ETV Bharat / city

'ଅପରିଚିତ ସାଂସ୍କୃତିକ ଐତିହ୍ୟ'ରେ ଓଡିଶାର ୩ ପରମ୍ପରା ସାମିଲ, ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର - ଇନଟାଞ୍ଜିବଲ୍‌ କଲଚରାଲ ହେରିଟେଜରେ ଓଡିଶାର ୩ଟି ପରମ୍ପରା ସାମିଲ

ଇନଟାଞ୍ଜିବଲ୍‌ କଲଚରାଲ ହେରିଟେଜରେ ଓଡିଶାର ୩ଟି ସାସ୍କୃତିକ ପରମ୍ପରା ସାମିଲ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

ଇନଟାଞ୍ଜିବଲ୍‌ କଲଚରାଲ ହେରିଟେଜରେ ଓଡିଶାର ୩ଟି ପରମ୍ପରା ସାମିଲ, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

author img

By

Published : Apr 22, 2020, 1:18 PM IST

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଭାରତର ଜାତୀୟ 'ଇନଟାଞ୍ଜିବଲ୍‌ କଲଚରାଲ ହେରିଟେଜ' ବା 'ଅପରିଚିତ ସାଂସ୍କୃତିକ ଐତିହ୍ୟ'ରେ ଓଡିଶାର ୩ଟି ସାସ୍କୃତିକ ପରମ୍ପରା ସାମିଲ ହୋଇଥିଲା । ମାର୍ଗଶୀର ମାସର ମାଣବସା ଗୁରୁବାର ବା ଲକ୍ଷ୍ମୀ ପୂଜା, ଛଉ ନୃତ୍ୟ ଏବଂ ୩ୟ ଟି ରାବଣଛାୟା। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇନଟାଞ୍ଜିବଲ୍‌ କଲଚରାଲ ହେରିଟେଜରେ ଓଡିଶାର ୩ଟି ପରମ୍ପରା ସାମିଲ, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ଇନଟାଞ୍ଜିବଲ୍‌ କଲଚରାଲ ହେରିଟେଜରେ ଓଡିଶାର ୩ଟି ପରମ୍ପରା ସାମିଲ, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି ଯେ, 'ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡିଶାର ଅନନ୍ୟ, ଐତିହ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ବ ଦରବାରରେ ଉପସ୍ଥାପିତ କରିବ । ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ' ।

ତେବେ ଏଠାରେ ସୂଚନା ଥାଉ ଯେ, ତାଲିକାରେ ମାଣବସା ଗୁରୁବାର ପ୍ରଥା, ଛଉ ନୃତ୍ୟ ଏବଂ ରାବଣଛାୟା ବାବଦରେ ବିସ୍ତୃତ ବର୍ଣ୍ଣନା କରାଯାଇଛି । ଏତଦ୍‌ ବ୍ୟତୀତ ଛଉ ଏବଂ ରାବଣଛାୟାର ଭିଡିଓର ଲିଙ୍କ ମଧ୍ୟ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ କରାଯାଇଛି ।

ଭାରତରେ ଅନନ୍ୟ ଅପରିଚିତ ସାଂସ୍କୃତିକ ଏତିହ୍ୟ (ICH) ପରମ୍ପରାର ଭଣ୍ଡାର ରହିଛି । ଏହି ତାଲିକାରେ ଥିବା 13 ଟି ପରମ୍ପରା ୟୁନେସ୍କୋ ଦ୍ୱାରା ମାନବିକତାର ଅଜ୍ଞାତ ସାଂସ୍କୃତିକ ଏତିହ୍ୟ ଭାବରେ ମାନ୍ୟତା ପାଇଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି । ଭାରତୀୟ ସଂସ୍କୃତିର ବିବିଧତାକୁ ଚିହ୍ନିବା ପାଇଁ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ସାଂସ୍କୃତିକ ଏତିହ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ସୁରକ୍ଷା ସୁନିଶ୍ଚିତ କରିବା ଏହାର ଲକ୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.