ETV Bharat / city

ନଟିଆ ଦେଉଛି କୋରୋନା ବାର୍ତ୍ତା, ଭିଡିଓ ସେୟାର କଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ - Corona Awareness

କୋରୋନା ସଚେତନତା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟର ପେଜରେ ୟୁଟୁବର ବହୁ ଚର୍ଚ୍ଚିତ ନଟିଆ କମେଡିର ଏକ ଭିଡିଓ ସେୟାର କରାଯାଇଛି । ଅଧିକ ପଢନ୍ତୁ...

Department of Health and Family Welfare shared another video of Natia on Corona Awareness
କୋରୋନା ସଚେତନତା ନେଇ ନଟିଆର ଆଉ ଏକ ଭିଡିଓ ସେୟାର କଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
author img

By

Published : Apr 25, 2020, 4:44 PM IST

Updated : Apr 26, 2020, 10:47 AM IST

ଭୁବନେଶ୍ବର: କୋରୋନା କବଳରେ କବଳିତ ଏବେ ସାରା ବିଶ୍ବ । ଏହାର ପ୍ରତିହତ ପାଇଁ ଏଯାବ୍‌ତ କୌଣସି ଔଷଧ କିମ୍ବା ଟୀକା ବାହାରିନାହିଁ । ହେଲେ ଏହି ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଓ ବିଭିନ୍ନ ରାଜ୍ୟର ସରକାର ଦେଶରେ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଯଥାସମ୍ଭବ ଲୋକଙ୍କୁ ବିଭିନ୍ନ ଉପାୟରେ ଏହି ମହାମାରୀରୁ ବର୍ତ୍ତିବା ପାଇଁ ସଚେତନ କରାଯାଉଛି ।

ନଟିଆ ଦେଉଛି କୋରୋନା ବାର୍ତ୍ତା, ଭିଡିଓ ସେୟାର କଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଏହି କ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟର ପେଜରେ ୟୁଟୁବର ବହୁ ଚର୍ଚ୍ଚିତ ନଟିଆ କମେଡିର ଏକ ଭିଡିଓ ସେୟାର କରାଯାଇଛି । ଉକ୍ତ ଭିଡିଓରେ ନଟିଆ ସାମାଜିକ ଦୂରତା ଏବଂ କୋରୋନା ଠାରୁ ନିଜ ପରିବାରକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ଭିଡିଓଟି ସେୟାର କରିବା ସହ ଏହାର କ୍ୟାପସନରେ ଲେଖିଛି ଯେ, ସାମାଜିକ ଦୂରତା ବଜାୟ ରଖି କୋରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ସହ ନିଜକୁ, ନିଜ ପରିବାରକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ । ଆସନ୍ତୁ , ସମସ୍ତେ ସଚେତନ ହୋଇ ମହାମାରୀ କୋରୋନାର ଦୃଢ଼ ମୁକାବିଲା କରିବା ।

ପ୍ରକାଶ ଥାଉ କି ପୂର୍ବରୁ ମଧ୍ୟ ନଟିଆରେ ଏକ କୋରୋନା ସଚେତନତାମୂଳକ ଭିଡିଓକୁ ବିଭାଗର ଟ୍ବିଟର ପେଜ୍‌ରେ ସେୟାର କରାଯାଇଥିଲା ।

ସୌଜନ୍ୟ @HFWOdisha

Last Updated : Apr 26, 2020, 10:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.