ETV Bharat / city

ଧାମନଗରରେ ବିଜେଡିର ମହିଳା କାର୍ଡ ଏକ୍ସପେରିମେଣ୍ଟ, 2024ରେ ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା

ଧାମନଗର ଉପନିର୍ବାଚନ (Dhamnagar By-Poll) ରେ ଶାସକ ବିଜେଡି କଲା କି ଏକ୍ସପେରିମେଣ୍ଟ ? ଏକ୍ସପେରିମେଣ୍ଟ ସଫଳ ହେଲେ ଆଗାମୀ 2024 ନିର୍ବାଚନରେ ହେବ କି ପ୍ରୟୋଗ । ଅଧିକ ପଢନ୍ତୁ

author img

By

Published : Oct 13, 2022, 9:18 PM IST

Etv Bharat
Etv Bharat

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar By-Poll) ରେ ଶାସକ ବିଜେଡି କଲା କି ଏକ୍ସପେରିମେଣ୍ଟ । ଏକ୍ସପେରିମେଣ୍ଟ ସଫଳ ହେଲେ ଆଗାମୀ 2024 ନିର୍ବାଚନରେ ହେବ କି ପ୍ରୟୋଗ ? ଗତକାଲି ଧାମନଗର ଉପନିର୍ବାଚନ ପାଇଁ ବିଜେଡି ତିହିଡି ବ୍ଲକ ଅଧ୍ୟାକ୍ଷ ଅବନ୍ତୀ ଦାସଙ୍କୁ ପ୍ରାର୍ଥି କରିବା ପରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି । ପ୍ରଶ୍ନ ଉଠୁଛି କାହିଁକି ବିଜେଡି ମହିଳା ପ୍ରାର୍ଥିଙ୍କୁ ଉପନିର୍ବାଚନ ମୈଦାନକୁ ଆଣିଲା । କାହିଁକି ଆଶାୟୀ ପ୍ରାର୍ଥୀଙ୍କୁ ଅଣଦେଖା କରଗଲା । ଦଳୀୟ କନ୍ଦଳ ଏଡାଇବା ପାଇଁ ତୃତୀୟ ବିକଳ୍ପ ବିଚାର କଲା କି ଦଳ ? ନା 2024 ନିର୍ବାଚନ ପାଇଁ ଏହା ଏକ ସୁଚିନ୍ତିତ ରଣନୀତି ?

ଧାମନଗରରେ ବିଜେଡିର ମହିଳା କାର୍ଡ ଏକ୍ସପେରିମେଣ୍ଟ, 2024 ରେ ପ୍ରୟୋଗ ନେଇ ଚର୍ଚ୍ଚା

ଆଗାମୀ 2024 ବିଧାନସଭା ନିର୍ବାଚନରେ ରାଜ୍ୟରେ ଏକ ତୃତୀୟାଂଶ ମହିଳାଙ୍କୁ ମିଳିପାରେ ବିଧାନସଭା ଟିକେଟ । କିଛି ଏମିତି ଚର୍ଚ୍ଚା ଏବେ ରାଜନୈତିକ ମହଲରେ ଚାଲିଛି । ଆଉ ସେହି ମହିଳା କାର୍ଡର ଏକ୍ସପେରିମେଣ୍ଟ ହେଉଛି ଧାମନଗରରେ । ଅବନ୍ତୀ ଦାସଙ୍କୁ ଟିକେଟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଯଦି ଧାମନଗରରରେ ନବୀନଙ୍କ ମହିଳା କାର୍ଡ ସଫଳ ହୁଏ ତେବେ 2024ରେ ବଡ ମହିଳା କାର୍ଡ ଖେଳିବାକୁ ଯାଉଛି ବିଜେଡି । ଯାହା ଆଜି ପର୍ଯ୍ୟନ୍ତ ଭାରତର ରାଜନୀତିରେ କୌଣସି ସ୍ଥାନରେ ବି ହୋଇନାହିଁ । ରାଜନୈତିକ ସମୀକ୍ଷକ ରବି ଦାସଙ୍କ ମତରେ ଧାମନଗରରେ ମହିଳା କାର୍ଡ ଖେଳି ନବୀନ ଏହି ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ନବୀନ ସରକାର ମହିଳାଙ୍କୁ ଗୁରୁତ୍ବ ଦିଅନ୍ତି । ଯଦି ଧାମନଗର ଏକ୍ସପେରିମେଣ୍ଟ କାମ ଦେଲା ତେବେ 2024ରେ ନବୀନ ମହିଳା ମାଷ୍ଟରଷ୍ଟ୍ରୋକ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସେପଟେ ବିଜେପି କହିଛି ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ସଂଗଠନ ଥିଲା । ଲୋକ ସମ୍ପର୍କ ଥିଲା । ଲୋକଙ୍କ ସହିତ ରହିଥିଲେ ବିଷ୍ଣୁ । ନବୀନ ମହିଳା କାର୍ଡ ଖେଳିଲେ ମଧ୍ୟ ଏହାର କୌଣସି ପ୍ରଭାବ ରହିବ ନାହିଁ । ଅନୁକମ୍ପା ମୂଳକ ଭୋଟ ବିଷ୍ଣୁଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ମିଳିବ । ତେଣୁ ବିଜେପି ହିଁ ଉପ ନିର୍ବାଚନରେ ଜିତିବ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ।

ଧାମନଗରରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା, ଆକଳନ ହେଉଥିଲା । ପ୍ରାର୍ଥୀ ଦୌଡରେ ଥିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ପୂର୍ବତନ ବ୍ଲକ ସଭାପତି ଅଶୋକ ନାୟକ, ପୂର୍ବତନ ବିଧାୟକ ତଥା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସ୍ବାମୀ ମୁକ୍ତିକାନ୍ତ ମଣ୍ଡଳ । ହେଲେ ନବୀନ ଏହି ଆସନରେ ପୁରୁଣା ପ୍ରାର୍ଥୀଙ୍କୁ ବାଦ ଦେଇ ନୂଆ ଚେହେରା ସାମନାକୁ ଆଣିଛନ୍ତି । କୁହାଯାଉଛି 2024 ପୂର୍ବରୁ ନବୀନଙ୍କ ଏହି ଏକ୍ସପେରିମେଣ୍ଟ ଯଦି କାମ ଦେଲା 2024ରେ ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ ଦେବ ଦଳ । ଯଦି ନବୀନ ବହୁମତରେ ଜିତି ସରକାର କରନ୍ତି ଏହା ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିବ ଆଉ ନବୀନ ବନିଯିବେ ଓ୍ବାର୍ଲ୍ଡ ଲିଡର ବା ବିଶ୍ବ ନେତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.