ETV Bharat / city

ଆଜିଠୁ ଡାଏଲ କରନ୍ତୁ 112, ପାଆନ୍ତୁ 3 ଜରୁରୀକାଳୀନ ସେବା...

author img

By

Published : Mar 18, 2021, 10:35 PM IST

Updated : Mar 19, 2021, 9:53 AM IST

ଏଣିକି ଜରୁରୀକାଳୀନ ସେବା ମିଳିବାରେ ହେବ ସହଜ । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଆଉ ଅଲଗା ଅଲଗା ନମ୍ବରକୁ କଲ କରିବାକୁ ପଡିବନି । ଆଜିଠୁ ଗୋଟିଏ ନମ୍ବରକୁ କଲ କଲେ ମିଳିବ ଏହି 3 ପ୍ରମୁଖ ଜରୁରୀକାଳୀନ ସେବା । ଅଧିକ ପଢନ୍ତୁ...

112 କୁ ଡାଏଲ କରନ୍ତୁ, 3 ଜରୁରୀକାଳୀନ ସେବା ପାଆନ୍ତୁ

ଭୁବନେଶ୍ବର: ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ଏଣିକି ଜରୁରୀକାଳୀନ ସେବା ମିଳିବାରେ ହେବ ସହଜ । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଆଉ ଅଲଗା ଅଲଗା ନମ୍ବରକୁ କଲ କରିବାକୁ ପଡିବନି । ଗୋଟିଏ ନମ୍ବରକୁ କଲ କଲେ ମିଳିବ ଏହି 3 ପ୍ରମୁଖ ଜରୁରୀକାଳୀନ ସେବା ।

112କୁ କଲ କଲେ ମିଳିବ ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା । ଆଜି ସଂନ୍ଧ୍ୟାରୁ 112 ଜରୁରୀକାଳୀନ ସେବା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ସଂନ୍ଧ୍ୟା 5 ଟାରେ ଭିସି ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଦି ଯୋଗ ଦେବେ ।

ଏଥିସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ସ୍ୱାସ୍ଥ୍ୟ ସଚିବ ପି. କେ ମହାପାତ୍ର, ପୋଲିସ ଡିଜି ଶ୍ରୀ ଅଭୟ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପଣ୍ଡିଆନ ପ୍ରମୁଖ ଉପସ୍ଥିତ ରହିବେ । ପୂର୍ବରୁ ପୋଲିସ ସେବା ପାଇଁ 101, ଅଗ୍ନିଶମ ସେବା ପାଇଁ 100, ଆମ୍ବୁଲାନ୍ସ ସେବା ପାଇଁ 108 ଓ ଜନନୀ ଏକ୍ସପ୍ରେସ ପାଇଁ 102କୁ ଡାଏଲ କରିବାକୁ ପଡୁଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 19, 2021, 9:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.