ETV Bharat / city

କାଶୀପୁରରେ ହଇଜା ସ୍ଥିତି, ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 25, 2022, 6:01 PM IST

ରାୟଗଡା କାଶୀପୁରରେ ହଇଜା କେସ୍‌ ସେତେଟା ବଢୁନି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

କାଶୀପୁରରେ ହଇଜା ସ୍ଥିତି, ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
କାଶୀପୁରରେ ହଇଜା ସ୍ଥିତି, ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା କାଶୀପୁର ଠାରେ ହଇଜା ରୋଗରେ ଅନେକ ପୀଡ଼ିତ ହୋଇଛନ୍ତି । ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । ହଇଜା କେସ୍‌ ସେମିତି କିଛି ବଢୁନି । ନୂଆ ଅଞ୍ଚଳରେ ସର୍ଭିଲାନ୍ସ ଜୋର୍ କରାଯାଇଛି ବୋଲି ସେ କହିଛନ୍ତି । ଏହି ଅଞ୍ଚଳରେ ସ୍ଥାନୀୟ ଲୋକେ ପାନୀୟ ଜଳ ସମସ୍ୟା ଭୋଗିବା ପରେ ନଦୀନାଳ ପାଣିକୁ ପାନୀୟ ଜଳ ଆକାରରେ ବ୍ୟବହାର କରୁଥିଲେ । ଏହାପରେ ହଇଜା ରୋଗ ବ୍ୟାପିଥିଲା ।

ଜଣକ ପରେ ଜଣେ ଏହି ରୋଗରେ ପୀଡିତ ହୋଇ ଏବେ ଶହ ଶହ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେପଟେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ତେବେ ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାୟଗଡ଼ାରେ ପହଞ୍ଚି ସ୍ଥିତି ପରଖିଥିଲା । ଏହାପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, "ହଇଜା କେସ୍‌ ସେମିତି କିଛି ବଢୁନି । ଦିନକୁ ୩ରୁ ୪ ଟା କେସ ଚିହ୍ନଟ ହେଉଛି । ଯେଉଁ ନୂଆ ଅଞ୍ଚଳରେ ହେଉଥିଲା ସେଠାରେ ସର୍ଭିଲାନ୍ସ ଜୋର୍ କରାଯାଇଛି। ଘରକୁ ଘର ସ୍ବାସ୍ଥ୍ୟକର୍ମୀ ଯାଉଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "୮ଟି ମୋବାଇଲ ଭ୍ୟାନରେ ଔଷଧ ଦିଆଯାଇଛି । ଗାଁରେ ସାଲାଇନ ଦିଆଯାଇଛି । ସେଠାରେ ୫ଟି ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି । ଲୋକଙ୍କୁ ମେଡ଼ିକାଲରେ ରଖିବା ପରେ ୫ ଦିନ ପରେ ସୁସ୍ଥ ହେଲା ପର୍ଯ୍ୟନ୍ତ ରଖାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.