ETV Bharat / city

ଭୁବନେଶ୍ବରରେ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ଦାବି ତେଜିଲା

author img

By

Published : Mar 8, 2021, 7:09 PM IST

ଭୁବନେଶ୍ବରରେ ପ୍ରତିଷ୍ଠା ହେଉ ଭୂତାଣୁ ବିଜ୍ଞାନ ସଂସ୍ଥାନ । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଞ

ଭୁବନେଶ୍ବରରେ ଭୂତାଣୁ ବିଜ୍ଞାନ ସଂସ୍ଥାନ  ପ୍ରତିଷ୍ଠା ଦାବି ତେଜିଲା
ଭୁବନେଶ୍ବରରେ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ଦାବି ତେଜିଲା

ଭୁବନେଶ୍ବର : ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ (ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ସାଧାରଣ ବଜେଟରେ ଘୋଷଣା କରାଯାଇଛି । ସେଥି ମଧ୍ୟରୁ ଗୋଟିଏ ସଂସ୍ଥାନ ଭୁବନେଶ୍ବରରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦେଶର ଆୟୁର୍ବିଜ୍ଞାନ ଏବଂ ବିକାଶ ସଂସ୍ଥାନ ଯଥା ପୁନେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ କୋରୋନା ମହାମାରୀ ସହ ଲଢିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହିପରି ଭୂତାଣୁ ଉତ୍ପନ୍ନ ହେବାର ସମ୍ଭାବନା ରହିଛି । ତେଣୁ ମାନବ ସମାଜକୁ ପ୍ରଭାବିତ କରୁଥିବା କୋରୋନା ମହାମାରୀ ଭଳି ଭୂତାଣୁ ଗୁଡିକ ସହ ଲଢିବା ପାଇଁ ଦେଶରେ ଅତିରିକ୍ତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଛି ।

ପୂର୍ବ ଭାରତରେ ଆୟୁର୍ବିଜ୍ଞାନ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ବର ଏକ ପ୍ରମୁଖ ସହର ଭାବରେ ଉଭା ହୋଇଛି । ଭୁବନେଶ୍ବରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ), ଜୀବ ବିଜ୍ଞାନ ସଂସ୍ଥାନ ( ଆଇଏଇଏସ ), ଆଇସିଏମଆର - ଆଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଫୁଟ ଏଣ୍ଡ ମାଉଥ ଡିକି ଆଇସିଏଆର - ଆଇସିଏଫଏମଜି ) ଭଳି ବିଶ୍ବସ୍ତରୀୟ କେନ୍ଦ୍ର ଗୁଡିକ ରହିଛି । ତେଣୁ ଭୌଗଳିକ ଅବସ୍ଥିତି ଏବଂ ଦକ୍ଷପୂର୍ଣ୍ଣ ମାନବସମ୍ବଳ ଦୃଷ୍ଟିକୋଣରୁ ଭୁବନେଶ୍ବର ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ମଧ୍ୟରୁ ଗୋଟିଏ ପ୍ରତିଷ୍ଠା ହେବାର କ୍ଷମତା ରଖିଛି । ଭୁବନେଶ୍ବରରେ ଏହି ସଂସ୍ଥାନ ପ୍ରତିଷ୍ଠା ହେଲେ ଗବେଷଣା ଓ ବିକାଶ କେନ୍ଦ୍ରକୁ ସହଯୋଗୀ ହେବ ଏବଂ ମିଳିତ ଭାବରେ ଗବେଷଣା କରାଯାଇପାରିବ । ଏହାସହ ଏହି ସଂସ୍ଥାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନ ପରିକଳ୍ପନାର ଅଂଶବିଶେଷ ହେବା ସହ ପୂର୍ବ, ଦକ୍ଷିଣ - ପୂର୍ବ ଏବଂ ଭାରତର କେନ୍ଦ୍ରାଞ୍ଚଳ ରାଜ୍ୟ ଗୁଡିକର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.