ETV Bharat / city

Dhamnagar By-Poll: ଧାମନଗରରୁ ଆପ ପ୍ରାର୍ଥୀ ହେବେ ରାଜେନ୍ଦ୍ର ଦାସ !

author img

By

Published : Oct 13, 2022, 5:47 PM IST

ଧାମନଗର ଉପନିର୍ବାଚନ ନେଇ 3 ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡି ଅବନ୍ତୀ ଦାସଙ୍କୁ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏହାକୁ ନେଇ ବିଜେଡିରୁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ନେଇ 3 ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡି ଅବନ୍ତୀ ଦାସଙ୍କୁ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏହାକୁ ନେଇ ବିଜେଡିରୁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଅସନ୍ତୁଷ୍ଟ ଥିବା କୁହାଯାଉଛି । ରାଜେନ୍ଦ୍ର ସ୍ୱାଧୀନ କିମ୍ବା ଆମ ଆଦମୀ ପାର୍ଟି(ଆପ)ର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ଏନେଇ ରାଜେନ୍ଦ୍ର ଆପର କେନ୍ଦ୍ରୀୟ ନେତାଙ୍କ ସହ ଯୋଗାଯୋଗ କରିଥିବା ରାଜ୍ୟ ଆପର ବରିଷ୍ଠ ନେତାଙ୍କ ପକ୍ଷରୁ ସୂଚନା ମିଳିଛି ।

ଧାମନଗର ଉପନିର୍ବାଚନ ନେଇ ଘଡିକେ ଘୋଡା ଛୁଟୁଛି । ବିଜେଡି ପ୍ରାର୍ଥୀ ଘୋଷଣା ପରେ ଦଳୀୟ କନ୍ଦଳ ବାହାରକୁ ଆସିଛି । ଦଳ ବିରୋଧରେ ବିଦ୍ରୋହ ଡାକରା ଦେଇଛନ୍ତି ଅସନ୍ତୁଷ୍ଟ ଆଶାୟୀ ରାଜେନ୍ଦ୍ର ଦାସ । ଗତକାଲି ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କୁ ସମର୍ଥନ କରିବେ ବୋଲି କହିଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଆଜି ଅନ୍ଧାରୀ ବିଜେ କରିଛନ୍ତି । ଗତକାଲିଠାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ଏହାରି ଭିତରେ ରାଜେନ୍ଦ୍ର ଆମ ଆଦମୀ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଯୋଗାଯୋଗ କରିଛନ୍ତି । ଏନେଇ ଆମ ଆଦମୀ ପାର୍ଟିର ରାଜ୍ୟ ଶାଖାର ବରିଷ୍ଠ ନେତାଙ୍କ ପକ୍ଷରୁ ସୂଚନା ମିଳିଛି ।

ବିଜେଡି ଟିକେଟ ଘୋଷଣା ପରେ ରାଜେନ୍ଦ୍ରଙ୍କ ସମର୍ଥକ ଖପ୍ପା ହୋଇଥିବା ଜଣାପଡିଛି । ଗତକାଲି ରାତିରୁ ରାଜେନ୍ଦ୍ରଙ୍କ ବାସଭବନରେ ତାଙ୍କ ସମର୍ଥକଙ୍କ ଭିଡ଼ ଲାଗି ରହିଛି । ସମର୍ଥକଙ୍କ ସହିତ ଆଲୋଚନା ପରେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ରାଜେନ୍ଦ୍ର 3 ସେଟ ଫର୍ମ କିଣିଥିବା ଜଣାପଡିଛି । ଯଦି ସବୁ ଠିକଠାକ ରୁହେ, ଆସନ୍ତାକାଲି ସେ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି । ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ରାଜେନ୍ଦ୍ରଙ୍କୁ ମନାଇବା ଲାଗି ବିଜେଡି ପକ୍ଷରୁ 5 ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.