ETV Bharat / city

ଡିଜିଟାଲ ଡାଏଲଗରେ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ - କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

ରାଜନୀତିରେ କ୍ଷମତାକୁ ନେଇ ଏମିତି ବଡ କଥା କହିଲେ କ୍ରୀଡା ଯୁବ ବ୍ୟାପାର ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

DIGITAL DIALOUGUE,  SPORTS MINISTER TUSARKANTI BEHERA  EXCLUSIVELY SPEAK ON CYBER SICURITY AND SPORTS INFRA DEVELOPMENT IN ODISHA
ଡିଜିଟାଲ ଡାଏଲଗରେ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ
author img

By

Published : Jan 25, 2021, 1:35 PM IST

Updated : Jan 29, 2021, 8:11 PM IST

ଭୁବନେଶ୍ବର: ଡିଜିଟାଲ ଡାଏଲଗରେ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଭିନ୍ନ ପ୍ରସଙ୍ଗରେ କହିଛନ୍ତି ସରକାରଙ୍କ ଭିଜନ ଓ ମିଶନ କଥା । ନିଜ ନିର୍ବାଚନ ମଣ୍ଡଳୀର ଯୋଜନା ଓ ବିକାଶକୁ ନେଇ ମଧ୍ୟ କହିଛନ୍ତି ଗୁରୁତ୍ବପୂର୍ଣ୍ଣ କଥା । ମନ୍ତ୍ରୀ କହିଛନ୍ତି ଯେତେବେଳେ.. ମୁଁ ଚାକିରି କରୁଥିଲି ମୋର କାର୍ଯ୍ୟ ସୀମିତ ପରିଧିରେ ଥିଲା । କିନ୍ତୁ ରାଜନୀତିକୁ ଆସିଲା ପରେ ଲୋକଙ୍କ ସହ ଭାବଗତ ସମ୍ପର୍କ ବଢିଲା । ଲୋକଙ୍କ ମୌଳିକ ସମସ୍ୟା ସହ ଅଧିକ ଜଡିତ ହୋଇପାରିଲି । ଲୋକଙ୍କ ପ୍ରତିଟି ସମସ୍ୟାରେ ଜଡିତ ହେବା ସହ ଅଧିକରୁ ଅଧିକ କାମ କରିବାର ସୁଯୋଗ ମିଳିଲା । ଲୋକଙ୍କ ସହ ସିଧାସଳଖ ଜଡିତ ହେଲି । ଯାହା ଆତ୍ମସନ୍ତୋଷ ଦେବ । ଫଳରେ ମୁଁ ରାଜନୀତିକୁ ଆସିବାକୁ ନିଷ୍ପତ୍ତି ନେଲି । ପରିବାରରେ ରାଜନୀତିକୁ ଆସିବା ନିଶ୍ଚୟ ବିରୋଧ କରିଥିଲେ । କିନ୍ତୁ ମୁଁ ଯେହେୁତୁ ଲୋକଙ୍କ ସେବାରେ ଥିଲି ପରିବାରରେ ସମର୍ଥନ କରିଥିଲେ ।

ଡିଜିଟାଲ ଡାଏଲଗରେ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ

ସେହିଭଳି ବିଧାୟକ ହେବା ପୁଣି ପ୍ରଥମଥର ମନ୍ତ୍ରୀ ହେବାକୁ ନେଇ କହିଛନ୍ତି ମୁଁ ଭାଗ୍ୟବାନ । କାରଣ ପ୍ରଥମେ ଟିକେଟ ମିଳିବା ବଡ ସୁଯୋଗ । ପରେ ଲୋକେ ମତେ ସମର୍ଥନ କଲେ । ମୁଖ୍ୟମନ୍ତ୍ରୀ ମୋର କୌଣସି ଦକ୍ଷତା ଦେଖି ମତେ ମନ୍ତ୍ରୀମଣ୍ଡଳରେ ସାମିଲ କଲେ । ଏହାର ମୋର ସୌଭାଗ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ।

ସେହିପରି କ୍ଷମତାକୁ ନେଇ କହିଛନ୍ତି, ଯଦି ଲୋକଙ୍କ ସମସ୍ୟା ବିଭିନ୍ନ ସ୍ତରରେ ଆମେ ସଠିକ ଓ ସ୍ଥାୟୀ ଭାବେ ସମାଧାନ କରିପାରୁଛୁ ତାହାହେଲେ କ୍ଷମତା ସଠିକ ରାସ୍ତାରେ ଉପଯୋଗ ହେଉଛି ବୋଲି ସ୍ବୀକାର କରିବା । କ୍ଷମତା ଦୁରୁପଯୋଗ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ହୁଏ । ତେଣୁ ସନ୍ତୁଳନ ରକ୍ଷାକରିବା ଜରୁରୀ । ଯେମିତି କ୍ଷମତାର ଅପବ୍ୟବହାର ନହୁଏ ।

ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ସରକାର ସିଟିଜେନ ସେଣ୍ଟିକ ହେବା ଦରକାର । ଫଳରେ ଆମେ ଆଇଟି ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରୁଛୁ । ବର୍ତ୍ତମାନ ସୁଦ୍ଧା ଆମ ବିଭାଗର ବଡ ସଫଳତା ହେଉଛି ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଯେଉଁ ସେବା ଯୋଗାଉଛନ୍ତି ତାହାକୁ ଆମ ବିଭାଗ ସହଜରେ ଲୋକଙ୍କ ପାଖରେ ପହଞ୍ଚାଉଛି । ଫଳରେ ଲୋକେ ଘରେ ରହି ସହଜରେ ସରକାରୀ ଯୋଜନାର ଲାଭ ପାଉଛନ୍ତି । ଭାରତ ନେଟ ମାଧ୍ୟମରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ଅନଲାଇନରେ ଯୋଡିବା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ସୁ୍ଦ୍ଧା 16ଟି ଜିଲ୍ଲାର ପଞ୍ଚାୟତରେ ଶେଷ ହେଲାଣି । ଅବଶିଷ୍ଟ ପଞ୍ଚାୟତ ଖୁବଶୀଘ୍ର ଶେଷ ହେବ ।

ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ରାଜ୍ୟର ପ୍ରଯୁକ୍ତି ବିଦ୍ୟାରେ ଯେଉଁ ଇକୋ ବ୍ୟବସ୍ଥା ଅଛି ତାହାର ଅନେକ ଆହ୍ବାନ ରହିଛି । ତାହାକୁ ଆମେ ଧୀରେ ଧୀରେ ବ୍ୟବସ୍ଥିତ କରିଲୁଣି । ସେଥିପାଇଁ ଆମେ ରାଜ୍ୟର ବୈଷୟିକ ବିଶେଷଜ୍ଞ ଓ ରାଜ୍ୟ ବାହାରେ ପ୍ରତିଷ୍ଠିତ କମ୍ପାନିରେ ଥିବା ବୈଷୟିକ ବିଶେଷଜ୍ଞ ପରାମର୍ଶ ନେଉଛୁ । ସରକାର ଓ ବୈଷୟିକ ବିଶେଷଜ୍ଞ ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କରୁଛୁ ।

ରାଜ୍ୟରୁ ବୃହତ ଆଇଟି କମ୍ପାନୀ କାହିଁକି ହୋଇପାରୁନାହିଁ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଇଟି କମ୍ପାନି ଆରମ୍ଭ କରିବାକୁ ଚାହୁଁଥିବା ଉଦ୍ୟୋଗୀ ହୁଅନ୍ତୁ ବା ଆଇଟି ଏକ୍ସପର୍ଟଙ୍କୁ ସରକାରଙ୍କ ତରଫରୁ କିଛି କାମ ମିଳିବା କଥା । ଯେଉଁଥି ପାଇଁ ଆଇଟି ପଲିସିର ଆବଶ୍ୟକତା ଅଛି । ଆମେ କିଛି ପରିବର୍ତ୍ତନ କରିଛୁ । ଆଗାମୀ ଦିନରେ ରାଜ୍ୟରୁ ଆରମ୍ଭ ହେଉଥିବା ଷ୍ଟାର୍ଟଅପ କମ୍ପାନୀକୁ ସରକାର କିଛି କାମ ଯୋଗାଇ ଦେବାକୁ ଉଦ୍ୟମ କରିବେ । ଆଉ ରାଜ୍ୟର କମ୍ପାନୀ ମାନେ ମଧ୍ୟ ଯଦି କୌଣସି କାମ ସରକାରଙ୍କଠୁ ନେଉଛନ୍ତି ସେମାନେ ଆନ୍ତର୍ଜାତୀକ ମାନର କାମ କରିବା ଦରକାର ବୋଲି କହିଛନ୍ତି । ଆଇଟି କମ୍ପାନୀଙ୍କ ଦାବି ଫ୍ଲାଟରେଟ ଓ ସବସିଡିକୁ ନେଇ ମନ୍ତ୍ରୀ କହିଛନ୍ତି କିଛି ସମସ୍ୟା ରହିଥିଲା । ଏହାକୁ ସମାଧାନ ପାଇଁ କାର୍ଯ୍ୟ ଜାରି ରହିଛି ।

ରାଜ୍ୟକୁ କ୍ରୀ଼ଡା କ୍ଷେତ୍ରରେ କେଉଁଠି ପହଞ୍ଚାଇବାକୁ କ୍ରୀଡା ବିଭାଗ ଯୋଜନା କରୁଛି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ବକ୍ତବ୍ୟ ଅଛି SPORT FOR YOUTH, YOUTH FOR FUTURE. ଏହାକୁ ସାକାର କରିବା ପାଇଁ ରାଜ୍ୟରେ କ୍ରୀଡବିତ କ୍ରୀ଼ଡା ସଂଗଠକ ପାଇଁ ଖୁସି ଖବର ଯେ ଆସନ୍ତା 2023 ହକି ବିଶ୍ବକପ ଭୁବନେଶ୍ବର ଓ ରାଉରରକେଲାରେ ହେବ । ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ହକି ଷ୍ଟାଡିୟମ ନିର୍ମାଣ କରୁଛୁ। ବିପିୟୁଟିରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରୁଛୁ । ଖାଲି ଆମେ ଯେ ପ୍ରତିଯୋଗିତା ଆୟୋଜନ କରିବୁ ତାହା ନୁହେଁ । ରାଜ୍ୟରୁ କେମିତି ଫୁଟବଲ,ହକି, ବ୍ୟାଡମିଣ୍ଟନ, ସୁଇମିଂ, ଆଥେଲେଟିକ ଖେଳରେ ଖେଳାଳି ବାହାରି ରାଜ୍ୟ ଦେଶ ଓ ବିଶ୍ବସ୍ତରୀୟରେ ଖେଳିବେ ସେଥିପାଇଁ କର୍ପୋରେଟ ବୁଝାମଣା କରିଛୁ । କୋଚିଂ ସହ ବିଭିନ୍ନ ସୁବିଧା ସୁଯୋଗ କେମିତି ଆମ କ୍ରୀଡାବିତ ପାଇବେ ତାହାର ଉଦ୍ୟମ କରୁଛୁ । ପ୍ରତିଭା ଥିବା ଖେଳାଳିଙ୍କୁ ଚିହ୍ନଟ କରି ଆନ୍ତର୍ଜାତୀକ ମାନର ତାଲିମ ଦେଉଛୁ । ଆମର ବିଶ୍ବାସ ଆମ ଖେଳାଳି ଆଗାମୀ ଦିନରେ ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ସୁନାମ ଆଣିବେ ।

ସେହିଭଳି ମନ୍ତ୍ରୀ ତୁଷାରକାନ୍ତି କହିଛନ୍ତି ରାଜ୍ୟର ଖେଳାଳି ହକି, ଫୁଟବଲ, ଆରଚେରୀରେ ଜାତୀୟ ସ୍ତରରେ ଖେଳିଛନ୍ତି । ଭବିଷ୍ୟତରେ କିଭଳି ଅଧିକରୁ ଅଧିକ ନିୟମିତ ଭାବେ ଖେଳିବେ ବା ସ୍ଥାନ ପାଇବେ ସେଥିପାଇଁ ଉଦ୍ୟମ ଜାରି ରହିଛି । ସେହିଭଳି କ୍ରିକେଟକୁ ନେଇ କ୍ରୀଡାମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ବିଗତ ଦିନରେ ରାଜ୍ୟରୁ କିଛି ଖେଳାଳି ଜାତୀୟସ୍ତରରେ ଖେଳାଳି ସୁଯୋଗ ପାଇଛନ୍ତି । ଯଦି ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ବିଭିନ୍ନ କ୍ୟାମ୍ପ କରି କ୍ରୀଡାବିତଙ୍କ ଦକ୍ଷତା ନୀରିକ୍ଷଣ କରାଯିବ ନିଶ୍ଚିତ ରାଜ୍ୟର ଖେଳାଳି ସୁଯୋଗ ପାଇବେ । ସେହିଭଳି କ୍ରିକେଟ ପାଇଁ ରାଜ୍ୟ କ୍ରିକେଟ ଏକାଡେମି ଯାହା ସାହାଯ୍ୟ ମାଗିବ ଆମେ ଯୋଗାଇ ଦେବୁ କହିଛନ୍ତି ମନ୍ତ୍ରୀ ।

ରାଜ୍ୟରେ ବଢୁଥିବା ସାଇବର ଠକେଇକୁ ନେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୋସିଆଲ ମିଡିଆର ବହୁଳ ବ୍ୟବହାର ବଢିଛି । ହ୍ବାଟ୍ସଆପ,ମେଲରେ ବିଭିନ୍ନ ଠକେଇ ହେଉଛି । ଲୋକଙ୍କ ମଧ୍ୟରେ ବ୍ୟବହାର ଅନୁସାରେ ସଚେତନତା କମ ରହିଛି । ସାଇବର ସୁରକ୍ଷାର ସୁଦୃଢ ଭିତ୍ତିଭୂମି ପାଇଁ ଉଦ୍ୟମ ହେଉଛି । ସାଇବର ଠକେଇକୁ ପ୍ରତିହତ କରିବା ପାଇଁ ଗୃହ ବିଭାଗ ଯାହା ସହଯୋଗ ମାଗିବ ଆମେ ଯୋଗାଇ ଦେବୁ । ସେହିଭଳି ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକ ରହିଛି । ଗୃହ ବିଭାଗ ମଧ୍ୟ ଆଇଟି ବିଶେଷଜ୍ଞଙ୍କ ସହଯୋଗ ପରାମର୍ଶ ନେବାର ଆବଶ୍ୟକତା ରହିଛି କହିଛନ୍ତି ମନ୍ତ୍ରୀ ।

ସେହିଭଳି ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ମନ୍ତ୍ରୀ କହିଛନ୍ତି ଆମର ଅସ୍ତରଙ୍ଗ କୂଳରେ ଦେବୀ ନଦୀ, ପ୍ରାଚୀ ନଦୀ ଓ କାଦୁଆ ନଦୀରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିଛୁ । ଅସ୍ତରଙ୍ଗ ବ୍ଲକର 7ଟି ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ରହିଛି । ଏହାର ସମାଧାନ ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ । ସେହିଭଳି ନିମାପଡାରୁ ଅସ୍ତରଙ୍ଗ କାକଟପୁରରୁ କୋଣାର୍କ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ବହୁଦିନ ଧରି ପଡିରହିଥିଲା । ଏହାର କାମ ମଧ୍ୟ ଆରମ୍ଭ ହୋଇଛି ଖୁବଶୀଘ୍ର ଶେଷ ହେବ । ଯାହା ମୋ ପାଇଁ ବଡ ସଫଳତା ଭାବୁଛି । ସେହିପରି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମଙ୍ଗଳା ମନ୍ଦିର ଓ ଦେବୀ ମଠର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ ଉନ୍ନତି କାମ ଆରମ୍ଭ ହୋଇଛି । ଚନ୍ଦ୍ରଭାଗା କୋଣାର୍କ ଓ ପୀର ଜାହାନିଆ ସମୁଦ୍ର ବେଳାଭୂମିର ବିକାଶ କରାଯିବ । ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଉଦ୍ୟମ ହେବ । ଫଳରେ ସ୍ଥାନୀୟ ଲୋକଙ୍କ ଅର୍ଥନୀତିକ ଅଭିବୃଦ୍ଧି ପାଇବ ।

ସେହିପରି ମନ୍ତ୍ରୀ ନିଜ ବ୍ୟକ୍ତିଗତ ସ୍ବପ୍ନକୁ ନେଇ କହିଛନ୍ତି ଆମ ଅଞ୍ଚଳକୁ ଧାନ ପାନ ମୀନର ଅଞ୍ଚଳ କୁହାଯାଏ । ଏଥିରେ ଯେଉଁମାନଙ୍କ ଜୀବନଜୀବିକା ନିର୍ଭରଶୀଳ ସେମାନଙ୍କର କୌଣସି ଅସୁବିଧା ନରହୁ । ଚାଷକ୍ଷେତ୍ରରେ ଥିବା ସମସ୍ୟା ସମାଧାନ ହେଉ । ପାନ ଚାଷୀ ଉପଯୁକ୍ତ ଲାଭାନ୍ବିତ ହୁଅନ୍ତୁ । ମାଛ ଚାଷୀ ସରକାରଙ୍କ ସୁବିଧା ସୁଯୋଗ ପାଆନ୍ତୁ । ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରହୁ । ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ହେଉ ।

ରାଜ୍ୟର ଯୁବପିଢିଙ୍କୁ ପରାମର୍ଶ ଦେଇ ମନ୍ତ୍ରୀ କହିଛନ୍ତି, ଯୁବପିଢି ଧୌର୍ଯ୍ୟହରା ହୁଅନ୍ତୁ ନାହିଁ । ଯେକୌଣସି କାମ କରନ୍ତୁ ଧୌର୍ଯ୍ୟ ରଖନ୍ତୁ । ପରିଶ୍ରମ କରନ୍ତୁ । ସଫଳତା ନିଶ୍ଚୟ ଆସିବ ।

ସାକ୍ଷାତକାର ବ୍ୟୁରୋ ଚିଫ୍‌ (ରୁଦ୍ର ନାରାୟଣ ଦାସ)

Last Updated : Jan 29, 2021, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.