ETV Bharat / city

ବାତ୍ୟା ମୁକାବିଲା ପାଇଁ ରେଡକ୍ରସକୁ ସମସ୍ତ ସହାୟତା ଯୋଗାଇବେ ଧର୍ମେନ୍ଦ୍ର - ରେଡକ୍ରସକୁ ସମସ୍ତ ସହାୟତା ଯୋଗାଇବେ ଧର୍ମେନ୍ଦ୍ର

ବାତ୍ୟା ୟସ୍ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ଇଣ୍ଡିଆନ ରେଡକ୍ରସ୍ ସୋସାଇଟି(ଆଇଆରସିଏସ) ଓଡ଼ିଶା ଶାଖାର ସଭାପତି ପ୍ରଫେସର ଗଣେଶୀ ଲାଲଙ୍କ ସହ କଥା ହୋଇ ଓଡ଼ିଶା ରେଡକ୍ରସକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ପଢନ୍ତୁ...

ବାତ୍ୟା ମୁକାବିଲା ପାଇଁ ରେଡକ୍ରସକୁ ସମସ୍ତ ସହାୟତା ଯୋଗାଇବେ ଧର୍ମେନ୍ଦ୍ର

author img

By

Published : May 25, 2021, 5:46 PM IST

ଭୁବନେଶ୍ବର: ବାତ୍ୟା ୟସ୍ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ଇଣ୍ଡିଆନ ରେଡକ୍ରସ୍ ସୋସାଇଟି(ଆଇଆରସିଏସ) ଓଡ଼ିଶା ଶାଖାର ସଭାପତି ପ୍ରଫେସର ଗଣେଶୀ ଲାଲଙ୍କ ସହ କଥା ହୋଇ ଓଡ଼ିଶା ରେଡକ୍ରସକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ବାତ୍ୟା ମୁକାବିଲା ପାଇଁ ରେଡକ୍ରସକୁ ସମସ୍ତ ସହାୟତା ଯୋଗାଇବେ ଧର୍ମେନ୍ଦ୍ର
ବାତ୍ୟା ମୁକାବିଲା ପାଇଁ ରେଡକ୍ରସକୁ ସମସ୍ତ ସହାୟତା ଯୋଗାଇବେ ଧର୍ମେନ୍ଦ୍ର

ବାତ୍ୟା ଦ୍ଵାରା ପ୍ରଭାବିତ ହେବାର ସମ୍ଭାବନା ଥିବା ଜିଲ୍ଲାର ଲୋକମାନଙ୍କୁ ରିଲିଫ ଏବଂ ସହାୟତା ପ୍ରଦାନ ପାଇଁ ଆଇଆରସିଏସ୍ ପ୍ରସ୍ତୁତ ଅଛି । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ରେଡକ୍ରସକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ମହାମହିମ ରାଜ୍ୟପାଳଙ୍କୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ଟ୍ଵିଟ୍ କରିଛନ୍ତି ।

ଏହାସହ ସାମୁଦ୍ରିକ ବାତ୍ୟା ପାଇଁ ଓଡ଼ିଶାବାସୀଙ୍କୁ ସତର୍କ, ସୁରକ୍ଷିତ ରହିବା ସହ ରାଜ୍ୟ ଏବଂ କେନ୍ଦ୍ରୀୟ ସଂସ୍ଥାନ ଦ୍ଵାରା ଦିଆଯାଇଥିବା ନିୟମକୁ ପାଳନ କରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିରନ୍ତର ବାତ୍ୟାର ସ୍ଥିତି ଓ ଅବସ୍ଥିତି ନେଇ ଭାରତୀୟ ପାଣିପାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ବାତ୍ୟା ୟସ ମୁକାବିଲା ପ୍ରସ୍ତୁତି ନେଇ ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସହ କ୍ରମାଗତ ଯୋଗାଯୋଗରେ ଅଛନ୍ତି ।

ସ୍ଥାନାନ୍ତରଣ କାର୍ଯ୍ୟର କ୍ରିୟାନୟନ, ଉଦ୍ଧାର, ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ପାଇଁ ଶ୍ରୀ ପ୍ରଧାନ ପ୍ରତିଶ୍ରୃତି ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.