ଭୁବନେଶ୍ବର: ଲିଙ୍ଗରାଜ ମହାପ୍ରଭୁଙ୍କ ପାଖରେ ଲାଗି ହେଲାନି ପହିଲି ଭୋଗ । ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଇଥିବାବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ପାଖରେ ଏପର୍ଯ୍ୟନ୍ତ ଲାଗି ହୋଇ ପାରିଲାନି ପହିଲି ଭୋଗ । ସେବାୟତଙ୍କ କହିବା କଥା ହେଲା 4 ଘଣ୍ଟା ବିଳମ୍ବରେ ଚାଲିଛି ନୀତିକାନ୍ତି ।
ଏନେଇ ଭକ୍ତଗଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ମନ୍ଦିର ପ୍ରଶାସନକୁ ଏସମ୍ପର୍କରେ ପ୍ରଶ୍ନ କରିବାରୁ ସେ ଏହି କଥାକୁ ଖଣ୍ଡନ କରୁଛନ୍ତି । ଏକଜିକ୍ୟୁଟିଭ ଅଫିସରଙ୍କ କହିବା କଥା ହେଲା ସମସ୍ତ ନୀତିକାନ୍ତି ଠିକ ସମୟରେ ଚାଲିଛି । ସେବାୟତଙ୍କ କହିବା କଥା ହେଲା ପ୍ରତିଥର ନୀତିକାନ୍ତି ସମ୍ବନ୍ଧରେ ପୂର୍ବରୁ ଏକ ବୈଠକ ହୁଏ । ତେବେ ଚଳିତଥର ତାହା ହୋଇନାହିଁ । ତେଣୁ ଏପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ ହୋଇ ପାରୁନଥିବାରୁ 4 ଘଣ୍ଟା ବିଳମ୍ବରେ ଚାଲିଛି ସମସ୍ତ ନୀତିକାନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ