ଭୁବନେଶ୍ବର: କ୍ରିଟିକାଲ କାଟେଗୋରୀରେ ସାମିଲ ହେଲା କୃଷି ଓ ସମବାୟ ବିଭାଗ । ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା କ୍ରିଟିକାଲ, ଆଂଶିକ କ୍ରିଟିକାଲ ଓ ନନ କ୍ରିଟିକାଲ ଡିପାର୍ଟମେଣ୍ଟ ତାଲିକାରେ ସଂଶୋଧନ କରାଯାଇଛି ।


କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସମବାୟ ବିଭାଗକୁ କ୍ରିଟିକାଲ କାଟାଗୋରୀରେ ରଖାଯାଇଛି । ଚାଷ ସିଜିନ ଆସୁଥିବାରୁ ଲକଡାଉନରୁ ଏହାକୁ ବାଦ ଦିଆଯାଇଛି । ତେଣୁ ସିଜିନ ଆରମ୍ଭ ହେବା ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରାଯିବ । ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ