ETV Bharat / city

ରାଜ୍ୟ କୋଭିଡ ସ୍ଥିତି ନେଇ ୪ କେନ୍ଦ୍ରୀୟ ସ୍ଵାସ୍ଥ୍ୟାନୁଷ୍ଠାନ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ରାଜ୍ୟର କୋଭିଡ ସ୍ଥିତି ନେଇ ୪ ପ୍ରମୁଖ କେନ୍ଦ୍ରୀୟ ସ୍ଵାସ୍ଥ୍ୟାନୁଷ୍ଠାନର ନିର୍ଦ୍ଦେଶକଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇସିଏମଆର, ଆଇଆଇଏଲଏସ, ଆଇସିଏଆର ଓ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକଙ୍କ ସହ ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 4, 2020, 6:50 PM IST

ରାଜ୍ୟ କୋଭିଡ ସ୍ଥିତି ନେଇ ୪ କେନ୍ଦ୍ରୀୟ ସ୍ଵାସ୍ଥ୍ୟାନୁଷ୍ଠାନ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା
ରାଜ୍ୟ କୋଭିଡ ସ୍ଥିତି ନେଇ ୪ କେନ୍ଦ୍ରୀୟ ସ୍ଵାସ୍ଥ୍ୟାନୁଷ୍ଠାନ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ବର: ରାଜ୍ୟର କୋଭିଡ ସ୍ଥିତି ନେଇ ୪ ପ୍ରମୁଖ କେନ୍ଦ୍ରୀୟ ସ୍ଵାସ୍ଥ୍ୟାନୁଷ୍ଠାନର ନିର୍ଦ୍ଦେଶକଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇସିଏମଆର, ଆଇଆଇଏଲଏସ, ଆଇସିଏଆର ଓ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକଙ୍କ ସହ ସେ ଆଲୋଚନା କରିଛନ୍ତି । ଓଡ଼ିଶାରେ କୋଭିଡ ପରିଚାଳନା, ମୁକାବିଲା ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ, ରାଜ୍ୟର କୋଭିଡ ମୁକାବିଲାରେ ଏହି ୪ଟି ରାଷ୍ଟ୍ରାୟତ ଅନୁଷ୍ଠାନର ବିଶେଷ ଅବଦାନ ରହିଛି । ଏହାସହ ଅନ୍ୟ ରାଷ୍ଟ୍ରାୟତ ସଂସ୍ଥା ତଥା ଏମସିଏଲ, ଆଇଓସିଏଲ, ଏନଟିପିସି, ସେଲ ଓ ପାରଦ୍ଵୀପ ପୋର୍ଟର ମଧ୍ୟ କୋଭିଡ ସମୟରେ ଅନେକ ଅବଦାନ ରହିଛି । ରାଜ୍ୟରେ ହସ୍ପିଟାଲ ଲାବ୍ରୋଟୋରୀ ଏବଂ ଟେଷ୍ଟିଂ ପାଇଁ ଏମାନେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ।

ଏହାସହ କୋରୋନା ଯୋଦ୍ଧାମାନେ ମଧ୍ୟ ଭଲ କାମ କରିଛନ୍ତି । ସେମାନେ ଧନ୍ୟବାଦର ପାତ୍ର । ସେହିପରି ଯେପର୍ଯ୍ୟନ୍ତ କୋରୋନା ଟୀକା ନ ଆସିଛି ସେପର୍ଯ୍ୟନ୍ତ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ ବଜାଇ ରଖିବା ପାଇଁ ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.