ETV Bharat / city

ଦିବ୍ୟାଙ୍ଗ ଟିକ୍‌ଟକ୍‌ ଭିଡିଓ ଘଟଣା, ବାଲେଶ୍ବର ଏସପିଙ୍କୁ OHRCର ନୋଟିସ୍

ବାଲେଶ୍ବର ଦିବ୍ୟାଙ୍ଗ ଭିଡିଓ ଘଟଣାରେ ଏସପିଙ୍କୁ ରିପୋର୍ଟ ତଲବ ପାଇଁ ଓଏଚଆରସିଙ୍କ ନିର୍ଦ୍ଦେଶ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

tiktok video issue
ଦିବ୍ୟାଙ୍ଗ ଟିକ୍‌ଟକ୍‌ ଭିଡିଓ ଘଟଣା, ବାଲେଶ୍ବର ଏସପିଙ୍କୁ OHRCର ନୋଟିସ୍
author img

By

Published : Jan 7, 2020, 11:40 PM IST

ଭୁବନେଶ୍ବର: ବାଲେଶ୍ବରରେ ଦୁଇ ଦିବ୍ୟାଙ୍ଗଙ୍କ ଟିକ୍‌ଟକ୍ ଭିଡିଓ କରିବା ଘଟଣା । ବାଲେଶ୍ବର ଏସପିଙ୍କୁ ମାନବଧିକାର ଆୟୋଗଙ୍କ ନୋଟିସ୍। ଆସନ୍ତା ଫେବୃଆରୀ 10 ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ ।

ଗତ କିଛି ଦିନ ତଳେ ବାଲେଶ୍ବର ଜିଲ୍ଲାର ଗୋପାଳପୁର ବଜାରରେ ରହୁଥିବା ଦୁଇ ଦିବ୍ୟାଙ୍ଗଙ୍କୁ ମଜା ଦେଖିବା ପାଇଁ ବିବାହ କରିବାକୁ ବାଧ୍ୟ କରାଯାଇଥିଲା । ଉଭୟଙ୍କୁ ଫୁଲମାଳ ପିନ୍ଧାଇ ବଜାରରେ ବୁଲାଇବା ସହ ଭିଡିଓ କରାଯାଇଥିଲା । ଯାହା ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ଏହି ଘଟଣାକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଭିନ୍ନକ୍ଷମ ଙ୍କୁ ରାସ୍ତାରେ ବୁଲାଇ ଭିଡ଼ିଓ ଭାଇରାଲ ଘଟଣା, ଏସପିଙ୍କୁ ଓଏଚଆରସିର ନୋଟିସ।

ଦୁଇ ମାନସିକ ଭିନ୍ନକ୍ଷମଙ୍କୁ ଜବରଦସ୍ତି ବିବାହ, ବଜାର ବୁଲାଇଲେ ଭିଡ଼ିଓ ରେକଡ଼ିଂ ମଧ୍ୟ କଲେ, ଏହି ଘଟଣାକୁ ନେଇ ରାଜ୍ୟ ମାନବ ଅଧିକାର ଆୟୋଗ ବାଲେଶ୍ୱର ଏସପି ଙ୍କୁ ନୋଟିସ କରିଛନ୍ତି। ଆସନ୍ତା ମାସ ୧୦ ତାରିଖ ସୁଧା ରିପୋର୍ଟ ଦେବାକୁ ନିର୍ଦ୍ଧେଶ କରାଯାଇଛି।

Body:

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵରର ବାହାନଗା ବ୍ଲକ ଗୋପାଳପୁର ବଜାରରେ। ଦୁଇ ଜଣ ମାନସିକ ଭିନ୍ନକ୍ଷମଙ୍କୁ ସ୍ଥାନୀୟ କିଛି ଲୋକ ଜବରଦସ୍ତି ବିବାହ କରାଇବା ସହ ବଜାରରେ ସର୍ବସାଧାରଣରେ ବୁଲାଇଛନ୍ତି। ଯାହା ଦୁଇ ଭିନ୍ନକ୍ଷମ ଙ୍କ ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଛି। ଯାହାକୁ ନେଇ ସେହି ସମୟରେ ଉପସ୍ଥିତି ରହିଥିବା କିଛି ଲୋକମାନେ ସମସ୍ତ ଘଟଣାର ଭିଡିଓ ରେକର୍ଡ଼ିଂ କରିଥିଲେ।

ସୂଚନା ଅନୁଯାୟୀ, ଗୋପାଳପୁର ବଜାରରେ ୪୦ ବର୍ଷ ଧରି ଜଣେ ବୟସ୍କ ମାନସିକ ଓ ସାରିସିକ ଭିନ୍ନକ୍ଷମ ବ୍ୟକ୍ତି ରହୁଛନ୍ତି। ସେ ଭିଭିନ୍ନ ଦୋକାନରେ କାମ କରି ପେଟ ପୋଷୁଛନ୍ତି। ସେହିଭଳି କିଛି ଦିନ ପରେ ସେହି ବଜାରରେ ଏକ ଭିନ୍ନକ୍ଷମ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ତେବେ ୨୬ ଡିସେମ୍ବର ଦୁଇ ଜଣଙ୍କୁ ଧରିଆଣି ସର୍ବସାଧାରଣରେ ବିବାହ କରି ବଜାର ବୁଲାଇଥିଲେ କିଛି ସାଧାରଣ ଲୋକ। ଏହାକୁ ନେଇ କିଛି ଲୋକ ସେମାନଙ୍କର ଭିଡ଼ିଓ କରିଥିଲେ।ଯାହା ସେମାନଙ୍କର ସମାଜରେ ମାନବ ଅଧିକାର ଖୁର୍ଣ୍ଣ ହୋଇଛି। ତେବେ ଆଶ୍ଚଯ୍ୟର କଥା ହେଉଛି ଯେ ଏହି ଅଭାବନୀୟ ଘଟଣାକୁ ନେଇ କୌଣସି ଲୋକ ଏହାକୁ ବରଣ କରିନଥିଲେ। ଯେଉଁ ମାନେ ଏଭଳି କାମ କରିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ଏନେଇ ରାଜ୍ୟ ମାନବ ଅଧିକାର ଆୟୋଗ ନିଜ ଆଡୁ ମକଦମା ରୁଜୁ କରି ବାଲେଶ୍ୱର ଏସିପି ଙ୍କୁ ନୋଟିସ କରିଛନ୍ତି। ଆଗାମୀ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ରହିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.