ETV Bharat / city

ଧାମନଗର ଉପନିର୍ବାଚନ: ରେସରେ ଅନେକ, କାହାକୁ ଭରସା କରିବେ ନବୀନ ?

ଧାମନଗର ଉପନିର୍ବାଚନ ନେଇ ବାଜି ସାରିଛି ବିଗୁଲ । କିଏ ହେବ ବିଜେଡିର ପ୍ରାର୍ଥୀ ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ରେସରେ 4ରୁ ଅଧିକ ଆଶାୟୀ ଥିବାବେଳେ କାହା ଉପରେ ବିଜେଡି ସୁପ୍ରିମୋ ଭରସା କରିବେ, ତାହା ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

author img

By

Published : Oct 6, 2022, 10:54 PM IST

ଧାମନଗର ଉପନିର୍ବାଚନ, ରେସରେ ଅନେକ, କାହାକୁ ଭରସା କରିବେ ନବୀନ ?

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ନେଇ ବାଜି ସାରିଛି ବିଗୁଲ । କିଏ ହେବ ବିଜେଡିର ପ୍ରାର୍ଥୀ ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ରେସରେ 4ରୁ ଅଧିକ ଆଶାୟୀ ଥିବାବେଳେ କାହା ଉପରେ ବିଜେଡି ସୁପ୍ରିମୋ ଭରସା କରିବେ, ତାହା ଉପରେ ସମସ୍ତଙ୍କ ନଜର ।

ଧାମନଗର ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ ? ପୁରୁଣା ମୁହଁ ନା ନୂଆ ଚେହେରାକୁ ଭରସା କରିବେ ନବୀନ ? ସ୍ଥାନୀୟ ନେତା ନା ବାହାର ପ୍ରାର୍ଥୀ ଦେବ ବିଜେଡି ? ଆଉଟ ଅଫ ସିଲାବସରୁ ପ୍ରାର୍ଥୀ ଦେବ କି ବିଜେଡି ? 2024 ସାଧାରଣ ନିର୍ବାଚନ ପୂର୍ବରୁ ଧାମନଗରରେ ହେବ ଆରପାର ଲଢେଇ । ଧାମନଗର ବ୍ୟାଟେଲ ବିଜୟ ଲାଗି ଶାସକ ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଧାମନଗର ସିଟ ପୁଣି ଫେରି ପାଇବା ଲାଗି ସଠିକ ପ୍ରାର୍ଥୀ ଚୟନକୁ ଗୁରୁତ୍ୱ ଦେଉଛି ଦଳ । କିଏ ହେବ ବିଜେଡିର ପ୍ରାର୍ଥୀ ସେନେଇ ଆରମ୍ଭ ହୋଇଛି ଅଙ୍କକଷା । 5 ରୁ ଅଧିକ ଆଶାୟୀ ଥିବାବେଳେ କାହାକୁ ଭରସା କରିବେ ବିଜେଡି ସୁପ୍ରିମୋ, ତାହା ଉପରେ ସମସ୍ତଙ୍କର ନଜର ।

ରେସରେ ଅଛନ୍ତି ଦୁଇ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ, ପୂର୍ବତନ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ । କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଅସ୍ତିଶଲ୍ୟ ଡାକ୍ତର ସଞ୍ଜୟ ଦାସଙ୍କ ନାଁ ଚର୍ଚ୍ଚାରେ ରହିଛି । ଆଉଟ ଅଫ ସିଲାବସରୁ ପ୍ରାର୍ଥୀ ଦେବା ନେଇ ନଜିର ଥିବା ବେଳେ କିଏ ହେବ ସେ ଡାର୍କ ହର୍ସ ? ମୁକ୍ତିକାନ୍ତ ଧାମନଗରର ପୂର୍ବତନ ବିଧାୟକ ହୋଇଥିବାବେଳେ ଏବେର ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସ୍ୱାମୀ । ମୂଳତଃ ବାସୁଦେବପୁରର ବାସିନ୍ଦା ହୋଇଥିବା ମୁକ୍ତିକାନ୍ତ 2014 ରେ ଧାମନଗରରୁ ସେ ବିଜୟୀ ହୋଇଥିଲେ । ରାଜୁ ଦାସ ତିହିଡି ବ୍ଲକର ବାସିନ୍ଦା ହୋଇଥିବାବେଳେ ସେ 2009ରେ ଧାମନଗରରୁ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ ।

ସେହିପରି ଧାମନଗରର ପୂର୍ବତନ ବ୍ଲକ ଅଧକ୍ଷ ହେଉଛନ୍ତି ଅଶୋକ ନାୟକ । ଏହି 3 ନେତା ନିଜ ନିଜ ସ୍ତରରେ ଜୋରଦାର ଲବି ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ଡାକ୍ତର ସଞ୍ଜୟ ଦାସ ହେଉଛନ୍ତି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟମକେଶ ରାୟଙ୍କ ବନ୍ଧୁ । ସଞ୍ଜୟ ଧାମନଗରର ମୂଳ ବାସିନ୍ଦା ହୋଇଥିବାବେଳେ ତାଙ୍କୁ ଟିକେଟ ଦେବା ଲାଗି ପାୱାର କରିଡ଼ରେ କସରତ ଆରମ୍ଭ କରିଦେଇଛନ୍ତି ବ୍ୟୋମକେଶ ।

ଏବେ ନଜର ପକାନ୍ତୁ 2000 ମସିହାରୁ 2019 ପର୍ଯ୍ୟନ୍ତ ଧାମନଗର ନିର୍ବାଚନ ଫଳାଫଳ ଉପରେ । 2000 ମସିହାରେ ସ୍ବାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ବିଜେପି ପ୍ରାର୍ଥୀ ମନମୋହନ ସାମଲକୁ ପରାସ୍ତ କରିଥିଲେ । 2004 ରେ ବିଜେପି ଓ ବିଜେଡି ମେଣ୍ଟ ଯୋଗୁଁ ମନମୋହନ ସାମଲ ବିଜୟୀ ହୋଇଥିଲେ । 2009ରେ ମେଣ୍ଟ ଭାଙ୍ଗିବା ପରେ ଧାମନଗର ଆସନ ବିଜେଡି ଦଖଲ କରିଥିଲା । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜୟୀ ହୋଇଥିଲେ । 2014ରେ ରାଜେନ୍ଦ୍ରଙ୍କ ବଦଳରେ ମୁକ୍ତିକାନ୍ତଙ୍କୁ ଭରସା କରିଥିଲା ବିଜେଡି । ଲଗାତର ଦ୍ବିତୀୟ ଥର ପାଇଁ ବିଜେଡି 2014ରେ ଏହି ଆସନ ଦଖଲ କରିଥିଲା ।

ମୁକ୍ତିକାନ୍ତ ମଣ୍ଡଳ ନିର୍ବାଚିତ ହୋଇଥିଲେ । 2019ରେ ପୁନର୍ବାର ରାଜେନ୍ଦ୍ରଙ୍କୁ ବିଜେଡି କରିଥିଲା ପ୍ରାର୍ଥୀ । 2019ରେ ବିଜେଡ଼ି ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ରଙ୍କୁ ମାତ୍ର 4 ହଜାର 625 ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ । ବିଜେପି 80 ହଜାର 111 ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି 75 ହଜାର 486 ଖଣ୍ଡ ଭୋଟ ପାଇଥିଲା । କଂଗ୍ରେସ 7 ହଜାର 303 ଖଣ୍ଡ ଭୋଟ ପାଇଥିଲା । ଧାମନଗର ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ହେବା ପରେ କେବେ ବି ମହିଳାଙ୍କୁ ପ୍ରାର୍ଥୀ କରିନାହାନ୍ତି କୌଣସି ରାଜନୈତିକ ଦଳ । ଚଳିତ ଥର ବିଜେଡି ପ୍ରାର୍ଥୀ ହେବା ଲାଗି ନବୀନ ନିବାସ ଆସି ନିଜର ପକ୍ଷ ରଖିଛନ୍ତି ବିଜେଡିର ମହିଳା ନେତ୍ରୀ ଦେବକୀ ଦାସ ।

ନିକଟ ଅତୀତରେ ହୋଇଥିବା ଉପନିର୍ବାଚନ ଫଳାଫଳ ବିଜେଡ଼ି ସପକ୍ଷରେ ଯାଇଥିବାବେଳେ ଧାମନଗର ଦଖଲ ଲାଗି ସଠିକ ପ୍ରାର୍ଥୀ ଚୟନ ଉପରେ ଗୁରୁତ୍ୱ ଦେଉଛି ଦଳ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.