ଭୁବନେଶ୍ବର: ଘରୋଇ ସ୍କୁଲ୍ଗୁଡ଼ିକୁ NCERT ବହି ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଲା ପ୍ରାଥମିକ ଶିକ୍ଷା ବିଭାଗ । ଏହାର ତଦାରଖ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ଚିଠି କରାଯାଇଛି । ଘରୋଇ ସ୍କୁଲ୍ ଗୁଡ଼ିକ ବେଆଇନ ଭାବେ ଭୁଲ୍ ବହି ପ୍ରକାଶନ କରିବା ସହ ଏହାକୁ ଚଢ଼ାଦରରେ ବିକ୍ରି କରୁଛନ୍ତି । ଏହାକୁ ନେଇ ରାଜଧାନୀରେ ଅଭିଭାବକ ମହାସଂଘ ପକ୍ଷରୁ ଆମରଣ ଅନଶନ କରାଯାଇଥିଲା ।
![ସମସ୍ତ ସ୍କୁଲରେ NCERT ବହି ବ୍ୟବହାର ବାଧ୍ୟତାମୂଳକ, ପ୍ରାଥମିକ ଶିକ୍ଷା ବିଭାଗର ଚିଠି](https://etvbharatimages.akamaized.net/etvbharat/prod-images/od-bbsr-03-deo-elementry-education-letter-ncert-7206049_22032022172647_2203f_1647950207_880.jpg)
ଅଭିଭାବକ ସଂଘ ବେଆଇନ ଭାବେ ଭୁଲ୍ ବହି ପ୍ରକାଶନ କରୁଥିବା ସ୍କୁଲ ଗୁଡିକର ସ୍ବୀକୃତି ପ୍ରତ୍ୟାହାର କରିବାକୁ ଦାବି କରିଛି । ତା ସହିତ ପିଲାମାନଙ୍କୁ ଅଯଥା ବସ୍ତାନି ବୋଝରୁ ମୁକ୍ତି କରିବାକୁ ମଧ୍ୟ ଦାବି କରିଛି । ଦେଶର ସମସ୍ତ ସ୍କୁଲରେ ଜାତୀୟ ସ୍ତରରେ NCERT ଓ ରାଜ୍ୟରେ ବିଭିନ୍ନ ଭାଷାରେ ରାଜ୍ୟ ସ୍ତରରେ SCIRT ପାଠ୍ୟକ୍ରମ ଅନୁମୋଦିତ ପାଠ୍ୟପୁସ୍ତକ ବ୍ୟବହାର କରି ପାଠ ପଢ଼ାଇବା ପାଇଁ ସ୍ପଷ୍ଟ ନିୟମ ରହିଛି । ହେଲେ ଘରୋଇ ସ୍କୁଲ୍ ଗୁଡ଼ିକ ଏହାର ଖୋଲାଖୋଲି ଭାବରେ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି ।
![ସମସ୍ତ ସ୍କୁଲରେ NCERT ବହି ବ୍ୟବହାର ବାଧ୍ୟତାମୂଳକ, ପ୍ରାଥମିକ ଶିକ୍ଷା ବିଭାଗର ଚିଠି](https://etvbharatimages.akamaized.net/etvbharat/prod-images/od-bbsr-03-deo-elementry-education-letter-ncert-7206049_22032022172647_2203f_1647950207_1066.jpg)
ବିଶେଷ କରି ସେଣ୍ଟ୍ ଜୋସେଫ ସ୍କୁଲ୍ ଏଭଳି କାରନାମା କରୁଥିବା ଅଭିଯୋଗ ହୋଇଛି । ଘରୋଇ ସ୍କୁଲ୍ ଗୁଡ଼ିକ ବେଆଇନ ଭାବେ ହଜାରହଜାର କୋଟି ଟଙ୍କା ମୁନାଫା ଆଶାରେ ଏଭଳି କରୁଛନ୍ତି । ଏହି ଚକ୍ରବ୍ୟୁହ ରଚନା କରିବା ସହ ଶିକ୍ଷା ବିଭାଗର ଅସାଧୁ ଅଧିକାରୀଙ୍କ ସାଲାସୁତୁରା ଓ ଭାଗିଦାରୀରେ ବର୍ଷବର୍ଷ ଧରି ଏଭଳି ଭାବରେ ବେଆଇନ ବହି ବିକ୍ରି କରି ଚାଲିଛନ୍ତି l ଏହାଦ୍ୱାରା ଅଭିଭାବକମାନେ ଅଯଥାରେ ଆର୍ଥିକ ବୋଝ ସହୁଛନ୍ତି । ଖାଲି ସେତିକି ନୁହେଁ ଛାତ୍ରଛାତ୍ରୀ ମଧ୍ୟ ଅଯଥାରେ ଅନାବଶ୍ୟକ ବସ୍ତାନି ବୋଝ ବୋହି ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ୁଛନ୍ତି ।
ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଏଭଳି ଘରୋଇ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତା ସହିତ ଭୁଲ ଭାବେ ବହି ପ୍ରକାଶନ କରୁଥିବା ସ୍କୁଲ୍ଗୁଡ଼ିକ ତଦାରଖ କରିବାକୁ ଚିଠି କରାଯାଇଛି । ବେଆଇନ ବହି ବିକ୍ରି ଓ ଫିସ୍ ଆଦାୟ ପାଇଁ ସ୍କୁଲ୍ର ସ୍ୱୀକୃତି ପ୍ରତ୍ୟାହାର କାହିଁକି କରା ନ ଯିବ ସମ୍ପର୍କିତ ନୋଟିସ ଜାରି କରାଯାଇଛି।
ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ NCERT ନିୟମାନୁଯାୟୀ ପାଠପଢ଼ାକୁ ସଠିକ ଦିଗରେ କାର୍ଯ୍ୟକାରୀ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଅଭିଭାବକ ମହାସଂଘ ଶିକ୍ଷା ବିଭାଗ ସମ୍ମୁଖରେ ଆମରଣ ଅନଶନରେ ବସିଥିଲା । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଆମରଣ ଅନଶନ ସ୍ଥଗିତ ରଖାଯାଇଛି । ଏହାକୁ ନେଇ କହିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ