ETV Bharat / city

ଗାଁର ଗୁରୁଜନଙ୍କୁ ଜଗନ୍ନାଥ ମନ୍ଦିର ବୁଲାଇ ନେବାକୁ ଯୁବକର୍ମୀଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ବାନ - ଯୁବକର୍ମୀଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ପୁରୀ ଶ୍ରୀମନ୍ଦିର ଖୋଲାଗଲେ ରାଜ୍ୟର ପ୍ରତି ଗାଁରୁ ଅନ୍ୟୁନ ୫ ଜଣ ଗୁରୁଜନଙ୍କୁ ନିଜ ବ୍ୟବସ୍ଥାରେ ଶ୍ରୀଜଗନ୍ନାଥ ମନ୍ଦିର ବୁଲାଇ ନେବା ପାଇଁ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଗାଁର ଗୁରୁଜନଙ୍କୁ ଜଗନ୍ନାଥ ମନ୍ଦିର ବୁଲାଇ ନେବାକୁ ଯୁବକର୍ମୀଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

author img

By

Published : Jun 28, 2020, 8:22 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ କି ବାତ' କାର୍ଯ୍ୟକ୍ରମରେ ଦେଶର ଯବପିଢିଙ୍କୁ ଗୁରୁଜନଙ୍କ ସହ କଥାବାର୍ତ୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ନେଇ ଯେଉଁ ଆହ୍ବାନ ଦେଇଛନ୍ତି ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁଜନମାନଙ୍କୁ ଶ୍ରୀକ୍ଷେତ୍ର ନେଇ ବୁଲାଇବା ପାଇଁ ଯୁବପିଢିଙ୍କୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନୂଆ ଗାଇଡ ଲାଇନ ଆସିବା ପରେ ଏବଂ ପୁରୀ ଶ୍ରୀମନ୍ଦିର ଖୋଲାଗଲେ ମହାପ୍ରଭୁଙ୍କୁ ଦେଖିବାକୁ ଇଚ୍ଛା ରଖିଥିବା ରାଜ୍ୟର ପ୍ରତି ଗାଁରୁ ଅନ୍ୟୁନ ୫ ଜଣ ଗୁରୁଜନଙ୍କୁ ନିଜ ବ୍ୟବସ୍ଥାରେ ଶ୍ରୀଜଗନ୍ନାଥ ମନ୍ଦିର ବୁଲାଇ ନେବା ପାଇଁ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗାଁର ଗୁରୁଜନଙ୍କୁ ଜଗନ୍ନାଥ ମନ୍ଦିର ବୁଲାଇ ନେବାକୁ ଯୁବକର୍ମୀଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ବାନ
ଗାଁର ଗୁରୁଜନଙ୍କୁ ଜଗନ୍ନାଥ ମନ୍ଦିର ବୁଲାଇ ନେବାକୁ ଯୁବକର୍ମୀଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡିଶାରେ ବିଜେପି ସରକାର ନହେବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମାନ, ଅପମାନ ଓ ଅଭିମାନକୁ ଭୁଲି ସାଢେ ୪ କୋଟି ଓଡିଆଙ୍କ ଏକମାତ୍ର ଲକ୍ଷ୍ୟ ଓଡିଶାକୁ ନୂଆ ଶିଖରକୁ ନେବାର ଦାୟିତ୍ବ ନିଅନ୍ତୁ ଓ ଆଗାମୀ ଦିନରେ ଓଡିଆ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ହକ ପାଇଁ ନିରନ୍ତର ଆନ୍ଦୋଳନ କରନ୍ତୁ । ଏକବିଂଶ ଶତାବ୍ଦିରେ ନୂଆ ଓଡିଶା ତିଆରି ହେଲେ ହିଁ ଆତ୍ମନିର୍ଭର ଭାରତ ସମ୍ଭବ ହେବ । ଏ ଦୃଢ ବିଶ୍ବାସ ଆଜି ସମସ୍ତଙ୍କ ମନରେ ରହିଛି । ବର୍ତ୍ତମାନ ସମୟରେ ରାଜ୍ୟରେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ନୂଆ ଆଦର୍ଶର ରାଜନୈତିକ ସଙ୍ଗଠନ ତିଆରି କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.