ETV Bharat / city

ରଜର ଶୁଭେଚ୍ଛା ସହ ଟିକା ପର୍ବର ସାମିଲ ହେବାକୁ କହିଲେ ଧର୍ମେନ୍ଦ୍ର

ରଜ ଉତ୍ସବ ଅବସରରେ ଓଡିଶାବାସୀଙ୍କୁ କୋଭିତ ନିୟମ ମାନିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସାରା ଦେଶରେ ଜୁନ ୨୧ରୁ ଆରମ୍ଭ ହେଉଥିବା ମାଗଣା ଟିକାକରଣ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Jun 14, 2021, 11:59 AM IST

ରଜର ଶୁଭେଚ୍ଛା ଦେଲେ ଧର୍ମେନ୍ଦ୍ର ପ୍ରଧାନ
ରଜର ଶୁଭେଚ୍ଛା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି ଗଣ ପର୍ବ ରଜ । ଏହି ପର୍ବ ଉପଲକ୍ଷେ ଓଡ଼ିଶାର ସମସ୍ତ ଭାଇ ଭଉଣୀ, ଗୁରୁଜନ ମାନଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରଜ ଉତ୍ସବ ଅବସରରେ ଓଡିଶାବାସୀଙ୍କୁ କୋଭିତ ନିୟମ ମାନିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସାରା ଦେଶରେ ଜୁନ ୨୧ରୁ ଆରମ୍ଭ ହେଉଥିବା ମାଗଣା ଟୀକାକରଣ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ରଜର ଶୁଭେଚ୍ଛା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭିଡିଓ ବାର୍ତ୍ତାରେ ଧର୍ମେନ୍ଦ୍ର କହିଛନ୍ତି ଯେ ପ୍ରକୃତି, ଧରିତ୍ରୀ ଓ ନାରୀକୁ ସମ୍ମାନ ଜଣାଇବା ହେଉଛି ରଜ’ ପର୍ବର ଅନନ୍ୟ ପରମ୍ପରା । ଆଜିର ଦିନରେ ଶ୍ରୀମନ୍ଦିରରୁ ଆରମ୍ଭ କରି ପୁରପଲ୍ଲୀର ସମସ୍ତ ଦେବ ମନ୍ଦିରରେ ସ୍ଵତନ୍ତ୍ର ଭାବରେ ପୂଜାର୍ଚ୍ଚନା କରାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର । ଏଣୁ ଏହା ଜନମାନସକୁ ପ୍ରଭାବିତ କରିଥାଏ । ଆଜିର ଦିନ ଆନନ୍ଦ ଉଲ୍ଲାସ, ମଉଜ ମଜଲିସ୍, ପିଠାପଣା, ନୂଆ ପୋଷାକ ପରିଧାନ, କାନିଯାତ୍ରା, ଭ୍ରମଣ, ନାଚ ଗୀତର ଦିନ । ନିଜର ବନ୍ଧୁମାନଙ୍କୁ ଚର୍ଚ୍ଚା କରିବା, ଖିଆପିଆ ଓ ଭାବର ଆଦାନପ୍ରଦାନରେ ଅଂଶୀଦାର ହେବା ବନ୍ଧୁ ମିଳନର ଏକ ଭିନ୍ନ ପର୍ବ ରଜ । କୋରୋନା ମହାମାରୀ କାରଣରୁ ଆମେ ସମସ୍ତେ ଘରେ ଘରେ ରହି ରଜ ପାଳନ କରୁଛୁ । ବର୍ତ୍ତମାନ ସମୟରେ ମାସ୍କ ପିନ୍ଧିବା, ଟିକା ନେବା ଆମ ପାଇଁ ବଡ଼ ଦାୟିତ୍ଵ ହୋଇଛି । ସାମାଜିକ ଦୂରତା ରକ୍ଷା କରିବା, ସଫା ସୁତୁରା ରହିବା ତଥା କୋରୋନା ସଚେତନତା ପାଳନ କରିବା ଆମ ପାଇଁ ସୁରକ୍ଷା କବଚ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କୋରୋନା ବିରୋଧରେ ଲଢ଼େଇ କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ଟିକା ଅଭିଯାନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ କରିଛନ୍ତି । ଜୁନ ୨୧ରୁ ଆରମ୍ଭ ହେଉଥିବା ମାଗଣା ଟିକା ଅଭିଯାନରେ ସମସ୍ତେ ସାମିଲ ହେବାକୁ ଅନୁରୋଧ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କୋଭିଡ - ୧୯ର ସମସ୍ତ ନିୟମକୁ ମାନି ଘରେ ରହି ରଜ ପର୍ବକୁ ସ୍ଵତନ୍ତ୍ର କରିବାକୁ ଅନୁରୋଧ କରୁଛନ୍ତି ଧର୍ମେନ୍ଦ୍ର । ଏହି ଗଣ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଆଣିଦେଉ ବୋଲି କେନ୍ଦ୍ରମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.