ETV Bharat / state

ଖୁବଶୀଘ୍ର ଓଡିଶାରେ ଜାତୀୟ ଶିକ୍ଷାନୀତି ଲାଗୁ, ଗଠନ ହେବ ଉଚ୍ଚସ୍ତରୀୟ କମିଟି - NEP in Odisha

author img

By ETV Bharat Odisha Team

Published : 2 hours ago

National Education Policy: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷାନୀତି । ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବା ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ନୀତି । ଅଧିକ ପଢନ୍ତୁ

ଖୁବଶୀଘ୍ର ଓଡିଶାରେ ଜାତୀୟ ଶିକ୍ଷାନୀତି ଲାଗୁ, ଏମିତି ସଙ୍କେତ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଖୁବଶୀଘ୍ର ଓଡିଶାରେ ଜାତୀୟ ଶିକ୍ଷାନୀତି ଲାଗୁ, ଏମିତି ସଙ୍କେତ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର କେନ୍ଦ୍ର ସରକାର ଆଣିଥିବା ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବେ ମୋହନ ଚରଣ ମାଝୀ ସରକାର । ଏନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏହାର କାର୍ଯ୍ୟକାରିତା ସମ୍ପର୍କରେ ଖସଡା ପ୍ରସ୍ତୁତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।

ନୀତି ଲାଗୁ କରିବାକୁ ଲକ୍ଷ୍ୟ:

ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଣୟନ ପାଇଁ ଖୁବ୍ କମ୍‌ଦିନ ମଧ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ପ୍ରଶଂସନୀୟ । ଏହି ନୀତି ବିଭିନ୍ନ କ୍ଷେତ୍ରରେ ଶିକ୍ଷା ବ୍ୟବସ୍ଥାରେ ପରିଲକ୍ଷିତ ହେଉଥିବା ଅସୁବିଧା ଓ ଅଭାବକୁ ଦୂର କରିବ ଏବଂ ଶିକ୍ଷକ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ । ଆଗାମୀ ୧ରୁ ୩ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଶୀର୍ଷସ୍ତରରେ ଆଲୋଚନା କରାଯାଇ ରାଜ୍ୟରେ ଏହି ନୀତି ଲାଗୁ କରାଯିବ ବୋଲି ଲକ୍ଷ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଲୋକସେବା ଭବନରେ ବୈଠକ:

ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ବବିଦ୍ୟାଳୟର ପ୍ରସ୍ତୁତି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ତଥା କର୍ମଶାଳା ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରଫେସର ଡ. ସୁସ୍ମିତ ପ୍ରସାଦ ପାଣି ଏବଂ ପ୍ରଫେସର ଡ. ଅତନୁ ପତିଙ୍କ ସମେତ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ଅଂଶଗ୍ରହଣ କରିଥିଲେ ।

ବିଭାଗୀୟ ସଚିବ ଅରବିନ୍ଦ କୁମାର ଅଗ୍ରୱାଲ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ବର୍ତ୍ତମାନ ବିଭିନ୍ନ ପାଠ୍ୟକ୍ରମର ସ୍ଥିତି, ବିଭିନ୍ନ ଛାତ୍ରବୃତ୍ତି, ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥାପନ କରିବା ସହ ଜାତୀୟ ଶିକ୍ଷା ନୀତି-୨୦୨୦ (ଏନଇପି) ରେ ରହିଥିବା ବ୍ୟବସ୍ଥାର ସାରାଂଶ ଉପରେ ଆଲୋକପାତ କରିଥିଲେ । ଏଥିପାଇଁ ପ୍ରସ୍ତୁତ ରୋଡ୍ ମ୍ୟାପ୍, ଜାତୀୟ ଶିକ୍ଷା ନୀତି-୨୦୨୦ ଅଧୀନରେ ମଧ୍ୟମ ଓ ଦୀର୍ଘମିଆଦୀ କାର୍ଯ୍ୟାନ୍ବୟନ ଯୋଜନା ସମ୍ପର୍କରେ ସେ ଉପସ୍ଥାପନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ‘ଭଲ ଶିକ୍ଷା ନୀତି ବିନା ଉଚ୍ଚଶିକ୍ଷା ସମ୍ଭବପର ନୁହେଁ, ଶିକ୍ଷାନୀତି ଉପରେ ଓଡ଼ିଶାର ଭବିଷ୍ୟତ ନିର୍ଭରଶୀଳ’ - National Education Policy 2020

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀରେ ନିବେଶକ ସମ୍ମିଳନୀ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପୁଞ୍ଜି ନିବେଶ ଯୋଜନା, ୩୪ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା - Utkarsh Odisha Conclave

ଏହା ମଧ୍ୟ ପଢନ୍ତୁ :- ହସ୍ପିଟାଲରେ ପଶି ଡାକ୍ତରଙ୍କୁ ହତ୍ୟା, ରୋଗୀ ହୋଇ ଆସିଥିଲେ ୨ ନାବାଳକ - Doctor shot dead

ଏହା ମଧ୍ୟ ପଢନ୍ତୁ :- ଶାରଦୀୟ ନବରାତ୍ରି; କଳସ ସ୍ଥାପନା ସହ ଏମିତି କରନ୍ତୁ ପୂଜା, ମନସ୍କାମନା ପୂରଣ କରିବେ ମା' ଦୁର୍ଗା - Sharadiya Navaratri

ଯୋଗ ଦେଲେ ବିଭିନ୍ନ ବିଶ୍ବ ବିଦ୍ୟାଳୟର କୁଳପତି:

ଆଲୋଚନାରେ ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟ, ଫକିର ମୋହନ ବିଶ୍ବବିଦ୍ୟାଳୟ, ଓଡ଼ିଆ ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଆଦିର କୁଳପତିମାନେ ଅଂଶଗ୍ରହଣ କରି ପ୍ରସ୍ତୁତି ସମ୍ପର୍କରେ ମତ ରଖିଥିଲେ । ମନ୍ତ୍ରୀ ସୂରଜ ରାଜ୍ୟରେ ଏହି ନୀତି ଶତପ୍ରତିଶତ ପ୍ରଣୟନ କରାଯାଇ ଯେପରି ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ, ସେଥିପ୍ରତି ଗୁରୁତ୍ବ ଦେଇଥିଲେ। ଏହାର କାର୍ଯ୍ୟାନ୍ୱୟନରେ ଯେଉଁ ସମସ୍ୟା ରହିବ, ତାହାକୁ ପର୍ଯ୍ୟାୟକ୍ରମେ ତତ୍କାଳ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.