ETV Bharat / city

ରାଜ୍ୟର ଆଉ 4 ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଉଭୟ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଭଳି ରାଜ୍ୟର 4ଟି ପ୍ରସିଦ୍ଧ ମନ୍ଦିରର ପରିଚାଳନା ପାଇଁ ସମାନ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟର 4 ସ୍ବତନ୍ତ୍ର ମନ୍ଦିରରେ ସ୍ବତନ୍ତ୍ର ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

author img

By

Published : Dec 15, 2020, 4:59 PM IST

Updated : Dec 15, 2020, 9:11 PM IST

ଭୁବନେଶ୍ବର: ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଆଇନ, ୧୯୫୫ ଅନୁଯାୟୀ ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଏକ ଅଧ୍ୟାଦେଶ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ମା’ ସମଲେଶ୍ବରୀ ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର, ଗଞ୍ଜାମର ମା’ ତାରା ତାରିଣୀ ମନ୍ଦିର ଏବଂ ନୟାଗଡ଼ର କଣ୍ଟିଳୋ ଶ୍ରୀନୀଳମାଧବ ମନ୍ଦିର ପାଇଁ ସମାନ ଅଧ୍ୟାଦେଶ ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Dharmendra Pradhan urges Odisha CM
ରାଜ୍ୟର 4 ସ୍ବତନ୍ତ୍ର ମନ୍ଦିରରେ ସ୍ବତନ୍ତ୍ର ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାରେ ଥିବା ମନ୍ଦିର ଗୁଡିକ ଲୋକଙ୍କ ଧାର୍ମିକ ଭାବନା ଏବଂ ଭାବାବେଗ ସହ ଜଡିତ । ଉପରୋକ୍ତ ଧାର୍ମିକ ପୀଠ ଗୁଡ଼ିକ ସହ ରାଜ୍ୟବାସୀଙ୍କ ବୃହତ ସାମାଜିକ ଓ ସାଂସ୍କୃତିକ ଭାବାବେଗ ମଧ୍ୟ ଯୋଡି ହୋଇରହିଛି ।

ତ୍ରୟଦଶ ଶତାବ୍ଦୀରେ ଶାରଦୀୟ ପୂଜା ଅବସରରେ ବିରଜା ମନ୍ଦିରର ରଥଯାତ୍ରା ପାଇଁ ଭିନ୍ନ ସ୍ବତନ୍ତ୍ରତା ରହିଛି । ସେହିପରି ଅବିଭକ୍ତ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ମା’ ସମଲେଶ୍ବରୀ ଓ ସମଲେଇ ମା’ଙ୍କ ମନ୍ଦିରକୁ ବର୍ଷ ତମାମ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ଏହି ମା’ଙ୍କ ପୀଠରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି ।

ଏକାମ୍ର ଯୋଜନା ପରେ ଲିଙ୍ଗରାଜ ମନ୍ଦିର ପାଇଁ ସୋମବାର କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଆଇନ ପାରିତ ହୋଇଥିଲା । ପୁରୀ ଶ୍ରୀମନ୍ଦିର ଆଇନ ୧୯୫୫ ଢାଞ୍ଚାରେ ଲିଙ୍ଗରାଜ ମନ୍ଦିରରେ ଏହି ସ୍ବତନ୍ତ୍ର ଅଧ୍ୟାଦେଶ ଉପରେ ଲାଗିଥିଲା ରାଜ୍ୟ କ୍ୟାବିନେଚର ମୋହର । ତେବେ ଉଭୟ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଭଳି ରାଜ୍ୟର 4ଟି ପ୍ରସିଦ୍ଧ ମନ୍ଦିରର ପରିଚାଳନା ପାଇଁ ସାମାନ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟର ପ୍ରମୁଖ ମନ୍ଦିରଗୁଡିକରେ ସ୍ବତନ୍ତ୍ର ଆଇନ ପ୍ରଣୟନ ହେଲେ ପରିଚାଳନା କମିଟି ପାଖରେ ରହିଥିବା ସ୍ବତନ୍ତ୍ର କ୍ଷମତା ମଧ୍ୟରେ ମନ୍ଦିର ନୀତକାନ୍ତି ଓ ପୂଜା ମଧ୍ୟ ଅନ୍ତର୍ଭୁକ୍ତ ରହିବ। ମନ୍ଦିରର ସମସ୍ତ ସ୍ଥାବର ସମ୍ପତ୍ତି ସହ ଦେବୋତ୍ତର ବିଭାଗକୁ ମଧ୍ୟ ପରିଚାଳନା କମିଟି ତଦାରଖ କରିବ। ମନ୍ଦିର ପାଇଁ ବାର୍ଷିକ ଖର୍ଚ୍ଚ ଏହି ପରିଚାଳନା କମିଟି ନିଷ୍ପତ୍ତି ନେବା ସହ ଏହାର ଅଡିଟ କାର୍ଯ୍ୟ ସ୍ବତନ୍ତ୍ର ନିୟମ ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 15, 2020, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.