ETV Bharat / city

ରଥଯାତ୍ରା ନେଇ ମୋଦିଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ, ଅରୁଣ କହିଲେ ପରମ ସୌଭାଗ୍ୟ - ରଥଯାତ୍ରା ରାୟକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ଅନୁମତି ଉପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଢେ 4 କୋଟି ଓଡିଆଙ୍କ ବିଶ୍ବାସକୁ ସମ୍ମାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । କୃଷିମନ୍ତ୍ରୀ ଅରୁଣ ସାହୁ କହିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ରଥଯାତ୍ରା ଅନୁଷ୍ଠିତ ହେଉଛି ।

ରଥଯାତ୍ରା ନେଇ ମୋଦିଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ, ଅରୁଣ କହିଲେ ପରମ ସୌଭାଗ୍ୟ

author img

By

Published : Jun 22, 2020, 5:58 PM IST

ଭୁବନେଶ୍ବର: ଅଗଣିତ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ରଥଯାତ୍ରାକୁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ରଥଯାତ୍ରା ମାମଲାରେ କୋର୍ଟଙ୍କ ରାୟକୁ ସବୁ ମହାଲରେ ପ୍ରଶଂସା କରାଯାଉଛି । ଏହା ସହ ଭକ୍ତଙ୍କ ମନରେ ଏକ ପ୍ରକାର ଖୁସିର ମାହୋଲ ଖେଳିଯ।ଇଛି । ମହାପ୍ରଭୁଙ୍କ ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରଥଯାତ୍ରା ନେଇ ମୋଦିଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ, ଅରୁଣ କହିଲେ ପରମ ସୌଭାଗ୍ୟ

ରଥଯାତ୍ରା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ପୁରୀ ଗଜପତି ମହାରାଜା, ଛତିଶା ନିଯୋଗ, ସେବାୟତ ସମାଜ ଓ ଅଗଣିତ ଭକ୍ତଙ୍କ ପ୍ରାର୍ଥନା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ଅନ୍ୟପକ୍ଷେ ରଥଯାତ୍ରା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ସେ ଶ୍ରେୟ ଦଇଛନ୍ତି । ଧର୍ମେନ୍ଦ୍ର ନିଜ ଟ୍ବିଟରେ ଲେଖିଛନ୍ତି ଯେ ଯେତେବେଳେ ବିଶ୍ବାସ, ପରମ୍ପରା ଓ ଭାବାବେଗକୁ ନେଇ କଥା ଉଠେ, ସେତେବେଳେ ମୋଦି ସରକାର ସର୍ବଦା ଏହାକୁ ସର୍ବୋପରି ରଖିବା ପାଇଁ ଆଗକୁ ଆସି ନେତୃତ୍ବ ନେଇଥାନ୍ତି । ତେବେ ସାଢେ 4 କୋଟି ଓଡିଆଙ୍କ ବିଶ୍ବାସକୁ ସମ୍ମାନ ଦେଇଥିବାରୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ।

ଅନ୍ୟପକ୍ଷେ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଭିମୁଖ୍ୟ ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ସମସ୍ତେ ଆନନ୍ଦିତ ଥିବା ସେ କହିଛନ୍ତି । ଅରୁଣ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମ ପାଇଁ ପରମ ସୌଭାଗ୍ୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଅନୁଷ୍ଠିତ ହେଉଛି । ଶାନ୍ତି ଶୃଙ୍ଖଳା ସହିତ ରଥ ଯାତ୍ରା ସମାପନ କରିବାକୁ ଉଦ୍ୟମ କରାଯିବ ବୋଲି ଅରୁଣ ମତ ରଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.