ETV Bharat / city

ସୁନାମୀ ମୁକାବିଲା ପାଇଁ ପ୍ରସ୍ତୁତ ହେବେ ଉପକୂଳବର୍ତ୍ତୀ ଗାଁ: ମୁଖ୍ୟ ଶାସନ ସଚିବ

author img

By

Published : Oct 9, 2021, 7:29 AM IST

Updated : Oct 9, 2021, 8:27 AM IST

ବାତ୍ୟା, ବନ୍ୟା ଓ ବଜ୍ରପାତ ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ନୂତନ ଅନ୍ତର୍ଜାତୀୟ ମାନଦଣ୍ଡ ହାସଲ କରୁଛି । ବର୍ତ୍ତମାନ ରାଜ୍ୟର ସୁନାମୀ-ପ୍ରବଣ ଉପକୂଳ ଗ୍ରାମ ଗୁଡିକୁ ସୁନାମୀ - ପ୍ରସ୍ତୁତ କରିବା ନିମନ୍ତେ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ହୋଇଛି । ଅଧିକ ପଢନ୍ତୁ...

disaster-management-meeting-in-lokaseba-bhavan
ଉପକୂଳବର୍ତୀ ଗ୍ରାମକୁ ସୁନାମୀ ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ

ଭୁବନେଶ୍ବର: ବାତ୍ୟା, ବନ୍ୟା ଓ ବଜ୍ରପାତ ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ନୂତନ ଅନ୍ତର୍ଜାତୀୟ ମାନଦଣ୍ଡ ହାସଲ କରୁଛି । ବର୍ତ୍ତମାନ ରାଜ୍ୟର ସୁନାମୀ - ପ୍ରବଣ ଉପକୂଳ ଗ୍ରାମଗୁଡିକୁ ସୁନାମୀ - ପ୍ରସ୍ତୁତ କରିବା ନିମନ୍ତେ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦ ବୈଠକରୁ ଏହି ସୂଚନା ମିଳିଛି ।

ଲୋକସେବା ଭବନରୁ ଡ଼ିଜିଟାଲ ମୋଡରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ଵତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ,ବୈଷୟିକ ଏବଂ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ପରିବର୍ତ୍ତିତ ବୃଷ୍ଟିପାତ ଧାରା, ଭୂ- ତାପମାତ୍ରା ଓ ପାଣିପାଗ ସ୍ଥିତିରେ ସହରୀ ବନ୍ୟା ଏବଂ ସୁଉଚ୍ଚ ଅଟ୍ଟାଳିକାରେ ଅଗ୍ନି ଓ ଅନ୍ୟାନ୍ୟ ବିପରି ପାଇଁ ପୂର୍ବ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡା ଆଗାମୀ ଦିନ ପାଇଁ ଅଧିକ ସଂଖ୍ୟକ ଏବଂ ଧ୍ଵଂସକାରୀ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ନିମନ୍ତେ ଆମକୁ ପ୍ରସ୍ତୁତ ରହିବାକୁ ହେବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି । ଏ ସବୁର ମୁକାବିଲା ପାଇଁ ବିପର୍ଯ୍ୟୟ ମୁକାବିଲାର ଆଗୁଆ ସୈନିକମାନଙ୍କ ଦକ୍ଷତା ବୃଦ୍ଧି ଓ ଆଧୁନିକ ଯନ୍ତ୍ରପାତି ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ଵଆରୋପ କରିଛନ୍ତି ।

ଜଗତସିଂହପୁର ଜିଲ୍ଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଭାରତ ମହାସାଗର ଅଂଚଳରେ ପ୍ରଥମ ଦୁଇଟି ସୁନାମୀ ପ୍ରସ୍ତୁତ ଗ୍ରାମଭାବେ ୟୁନେସ୍କୋର ଆନ୍ତର୍ଜାତୀୟ ସାମୁଦ୍ରିକ କମିଶନଙ୍କ ସ୍ବୀକୃତି ଓ ପ୍ରଶଂସା ପାଇଛି । ଏହି ପ୍ରଚେଷ୍ଟାରୁ ପ୍ରାପ୍ତ ଅନୁଭୂତି ଭିତ୍ତିରେ ଓଡ଼ିଶା ଉପକୂଳର ଆଉ ୩୨୬ଟି ଗ୍ରାମକୁ ସୁନାମୀ ମୁକାବିଲା ନିମନ୍ତେ ପ୍ରସ୍ତୁତ କରାଯିବ । ଏନେଇ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା । ଏହାର କାର୍ଯ୍ୟାନ୍ଵୟନ ନିମନ୍ତେ କମିଟି ୭.୧୭ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ମଞ୍ଜୁର କରିଛନ୍ତି । ସହରାଞ୍ଚଳରେ ଅଧିକ ବୃଷ୍ଟିପାତ ଜନିତ ବନ୍ୟା ସ୍ଥିତିର ପରିଚାଳନା ନିମନ୍ତେ ଓଡ୍ରାଫ୍‌ରେ ସ୍ବତନ୍ତ୍ର ୟୁନିଟ୍ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସୁଉଚ୍ଚ ଅଟ୍ଟାଳିକାରେ ଅଗ୍ନି ବିପତ୍ତି ଓ ଅନ୍ୟାନ୍ୟ ଆପାଦକାଳୀନ ସ୍ଥିତିର ମୁକାବିଲା ନିମନ୍ତେ ଅଗ୍ନିଶ୍ରମ ସେବା ସଂସ୍ଥାଙ୍କୁ ସ୍ବତନ୍ତ୍ର ତାଲିମ ଓ ଆଧୁନିକ ଯନ୍ତ୍ରପାତି ସହ ଅଧିକ ଦକ୍ଷ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।

ପ୍ରାକୃତିକ ବିପର୍ଯ୍ୟୟକୁ ଆଗୁଆ ସୈନିକ ଭାବେ ମୁକାବିଲା କରୁଥିବା ପରିବାର ଓ ଗ୍ରାମରୁ ରାଜ୍ୟ ପର୍ଯ୍ୟନ୍ତ ସ୍ବେଚ୍ଛାସେବୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଏକ ଓଡ୍ରାଫ୍ ୟୁନିଟ୍‌ର ସଦସ୍ୟମାନଙ୍କର ଦକ୍ଷତା ଅବିବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମମାନ ଆୟୋଜନ କରିବାକୁ ବୈଠକରେ ନିଷ୍ପରି ହୋଇଛି । ଉନ୍ନୟନ କମିଶନର କହିଛନ୍ତି ଯେ, ରାଜ୍ୟରେ ୮୧୪ଟି ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟ କରୁଛି । ପ୍ରତି ଆଶ୍ରୟ ସ୍ଥଳୀରେ ୫୦ ଜଣ ଆଶ୍ରୟ - ସ୍ୱେଚ୍ଛାସେବୀ ଏବଂ ୨୫ ଜଣ ପରିଚାଳନା ଓ ରକ୍ଷଣାବେକ୍ଷଣ ସ୍ଵେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି । ନିଜ ନିଜ ଅଂଚଳରେ ସେମାନେ ପ୍ରଥମ ଆପଦକାଳୀନ ସହାୟକ ଭାବେ ସେବା ଯୋଗାଉଛନ୍ତି । ଏହିସବୁ ଆଶ୍ରୟସ୍ଥଳୀର ପ୍ରାୟ ୬୧୬୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦିଆଯିବ । ମୁଖ୍ୟତଃ ଖୋଜିବା ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଆଶ୍ରୟସ୍ଥଳୀ - ପରିଚାଳନା ବିପଦଗ୍ରସ୍ତ ଲୋକଙ୍କୁ ଆଶ୍ବାସନା , ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଏବଂ ଆଶ୍ରୟସ୍ଥଳୀର ରେକର୍ଡପତ୍ର ପ୍ରସ୍ତୁତ ଆଦି ବିଷୟରେ ଏମାନଙ୍କୁ ତାଲିମ ଦିଆଯିବ । ଏଥିପାଇଁ କମିଟିରେ ୧୫୭୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ରାଜ୍ୟରେ ଥିବା ପ୍ରାୟ ୬୧ ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ତାଲିମ ଦେବା ପାଇଁ ସ୍ଥିର ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରତି ଗୋଷ୍ଠୀରୁ ସଭାପତି, ସଂପାଦକ ଓ କୋଷରକ୍ଷକ ଆଦି ତିନିଜଣ ହିସାବରେ ପ୍ରାୟ ୩ ଲକ୍ଷ ସଦସ୍ୟଙ୍କୁ ତାଲିମ ଦିଆଯିବ । ରାଜ୍ୟ ମିଶନ ଶକ୍ତି ବିଭାଗ ମାଧ୍ୟମରେ ଏହି ତାଲିମ ପରିଚାଳନା ହେବ । ଏଥିରେ ୧.୩୦ କୋଟି ଟଙ୍କା ବିନିଯୋଗ ହେବ । ସେହିପରି ରାଜ୍ୟର ପ୍ରାୟ ୧୫,୦୦୦ ପଂଚାୟତିରାଜ ବ୍ୟବସ୍ଥାର ପ୍ରତିନିଧିମାନଙ୍କୁ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଂଚାୟତି ରାଜ ପ୍ରତିଷ୍ଠାନ ମାଧ୍ୟମରେ ପର୍ଯ୍ୟାୟକ୍ରମେ ତାଲିମ ଦିଆଯିବ । ଏଥି ପାଇଁ ୧.୨୭ କୋଟି ଟଙ୍କାର ବ୍ୟୟ ଅଟକଳ ବୈଠକରେ ଅନୁମୋଦିତ ହୋଇଛି ।

ବହୁମୁଖୀ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଓଡ୍ରାଫ୍ ଏବଂ ଅଗ୍ନିଶ୍ରମ ସେବା ୟୁନିଟ୍‌ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଦୁଇ ପ୍ରକାର ତାଲିମ କାର୍ଯ୍ୟକ୍ରମ ହେବ । ପ୍ରଥମଟି ଓସ୍‌ମା ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ମାଧ୍ୟମରେ ହେବ । ୨ୟଟି ଅନ୍ୟ ରାଜ୍ୟ ଓ ସଂସ୍ଥାମାନଙ୍କ ସହ ମିଳିତଭାବେ ଆୟୋଜିତ ହେବ । ଏହି ତାଲିମ ପାଇଁ ପ୍ରାୟ ୧.୨୮ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ ହୋଇଛି । ଉନ୍ନୟନ କମିଶନର ତଥା ସ୍ଵତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା, ପୋଲିସ୍‌ ମହାନିର୍ଦ୍ଦେଶକ ଅଭୟ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅଗ୍ନିଶ୍ରମ ସେବା ସଂସ୍ଥା ମହାନିର୍ଦ୍ଦେଶକ ଏମ୍. ଅକ୍ଷୟଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Oct 9, 2021, 8:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.