ETV Bharat / city

ମନୋନୀତ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ - ଧର୍ମପଦ ପୁରସ୍କାର

ରାଜ୍ୟ ସରକାରଙ୍କ ଲଳିତ କଳା ଏକାଡେମୀ ପକ୍ଷରୁ ଦିଆ ଯାଉଥିବା ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ମନୋନୀତ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ

author img

By

Published : Nov 29, 2020, 12:46 PM IST

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆଜି(ରବିବାର) ବିଭାଗର ଶ୍ରେଷ୍ଠ ପୁରସ୍କାର ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି । 2016 ରୁ 2020 ମସିହା ପର୍ଯ୍ୟନ୍ତ 5 ମନୋନୀତ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏଥିପାଇଁ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା ।

ମନୋନୀତ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ
ଏହି ଅବସରରେ 2016ରୁ 2020 ମସିହା ପାଇଁ ପ୍ରତିବର୍ଷ 5 ଜଣ ଲେଖାଏଁ 25 ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ବିଷ୍ଣୁଦ ସେଠୀ, ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସଚିବ ଗଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି । ତେବେ ପୁରସ୍କାର ବିତରଣରେ ବିଳମ୍ବିତ ପ୍ରକ୍ରିୟାକୁ ସୁଧାରିବା ପାଇଁ ଏକାଡେମୀ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସମ୍ବର୍ଦ୍ଧିତ ଶିଳ୍ପୀମାନେ ପ୍ରଶଂସା କରିଛନ୍ତି । ଏଥିସହ ସରକାର ଯେଉଁ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ଏହା ମଧ୍ୟ ଶିଳ୍ପୀମାନଙ୍କୁ ଅନେକ ସହାୟକ ହେବ ବୋଲି ସେମାନେ କହିଛନ୍ତି ।

ତେବେ ଧର୍ମପଦ ପୁରସ୍କାର ପାଇଁ ମନୋନୀତ ଶିଳ୍ପୀଙ୍କୁ 5 ଲକ୍ଷ ଟଙ୍କା ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ 1ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.