ETV Bharat / city

ଯୁବକଙ୍କୁ ଗୁରୁତ୍ୱ, ଆନୁଗତ୍ୟଙ୍କୁ ଫଳ: ଦେବୀ ମିଶ୍ର

author img

By

Published : May 30, 2022, 10:58 PM IST

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ଭିତରେ ଛକାପଞ୍ଝା ଆରମ୍ଭ ହୋଇଛି । ଅନେକ ଆଶାୟୀ ନିରାଶ ହୋଇଛନ୍ତି । ସିଧାସଳଖ ନହେଲେ ଆଶାୟୀ ଦଳୀୟ ନେତାଙ୍କୁ ତେର୍ଚ୍ଛାବାଣ ମାରୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀ ମିଶ୍ର । ଅଧିକ ପଢନ୍ତୁ

ଦେବୀ ମିଶ୍ର
ଦେବୀ ମିଶ୍ର

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ଭିତରେ ଛକାପଞ୍ଝା ଆରମ୍ଭ ହୋଇଛି । ଅନେକ ଆଶାୟୀ ନିରାଶ ହୋଇଛନ୍ତି । ସିଧାସଳଖ ନହେଲେ ଆଶାୟୀ ଦଳୀୟ ନେତାଙ୍କୁ ତେର୍ଚ୍ଛାବାଣ ମାରୁଛନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀ ମିଶ୍ର ।

ଯୁବକଙ୍କୁ ଗୁରୁତ୍ବ, ଆନୁଗତ୍ୟଙ୍କୁ ଫଳ : ଦେବୀ ମିଶ୍ର

ଦେବୀ କହିଛନ୍ତି ଯେ, ରାଜ୍ୟସଭାରେ ବହୁତ ଯୁବ ଚେହେରା ରହିଛନ୍ତି । ବିଜେଡି ମଧ୍ୟ ଗୁରୁତ୍ବ ଦେଇଛି । ଅନ୍ୟ ଦଳରେ ଯୁବକ ଯାଉଛନ୍ତି । ବିଜେଡି ଖାଲି ଯୁବକଙ୍କୁ ରାଜ୍ୟସଭା ପଠାଇ ନାହିଁ । ଯୁବକ ହେଲେ ବି ମସ୍ତିଷ୍କରେ ପ୍ରବୀଣ । ସସ୍ମିତ ପାତ୍ର କମ ସମୟରେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ସହ ସେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଛନ୍ତି । ନିରଞ୍ଜନ ବିଶିଙ୍କୁ ପଶ୍ଚିମ ଓଡିଶାର ଆଦିବାସୀ ବର୍ଗରୁ ପ୍ରତିନିଧତ୍ଵ ମିଳିଛି ।

ଲୋକଙ୍କ ଜନଜୀବନ ସହ ଅଛନ୍ତି । ମହିଳାଙ୍କୁ ବି ଗୁରୁତ୍ବ ମିଳିଛି । ମାନସ ମଙ୍ଗରାଜ ବି ଉପଯୁକ୍ତ ଚେହେରା । ଯେଉଁ ବରିଷ୍ଠଙ୍କୁ ଗୁରୁତ୍ବ ଦିଆନଯିବା କଥା କୁହାଯାଉଛି ସେମାନେ ଅନ୍ୟ କାର୍ଯ୍ୟରେ ଅଛନ୍ତି । କ୍ୟାବିନେଟ ପାହ୍ୟାରେ ଅଛନ୍ତି ଚ୍ୟାଉ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଅଛନ୍ତି । ପ୍ରସନ୍ନ ପାଟ୍ଟଶାଣୀ ଉପସଭାପତି ଅଛନ୍ତି । ସେ ବି ଦଳୀୟ କାର୍ଯ୍ୟରେ ଉପଯୋଗ ହେବେ ।

ପ୍ରଦୀପ ମାଝୀଙ୍କ ନାଁ ଚର୍ଚ୍ଚା ହେଉଥିଲା । ଜଣେ ଆଦିବାସୀ ନେତା ଯାଇଛନ୍ତି । ଏକା ଦିନ ବି ସରି ଯାଏନି । ପ୍ରଦୀପଙ୍କର ନବରଙ୍ଗପୁରରେ ଦବଦବା ରହିଛି । ମୁଖ୍ୟମନ୍ତ୍ରୀ ସଠିକ ସମୟର ନିଷ୍ପତ୍ତି ନେବେ । ଯେଉଁମାନେ ଦଳ ପ୍ରତି ଆନୁଗତ୍ୟ ରଖିଛନ୍ତି, ତାଙ୍କୁ ପୁରସ୍କାର ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.