ETV Bharat / city

Dhamnagar By-poll: ବିଜେଡି ବିରୋଧରେ ଫେରାଦ ହେଲା ବିଜେପି - ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଧାମନଗର ଉପନିର୍ବାଚନକୁ ନେଇ ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଧିକ ପଢନ୍ତୁ

ବିଜେଡି ବିରୋଧରେ ଫେରାଦ ହେଲା ବିଜେପି
ବିଜେଡି ବିରୋଧରେ ଫେରାଦ ହେଲା ବିଜେପି
author img

By

Published : Oct 15, 2022, 9:53 PM IST

Updated : Oct 15, 2022, 10:07 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନକୁ ନେଇ ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ବାଲାଟ ପେପର ଭୋଟ ସଂଗ୍ରହ ପାଇଁ ଧାମନଗର ନିର୍ବାଚନ ମଣ୍ଡଳୀ ବାହାରୁ ମିଶନ ଶକ୍ତି ମହିଳା ନିଯୁକ୍ତି କରିବାକୁ ଦାବିରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ଦଳ । ବିଜେପି ଦାବି କରିଛି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ବାଲାଟ ପେପର ଭୋଟ ସଂଗ୍ରହ ପାଇଁ ନିଯୁକ୍ତ ହୋଇଥିବା ମିଶନ ଶକ୍ତି ମହିଳା ମାନେ ଧାମନଗର ନିର୍ବାଚନ ମଣ୍ଡଳୀର । ରାଜ୍ୟ ସରକାର ଜାଣିଶୁଣି ଚଞ୍ଚକତା କରିବା ପାଇଁ ଏମିତି କରିଛନ୍ତି। ତେଣୁ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ଅନ୍ୟ ନିର୍ବାଚନ ମଣ୍ଡଳୀର ଅଙ୍ଗନୱାଡ଼ି କର୍ମୀ କିମ୍ବା ମିଶନ ଶକ୍ତି ମହିଳାଙ୍କୁ ନିଯୁକ୍ତି ପାଇଁ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ।

ଏହା ସହ ଧାମନଗର ଦୁଇ ବିଡ଼ିଓଙ୍କୁ ବଦଳି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ମଧ୍ୟ ବର୍ଷିଲେ ବିଜେପି ପ୍ରତିନିଧି ଦଳ। ନିର୍ବାଚନ ନିୟମ ଅନୁସାରେ ଯଦି 3 ବର୍ଷରୁ ଅଧିକ ରହିବାଥିବା ଅଧିକାରୀଙ୍କ ବଦଳି ହେବ, ତାହେଲେ କିଷାନନଗର ବିଡିଓ, କନ୍ଧମାଳ ଜିଲ୍ଳାପାଳ ଡ଼ି ବୃନ୍ଦା 7 ବର୍ଷ ରହିବା ପରେ ବି କାହିଁକି ବଦଳି ହୋଇନଥିଲା ବୋଲି ପ୍ରଶ୍ନ କରିଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 15, 2022, 10:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.