ETV Bharat / city

ମାର୍ଚ୍ଚ ୨୨ରୁ ଜମିବ ଧଉଳି କଳିଙ୍ଗ ମହୋତ୍ସବ

author img

By

Published : Mar 17, 2022, 7:42 AM IST

ଆସନ୍ତା ମାର୍ଚ୍ଚ ୨୨ ରୁ ୨୪ ଯାଏଁ ଅନୁଷ୍ଠିତ ହେବ ଧଉଳି କଳିଙ୍ଗ ମହୋତ୍ସବ । ଦୀର୍ଘ ୨ ବର୍ଷପରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ଅଧିକ ପଢନ୍ତୁ

ମାର୍ଚ୍ଚ ୨୨ରୁ ଧଉଳି କଳିଙ୍ଗ ମହୋତ୍ସବ
ମାର୍ଚ୍ଚ ୨୨ରୁ ଧଉଳି କଳିଙ୍ଗ ମହୋତ୍ସବ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୨୨ ରୁ ୨୪ ଯାଏଁ ଅନୁଷ୍ଠିତ ହେବ ଧଉଳି କଳିଙ୍ଗ ମହୋତ୍ସବ । ପ୍ରତି ବର୍ଷ ଧଉଳି କଳିଙ୍ଗ ମହୋତ୍ସବ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଇଥାଏ । କୋରୋନା କଟକଣା ଯୋଗୁଁ ଏହି ମହୋତ୍ସବ ୨ ବର୍ଷ ବନ୍ଦ ଥିବା ବେଳେ ମାର୍ଚ୍ଚ ୨୨ ରୁ ଅନୁଷ୍ଠିତ ହେବ । ଏଠାରେ ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ । ଆଉ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବେ।

ମାର୍ଚ୍ଚ ୨୨ରୁ ଧଉଳି କଳିଙ୍ଗ ମହୋତ୍ସବ

ଧଉଳି-କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରିବେ । ଏହି ଉତ୍ସବର ଆଉ ଏକ ପ୍ରମୁଖ ଲକ୍ଷ୍ୟ ହେଲା ଦେଶର ଯୁବକ ସମାଜ ବିଶେଷ କରି ଛାତ୍ର ଓ ଛାତ୍ରୀ ମାନଙ୍କୁ ଭାରତୀୟ ସଂସ୍କୃତିର ମହାନ ଐତିହ୍ୟ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ କରାଯାଇଥାଏ । ବୁଦ୍ଧ ସମ୍ମାନ ଦୀର୍ଘ ୧୫ ବର୍ଷ ଧରି ଧଉଳି-କଳିଙ୍ଗ ମହୋତ୍ସବ ମଞ୍ଚରେ ପ୍ରଦାନ କରାଯାଉଥିବା ବେଳେ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଓ ପୂର୍ବତନ କୁଳପତି ପ୍ରଫେସର ପ୍ରିୟମ୍ବଦା ମହାନ୍ତିଙ୍କୁ ପ୍ରଦାନ କରାଯାଉଛି । ସେହିପରି ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ ଓଡିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦାନ କରାଯାଏ ।

ସେହିପରି ଆଉ ଏକ ପ୍ରତିଷ୍ଠିତ ସମ୍ମାନ ଏକାଡେମୀ ଦ୍ଵାରା ୨୦୧୬ ମସିହାରୁ ଓଡିଶୀ ନୃତ୍ୟ, ସଙ୍ଗୀତ, ନାଟକ, ଯନ୍ତ୍ର ସଙ୍ଗୀତ ଓ ଓଡିଶୀ ନୃତ୍ୟ ସହ ଯୋଡିହୋଇ ରହିଥିବା ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ବିଶିଷ୍ଠ ଶିଳ୍ପୀ ତଥା ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାୟିତ୍ଵ ନେଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଛି । ଚଳିତ ବର୍ଷ ଗୁରୁ ଦୂର୍ଗାଚରଣ ରଣବୀର, ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟଗୁରୁ, ଲକ୍ଷ୍ମୀକାନ୍ତ ପାଲିତ, ପ୍ରଥିତଯଶା ସଙ୍ଗୀତଜ୍ଞ, ନିତ୍ୟାନନ୍ଦ ମିଶ୍ରଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପଦ୍ମଶ୍ରୀ ଓଡିଶୀ ନୃତ୍ୟଗୁରୁ ଅରୁଣ ମହାନ୍ତି ।

ଓଡିଶା ସରକାରଙ୍କର ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର, ବିକାଶ ଓ ରାଜ୍ୟ ପର୍ଯ୍ୟଟନକୁ ବିଶ୍ବରେ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ସର୍ବଦା ଚେଷ୍ଟା କରି ଆସୁଛନ୍ତି । ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳିର ବିକାଶ, ଜାତୀୟ ଐତିହ୍ୟର ସୁରକ୍ଷା, ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.