ETV Bharat / city

ଦୁବାଇରେ ଫସିଛନ୍ତି 10 ଓଡ଼ିଆ, ବିଦେଶ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଦାଦନ ଖଟିବାକୁ ଯାଇ ଦୁବାଇରେ ଫସିଛନ୍ତି 10 ଓଡ଼ିଆ । ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

author img

By

Published : Jun 6, 2019, 6:12 PM IST

ଫଟୋ ସୌଜନ୍ୟ: ଟ୍ବିଟର

ଭୁବନେଶ୍ବର: ବିଦେଶରେ ଫସିଥିବା ଓଡ଼ିଆ ପୁଅଙ୍କୁ ଘରକୁ ଫେରାଇ ଆଣିବା ଲାଗି ଅଣ୍ଟା ଭିଡ଼ିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁବାଇକୁ କାର୍ଯ୍ୟ ଅନ୍ବେଷଣରେ ଯାଇ ସେଠାରେ 10 ଓଡ଼ିଶା ଯୁବକ ନିର୍ଯାତିତ ହେଉଥିବାର ନିକଟରେ ଖବର ପ୍ରସାରିତ ହୋଇଥିଲା । ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ଏ ବାବଦରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର ।

ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଶୁବ୍ରମଣ୍ୟମ ଜୟଶଙ୍କରଙ୍କୁ ଏକ ପତ୍ର ଲେଖିଛନ୍ତି ଧର୍ମେନ୍ଦ୍ର । ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ଟିଭି ନ୍ୟୁଜ ରିପୋର୍ଟ ମୁତାବକ ୧୦ ଜଣ ଓଡିଆ ଯୁବକ ଦୁବାଇର ଏସିଆ ପାସିଫିକ୍ ବିଲ୍ଡିଂ କଣ୍ଟ୍ରାକ୍ଟିଂ ଏଲଏଲସିରେ କାମ କରୁଥିଲେ । ସେମାନଙ୍କୁ ସାଜ୍ଜା ଠାରେ ରହିବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ବର୍ତ୍ତମାନ ସେମାନଙ୍କୁ ଶାରଜାହ ଠାରେ ବନ୍ଦୀ ଭାବରେ ରଖାଯାଇଥିବା ସୂଚନା ମିଳିଛି ।

ପ୍ରଧାନ ଏହାମଧ୍ୟ ଲେଖିଛନ୍ତି ଯେ ଦୁବାଇରେ ବନ୍ଦୀ ରହିଥିବା ଓଡିଆ ଯୁବକମାନେ ଏକ ମାସ ପୂର୍ବରୁ ତତ୍କାଳ ସାହାଯ୍ୟ ଓ ଉଦ୍ଧାର ପାଇଁ ଏକ ଭିଡିଓ ଜାରି କରି ଏ ସମ୍ପର୍କରେ ଅବଗତ କରିଥିଲେ । ବନ୍ଦୀ ରହିଥିବା ଯୁବକମାନେ ଓଡିଶାର ନୟାଗଡ ଓ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ପ୍ରତାପ ମହାରଣାଙ୍କ ଟେଲିଫୋନ ନମ୍ବର, ପାସପୋର୍ଟ କପି ଏବଂ ଉକ୍ତ କମ୍ପାନୀର ଆବଶ୍ୟକ ପ୍ରମାଣ ଥିବାବେଳେ ଏ ସମ୍ବନ୍ଧୀୟ ସୂଚନା ପାଇ ନୟାଗଡ ଜିଲ୍ଲା ଶ୍ରମିକ ଅଧିକାରୀ ବନ୍ଦୀ ରହିଥିବା କିଛି ଲୋକଙ୍କ ଘରକୁ ଯାଇଥିଲେ । ମାତ୍ର ଏହା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ତେଣୁ ଏହି ସମ୍ବେଦନଶୀଳ ଘଟଣାରେ ବ୍ୟକ୍ତିଗତ ଭାବେ ଏହାର ତଦନ୍ତ କରି ଓଡିଆ ଯୁବକଙ୍କ ଯଥାଶୀଘ୍ର ଉଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

terter

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.