ETV Bharat / city

ସାଧାରଣ ସ୍କୁଲରେ ପାଠ ପଢିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ରହିବେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ

author img

By

Published : Jul 28, 2022, 8:53 PM IST

ରାଜ୍ୟରେ ସାଧାରଣ ସ୍କୁଲରେ ପାଠ ପଢିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ । ସେମାନଙ୍କ ପାଇଁ ରହିବେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ । ଅଧିକ ପଢନ୍ତୁ

ସାଧାରଣ ସ୍କୁଲରେ ପାଠ ପଢିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ରହିବେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ
ସାଧାରଣ ସ୍କୁଲରେ ପାଠ ପଢିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ରହିବେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ

ଭୁବନେଶ୍ବର: ରାଜ୍ୟରେ ସାଧାରଣ ସ୍କୁଲରେ ପାଠ ପଢିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ । ସେମାନଙ୍କ ପାଇଁ ରହିବେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ । ଯାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଦାବି କରିଛି ଓଡ଼ିଶା ସ୍ପେଶାଲ ଏଜୁକେଟର ଫେଡରେସନ ଫର ଦିବ୍ୟାଙ୍ଗ ସଂଘ ।

ସାଧାରଣ ବିଦ୍ୟାଳୟରେ ସ୍ଵତନ୍ତ୍ର ଭାବରେ ତାଲିମ ପ୍ରାପ୍ତ ଶିକ୍ଷକ ମାନଙ୍କୁ ନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଆଦେଶକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି ଦାବି କରିଛି ଓଡ଼ିଶା ସଂଘ । ସଂଘର ଦାବି ମୁତାବକ ଓଡ଼ିଶାରେ ୬୪ ହଜାରରୁ ଅଧିକ ବିଦ୍ୟାଳୟରେ ପ୍ରାୟ ୮୦ ହଜାର ଛାତ୍ରଛାତ୍ରୀ ରହିଛନ୍ତି । ଏମାନଙ୍କ ପାଇଁ ତାଲିମ ପ୍ରାପ୍ତ ଶିକ୍ଷକ ନାହାଁନ୍ତି । ଏନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିବା ପରେ ପ୍ରତ୍ୟେକ ରାଜ୍ୟର ସାଧାରଣ ବିଦ୍ୟାଳୟରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସଂଘର ସଦସ୍ୟା କହିଛନ୍ତି ଯେ, ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କାର୍ଯ୍ୟକାରୀ କରିନାହାନ୍ତି । ପ୍ରାଥମିକ ବିଦ୍ୟାଳୟରେ ପ୍ରତି ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଲେଖାଏଁ ସ୍ଵତନ୍ତ୍ର ଶିକ୍ଷକ ରହିବେ । ସେହିଭଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଲେଖାଏଁ ସ୍ଵତନ୍ତ୍ର ଶିକ୍ଷକ ରହିବେ । କିନ୍ତୁ ତାଲିମପ୍ରାପ୍ତ ଶିକ୍ଷକ ମାନେ ବିଭିନ୍ନ ବିଭାଗ ପରେ ବିଭାଗକୁ ଦୌଡ଼ୁଛନ୍ତି ହେଲେ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଓଡ଼ିଶା ସ୍ପେଶାଲ ଏଜୁକେଟର ଫେଡରେସନ ଫର ଦିବ୍ୟାଙ୍ଗ ସଂଘର ରାଜ୍ୟ ମୁଖ୍ୟ ଦେବାଶିଷ ପତି ।

ସେପଟେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ସ୍ଵତନ୍ତ୍ର ଭାବରେ ତାଲିମ ନେଇଥିବା ଶିକ୍ଷକ ଦରକାର । କାରଣ ସେମାନଙ୍କର ସ୍ଵତନ୍ତ୍ର ଶିକ୍ଷା ପଦ୍ଧତି ରହିଛି । ଅନେକ ପିଲା ଏହି ଦିବ୍ୟାଙ୍ଗ ପିଲାଙ୍କୁ ପଢାଇବା ଲାଗି ତାଲିମ ନେଇଥିବା ବେଳେ ରାଜ୍ୟରେ ଏଭଳି ପୋଷ୍ଟ ବିଜ୍ଞପ୍ତି ବହାରୁ ନାହିଁ ବୋଲି କହିଛନ୍ତି ତାଲିମ ନେଇଥିବା ଆଶାୟୀ ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.