ETV Bharat / city

ରଥଯାତ୍ରାରେ ସହଯୋଗ ପାଇଁ ଜନସାଧାରଣଙ୍କୁ ଜିଜିପି ଅଭୟଙ୍କ ଧନ୍ୟବାଦ - Odisha DGP Tweet

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଲେ DGP । ପୋଲିସ କର୍ମଚାରୀମାନେ ବହୁତ ଭଲ କାର୍ଯ୍ୟ କରିଥିବା କହିଲେ DGP ଅଭୟ । ଅଧିକ ପଢନ୍ତୁ...

ରଥଯାତ୍ରାରେ ସହଯୋଗ ପାଇଁ ଜନସାଧାରଣଙ୍କୁ ଜିଜିପି ଅଭୟଙ୍କ ଧନ୍ୟବାଦ

author img

By

Published : Jun 23, 2020, 6:34 PM IST

ଭୁବନେଶ୍ବର: କୋରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଶେଷ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା । ସର୍ବନିମ୍ନ ସେବାୟତଙ୍କୁ ନେଇ ରଥଟଣା ହୋଇଥିବାବେଳେ ତିନି ରଥ ଶରଦାବାଲିରେ ଲାଗିସାରିଛି । ତେବେ ଶାନ୍ତି ଶୃଙ୍ଖଳା ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିବାରୁ ଜନସାଧାରଣକୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟର ପୋଲିସ ଡିଜି ଅଭୟ ।

ରଥଯାତ୍ରାରେ ସହଯୋଗ ପାଇଁ ଜନସାଧାରଣଙ୍କୁ ଜିଜିପି ଅଭୟଙ୍କ ଧନ୍ୟବାଦ
ରଥଯାତ୍ରାରେ ସହଯୋଗ ପାଇଁ ଜନସାଧାରଣଙ୍କୁ ଜିଜିପି ଅଭୟଙ୍କ ଧନ୍ୟବାଦ

ରଥଯାତ୍ରାରେ ନିୟୋଜିତ ସମସ୍ତ ପୋଲିସକର୍ମୀ ନିଷ୍ଠାର ସହ ନିଜ କର୍ତ୍ତବ୍ୟ କରିଥିବାରୁ ସେମାନଙ୍କୁ ଟ୍ବିଟ କରି ସାଧୁବାଦ ଜଣାଇଛନ୍ତି ଡିଜିପି । ଏହାସହ ଜନସାଧରଣ ବିଶେଷକରି ପୁରୀ ବାସିନ୍ଦାଙ୍କୁ ସେମାନଙ୍କ ସହୋଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଅଭୟ ।

କୋରୋନା କଟକଣା ମଧ୍ୟରେ ରଥଯାତ୍ରା ରାଜ୍ୟ ସରକାର ଓ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା । ହେଲେ ମହାପ୍ରଭୁଙ୍କ କୃପାରୁ ସବୁ କିଛି ସୁରୁଖୁରୁରେ ସମ୍ପାଦନ ହୋଇଛି । ସୁପ୍ରିକୋର୍ଟଙ୍କ ରାୟ ଆସିବା ପରେ ମୁଖ୍ୟମନ୍ତ୍ରୀ ଡିଜିପିଙ୍କୁ ସଙ୍ଗେସଙ୍ଗେ ପୁରୀ ପଠାଇଥିଲେ । ପୋଲିସ ପ୍ରଶାସନ ସହଯୋଗରେ ସବୁକିଛି କାର୍ଯ୍ୟକୁ ସମୟାନୁଯାୟୀ ଶୃଙ୍ଖଳିତଭାବେ ସମାପନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.