:34 PM IST

ଭୁବନେଶ୍ବର: କଲେଜରେ ସାମିଲ ହେଲା ବିପର୍ଯ୍ୟୟ ପରିଚାଳନା ପାଠ । ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ସ୍ନାତକ ବା ୟୁଜି ସ୍ତରରେ ପ୍ରଚଳିତ ମଡେଲ 'ପରିବେଶ ବିଜ୍ଞାନ ସିଲାବସ'କୁ 'ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା' ରେ ଆଜି(ଶୁକ୍ରବାର) ପରିବର୍ତ୍ତନ କରାଯାଇଛି । ଓଡିଶା ରାଜ୍ୟ ଉଚ୍ଚଶିକ୍ଷା କାଉନସିଲ ମିଟିଂରେ ଏହି ପରିବର୍ତ୍ତନ କରାଯାଇଛି ।

'ବିପର୍ଯ୍ୟୟ ପରିଚାଳନା'କୁ ବାଧ୍ୟତାମୂଳକ ବିଷୟ କଲା ଶିକ୍ଷାବିଭାଗ

ଏହି ପରିବର୍ତ୍ତିତ ସିଲାବସଟି ଏକ ବାଧ୍ୟତାମୂଳକ ବିଷୟ, ଯାହାକି ସବୁ ଷ୍ଟ୍ରିମ (Arts/ Science/ Commerce)ରେ ଯୁକ୍ତ ୩ର ପ୍ରଥମ ବର୍ଷର ପ୍ରଥମ ସେମିଷ୍ଟରରେ ପଢାଯିବ । ଏହା ୧୦୦ ମାର୍କର ପେପର ଏବଂ ଏଥିରେ ୪ଟି ୟୁନିଟ ରହିଛି । ଏହି ପରିବର୍ତ୍ତିତ ସିଲାବସରେ ପରିବେଶ ଶିକ୍ଷାର ବିଷୟବସ୍ତୁ ସହ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ବିଷୟ ସହ ଜାତୀୟ, ରାଜ୍ୟ ତଥା ଜିଲ୍ଲା ସ୍ତରରେ ବା ବିଭିନ୍ନ ବିପର୍ଯ୍ୟୟ ମୁକାବିଲା ଏବଂ କୌଶଳ ବିଷୟରେ ମଧ୍ୟ ଶିକ୍ଷା ଦିଆଯିବ।

ତେବେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରଚଳିତ ପାଠ୍ୟ ସୂଚୀରେ "ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା " ବିଷୟକୁ ସାମିଲ କରିବା ପାଇଁ ରାଜ୍ୟ ସରକାର ମେ' ମାସ ୨୯ ତାରିଖରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.