ETV Bharat / city

କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି - DIG order SOP for all police station

ମାଡିଆସୁଛି କୋରୋନା । ସାମ୍ନାରେ ଜଗିଛି ପୋଲିସ । କୋରୋନାକୁ ଥାନାସ୍ତରେ ରୋକିବାକୁ ଡିଜିଙ୍କ ଏସଓପି ଜାରି । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି
କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି
author img

By

Published : Jul 28, 2020, 5:34 PM IST

ଭୁବନେଶ୍ବର: କାୟା ବିସ୍ତାର କରୁଛି କରୋନା। ଧିରେ ଧିରେ ଆକ୍ରାନ୍ତ ହେଉଛନ୍ତି ଫ୍ରଣ୍ଟଲାଇନ ଯୋଦ୍ଧା ପୋଲିସ । ରାଜଧାନୀରେ ଗୋଟିଏ ପରେ ଗୋଟିଏ ଥାନାକୁ ଡେଉଁଛି କୋରୋନା । ଥାନାକୁ ଅଭିଯୋଗ ନେଇ ଆସୁଥିବା ଅଭିଯୋଗକାରୀଙ୍କଠୁ କୋରୋନା ସଂକ୍ରମଣ ହେବାର ଭୟ ରହିଛି । ଏନେଇ ମୁକାବିଲା କରିବା ପାଇଁ ଡିଜି ପୋଲିସ ଏକ ଏସଓପି ଜାରି କରିଛନ୍ତି । ଯାଦ୍ବାରା ଲୋକଙ୍କ ସମସ୍ୟା ଯେପରି ପ୍ରଭାବିତ ନହୋଇ ସେମାନଙ୍କ ଅଭିଯୋଗ ସମାଧାନ ହେବ ସେନେଇ ଏସଓପିରେ ସମସ୍ତ ଜିଲ୍ଲା ପୋଲିସ ଓ ଡିସିପିଙ୍କୁ ଅବଗତ କରାଯାଇଛି ।

କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି
କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି
କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି
କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି

ଯେଉଁଥିରେ ଉଲ୍ଲେଖ କରାଯାଇଛି:-

  • ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ ।
  • କଣ୍ଟ୍ରୋଲ ରୁମ୍ ନମ୍ବର ଟ୍ବିଟର ଓ ଫେସବୁକ ଜରିଆରେ ଲୋକଙ୍କୁ ଅବଗତ କରାଯିବ ।
  • ପ୍ରତି ଥାନାର ଯୋଗାଯୋଗ ନମ୍ବର ସୋସିଆଲ ମିଡିଆରେ ଲୋକଙ୍କୁ ଅବଗତ କରାଯିବ । ଲୋକେ ଯେପରି ଥାନାକୁ ନଆସି ଅଭିଯୋଗ ଜଣାଇପାରିବେ ।
  • ସେହିପରି ଥାନାକୁ ଆସୁଥିବା ଅଭିଯୋଗର ତଦାରଖ କରିବେ ଡିଏସପି ଓ ଏସପି ।
  • ସବୁ ଥାନାରେ ରହିବ ରିସେପସନ କାଉଣ୍ଟର ।
  • କାଉଣ୍ଟରଟି ଥାନାଠୁ ଟିକେ ଦୁରରେ ରହିବ ଏକ କୋଠାରେ ରହିବ ନଚେତ ଏକ ଟେଣ୍ଟ ଲଗାଯିବ ।
  • ରିସେପସନ ଅଞ୍ଚଳକୁ ଆସୁଥିବା ଅଭିଯୋଗକାରିଙ୍କ ସ୍କ୍ରିନିଂ କରାଯିବ ।
  • ପ୍ରତ୍ୟେକ ଦିନ ସେହି ଅଞ୍ଚଳ ବିଶୋଧନ କରାଯିବ ଏଥିସହ ଏହି ଅଞ୍ଚଳରେ ଅଭିଯୋଗକାରିଙ୍କୁ ଅଭିଯୋଗ ସମୟରେ ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବାକୁ ପଡିବ ।
  • ଅଭିଯୋଗକାରୀ ମାସ୍କ ଓ ହାତ ଧୋଇବା ନିହାତି ଜରୁରୀ ।
  • ଏଥି ସହ ଡିଆଇଜି ଏସପି ଓ ଡିଏସପିଙ୍କ ନମ୍ବର ଥାନାର ରିସେପସନ ପାଖରେ ସୁଚିତ କରାଯିବ ।
  • ଥାନାର ଗେଟ ସମ୍ମୁଖରେ ଅଭିଯୋଗ ବାକ୍ସ ରହିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.