ଭୁବନେଶ୍ବର: ବିଦେଶରେ ଫସିଥିବା ଓଡିଆଙ୍କୁ ଆଣିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବନ୍ଦେ ଭାରତ ମିଶନ ଜରିଆରେ ଉପସାଗରୀୟ ଦେଶ ସମୂହ, ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସି ରହିଥିବା ଓଡିଆଙ୍କୁ ସିଧାସଳଖ ଭୁବନେଶ୍ବର ଆଣିବାକୁ ସେ ଅନୁରୋଧ କରିଛନ୍ତି ।

ଏନେଇ ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି । ଦୁବାଇ, ଦୋହା, ଦମ୍ମମ, ମାସ୍କଟ, ବହାରିନ, କଲମ୍ବୋ, ଇଂଲଣ୍ଡରେ ଅନେକ ଓଡିଆ ରହିଛନ୍ତି । ସେମାନେ ସିଧାସଳଖ ଭୁବନେଶ୍ବର ଆସିବାକୁ ଚାହୁଁଛନ୍ତି । ତେଣୁ ସେମାନଙ୍କୁ ବନ୍ଦେ ଭାରତ ମିଶନ ଜରିଆରେ ବିମାନ ଯୋଗେ ଭୁବନେଶ୍ବର ଆଣିବାକୁ ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ