ETV Bharat / city

Dhamnagar By-Poll: ବିଜେଡି ହିଁ ଜିତିବ ଉପନିର୍ବାଚନ କହିଲେ ଦାମ ରାଉତ - ପ୍ରାର୍ଥୀ ରାଜେନ୍ଦ୍ର ଦାସ

ଧାମନଗର ଉପ ନିର୍ବାଚନ (Dhamnagar By-Poll) ରେ ଜିତିବା ପାଇଁ ତିନି ପ୍ରମୁଖ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ରଣନୀତି କଣ ରହିବ ? ଏବେ ଏହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବରିଷ୍ଠ ରାଜନେତା ଦାମୋଦର ରାଉତ ଧାମନଗର ଉପନିର୍ବାଚନକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଦାମ କହିଛନ୍ତି, ଉପ-ନିର୍ବାଚନରେ ଲୋକେ ସେହି ପ୍ରାର୍ଥୀଙ୍କୁ ଭୋଟ ଦେବେ ଯିଏ ସେମାନଙ୍କ କଥା ବୁଝିବ, ସମସ୍ୟାର ସମାଧାନ କରିବ । ଅଧିକ ପଢନ୍ତୁ

DhamnagarByPoll
DhamnagarByPoll
author img

By

Published : Oct 17, 2022, 4:59 PM IST

ଭୁବନେଶ୍ବର: ଧାମନଗର ଉପ ନିର୍ବାଚନ ( Dhamnagar By-Poll) ରେ ଜିତିବା ପାଇଁ ତିନି ପ୍ରମୁଖ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ରଣନୀତି କଣ ରହିବ ? ଏବେ ଏହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବରିଷ୍ଠ ରାଜନେତା ଦାମୋଦର ରାଉତ ଧାମନଗର ଉପନିର୍ବାଚନକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଦାମ କହିଛନ୍ତି, ଉପ-ନିର୍ବାଚନରେ ଲୋକେ ସେହି ପ୍ରାର୍ଥୀଙ୍କୁ ଭୋଟ ଦେବେ ଯିଏ ସେମାନଙ୍କ କଥା ବୁଝିବ, ସମସ୍ୟାର ସମାଧାନ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ଯେପରି କାମ କରିଚାଲିଛି, ତାକୁ ଦେଖିଲେ, ଅବନ୍ତୀ ଦାସ ହିଁ ଧାମନଗରରୁ ଜିତିବା ନିଶ୍ଚିତ ।

DhamnagarByPoll : ବିଜେଡି ହିଁ ଜିତିବ ଉପନିର୍ବାଚନ: ଦାମୋଦରର ରାଉତ

ବିଦ୍ରୋହୀ ବିଜେଡି ନେତା ତଥା ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭୋଟ ବ୍ୟାଙ୍କ ଭଲ ରହିଥିବାରୁ ଏବଂ ସେ ବିଜେଡିର ଜଣେ ଭଲ ସଂଗଠକ ହୋଇଥିବାରୁ ବିଜେଡି ଭୋଟ ବ୍ୟାଙ୍କ ଭାଗ ଭାଗ ହେବାର ଆଶଙ୍କା ରହିଛି । ତା ସତ୍ବେ ମଧ୍ୟ ବିଜେଡି ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦାମୋଦର ରାଉତ । ଦାମଙ୍କ କହିବା କଥା ଉପନିର୍ବାଚନରେ ସରକାରୀ ଦଳ ହାରିବାର ନଜିର ନାହିଁ । ଏହାର ଏକ ମାତ୍ର କାରଣ ଏହି ଉପ-ନିର୍ବାଚନରେ ଜିତିବା କିମ୍ବା ହାରିବା ଦ୍ବାରା ସରକାର ଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ତେଣୁ ଯିଏ ସାମୁହିକ ଭାବେ ଲୋକଙ୍କ କଥା ବୁଝିବ ଲୋକେ ତାକୁ ହିଁ ଭୋଟ ଦେବେ । ବିଜେଡି ନେତୃତ୍ବାଧୀନ ସରକାରରେ ଲୋକଙ୍କ କଥା କେବଳ ସରକାରୀ ଦଳ ହିଁ ବୁଝିପାରିବ । ତେଣୁ ଭୋଟ ଭାଗ ଭାଗ ହେଲେ ମଧ୍ୟ ବିଜେଡି ସପକ୍ଷରେ ଆସିବ ଜନ ସମର୍ଥନ ।

ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ରାଜେନ୍ଦ୍ର ଦାସ କହିଛନ୍ତି, ସେ ନାମାଙ୍କନ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ । ଅର୍ଥାତ ବିଜେଡି ବିଦ୍ରୋହୀ ଭାବେ ଉଦ୍ଭା ହୋଇଥିବା ରାଜୁ ଦାସ ସିଧାସଳଖ ବିଜେଡିକୁ ଚ୍ୟାଲେଞ୍ଜ କରିଛନ୍ତି । ଆକଳନ କରାଯାଉଛି ବିଜେଡି ପାଇଁ ଏକ ବଡ ପ୍ରତିବନ୍ଧକ ହୋଇପାରନ୍ତି ରାଜୁ ଦାସ । ତାଙ୍କୁ ମ୍ୟାନେଜ କରିବାରେ ବିଫଳ ହୋଇଛି ବିଜେଡି ସଂଗଠକ । ପ୍ରଥମ ଥର ପାଇଁ 22ବର୍ଷ ଇତିହାସରେ ଏପରି ହୋଇଛି । ବିଜେଡି ଭିତରୁ ବିଦ୍ରୋହୀ ନେତା ବାହାରି ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢିବା ଏକ ବଡ କଥା । ଏବେ ଦେଖିବାର କଥା ଜନତା କାହା ଉପରେ ମୋହର ମାରୁଛନ୍ତି । ନବୀନଙ୍କ 22ବର୍ଷର ସ୍ବଚ୍ଛ ଶାସନ, ମୋଦିଙ୍କ ବିକାଶ ମନ୍ତ୍ର, ରାଜୁ ଦାସଙ୍କ ସ୍ବାଭିମାନ ଧାମନଗର ନା କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.