ETV Bharat / city

ହରିଦାସପୁର-ପାରାଦୀପ ରେଳପଥ ସମ୍ପୂର୍ଣ୍ଣ ହେବା ପ୍ରସଙ୍ଗରେ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର - Dharmendra writes letter to Railway Minister

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଉଦଘାଟନ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra
ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
author img

By

Published : Jul 29, 2020, 8:04 PM IST

ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ହରିଦାସପୁର-ପାରାଦୀପ ୮୨ କିମି ରେଳପଥ ସମ୍ପୂର୍ଣ୍ଣ ହେବା ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଉଦଘାଟନ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ଏହାସହ ଏହି ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ତୁରନ୍ତ ଆରମ୍ଭ କରିବା ପାଇଁ ମଧ୍ୟ କେନ୍ଦ୍ର ରେଳମନ୍ତ୍ରୀଙ୍କ ବ୍ୟକ୍ତିଗତ ଆଗ୍ରହର ସହ ନେଇ ଏହାର କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଯାତ୍ରୀବାହୀ ଟ୍ରେନ ଚାଲିବା ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ସର୍ବ ପ୍ରଥମଥର ହେବ । କେନ୍ଦ୍ରାପଡ଼ାରେ ରେଳ ଚଳାଚଳ ପାଇଁ ଏହି ଜିଲ୍ଲାବାସୀଙ୍କର ଦୀର୍ଘ ବର୍ଷର ସ୍ବପ୍ନ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କର ଏହି ସ୍ବପ୍ନ ପୂରଣ ପାଇଁ ରେଳମନ୍ତ୍ରୀ ତ୍ବରିତ ପଦକ୍ଷେପ ନେବେ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି ।

dharmendra
ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ବିଗତ ବର୍ଷ ମାନଙ୍କରେ ଅନେକ ଜନପ୍ରତିନିଧି, ସାଂସଦ ଏହି ପ୍ରକଳ୍ପ ପାଇଁ ନିଜର ଇଚ୍ଛା ଦେଖାଇବା ସହ ତାଙ୍କ ଉପସ୍ଥିତିରେ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ରେଳ ମନ୍ତ୍ରଣାଳୟକୁ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ପୂର୍ବବର୍ତ୍ତୀ ସରକାର ସମୟରେ ଥିବା ସମସ୍ତ ବାଧାବିଘ୍ନକୁ ଦୂର କରି ଏହାକୁ ସର୍ବାଧିକ ଗୁରୁତ୍ବ ଦେଲେ । ପ୍ରଗତି ପ୍ରକଳ୍ପରେ ଏହାକୁ ସାମିଲ କରି ଖୋଦ୍ ନିଜେ ଏହି ପ୍ରକଳ୍ପ ଅଗ୍ରଗତିର ନିୟମିତ ବ୍ୟବଧାନରେ ସମୀକ୍ଷା କରିବା କାରଣରୁ ପ୍ରକଳ୍ପର କାମ ତ୍ବରାନ୍ବିତ ହେଲା ।

dharmendra
ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଏହାବ୍ୟତିତ ଦୀର୍ଘ ସମୟ ଧରି ପଡି ରହିଥିବା ଏହି ପ୍ରକଳ୍ପରେ ରେଳ ମନ୍ତ୍ରଣାଳୟ ସମେତ କେନ୍ଦ୍ର ରେଳମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରିଥିବାରୁ ପ୍ରଧାନ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ୮୨ କିମିର ଏହି ପ୍ରକଳ୍ପ ରାଜ୍ୟର ଆର୍ଥିକ ପ୍ରଗତିକୁ ତ୍ବରାନ୍ବିତ କରିବ ।

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରାକୃତିକ ଗ୍ୟାସ ପାଇପ ଲାଇନ, ଇଣ୍ଡିଆନ ଅଏଲ ବିଶୋଧନାଗାରର ସଂପ୍ରସାରଣ ଓ ପେଟ୍ରୋକେମିକାଲ କମ୍ପଲେକ୍ସ, ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପରି ବିଭିନ୍ନ ପ୍ରକଳ୍ପ ସାହାଯ୍ୟରେ ପୂର୍ବ ଭାରତର ବ୍ଲୁ ଇକୋନୋମୀର ପ୍ରାଣକେନ୍ଦ୍ର ହେବାକୁ ଯାଉଥିବା ବନ୍ଦର ସ୍ମାର୍ଟସିଟି ପାରାଦୀପକୁ ବିକଶିତ କରାଯାଉଛି । ଆଗାମୀ ବର୍ଷରେ ଉର୍ଜା ଓ ମାଲ ପରିବହନ କ୍ଷେତ୍ରରେ ଏହି ରେଳ ଲାଇନ ପାରାଦୀପ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସ୍ବପ୍ନକୁ ପୂରଣ କରିବା ଦିଗରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.