ETV Bharat / city

ରାଜଧାନୀରେ ମଶାଙ୍କ ଦୌରାତ୍ମ୍ୟ, ଡେଙ୍ଗୁରେ 6 ଆକ୍ରାନ୍ତ - ଡେଙ୍ଗୁ ରୋଗ

ରାଜଧାନୀରେ ବଢ଼ୁଛି ଡେଙ୍ଗୁ ସଂକ୍ରମଣ । ଗତକାଲି ସୁଦ୍ଧା 6 ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ 20 ଜଣଙ୍କର ସାମ୍ପଲ ପରୀକ୍ଷା ପାଇଁ ଯାଇଛି । ଅଧିକ ପଢନ୍ତୁ...

Dengue in captal of odisha 6 died
Dengue in captal of odisha 6 died
author img

By

Published : Jul 5, 2021, 4:47 PM IST

Updated : Jul 5, 2021, 4:59 PM IST

ଭୁବନେଶ୍ବର: ରାଜଧାନୀରେ ବଢ଼ୁଛି ଡେଙ୍ଗୁ ସଂକ୍ରମଣ । ବର୍ତ୍ତମାନ ମଶାଙ୍କ ବଂଶ ବୃଦ୍ଧିର ଋତୁ । ଗତକାଲି ସୁଦ୍ଧା 6 ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ 20 ଜଣଙ୍କର ସାମ୍ପଲ ପରୀକ୍ଷା ପାଇଁ ଯାଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜଧାନୀରେ ମଶାଙ୍କ ଦୌରାତ୍ମ୍ୟ, ଡେଙ୍ଗୁରେ 6 ଆକ୍ରାନ୍ତ

ରାଜଧାନୀରେ ଡେଙ୍ଗୁ ନେଇ ଚାଲିଛି ଟେଷ୍ଟ। ବର୍ତ୍ତମାନ ସ୍ଥିତିରେ ମଶାଙ୍କ ବଂଶ ବୃଦ୍ଧିର ଋତୁ। ଏଥିରେ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ବଢ଼େ। ଡେଙ୍ଗୁ ବାହାରିଥିବା ଭୁବନେଶ୍ବରରେ ରିପୋର୍ଟ ହୋଇଛି। ବିଶେଷ କରି ଶୈଳେଶ୍ରୀ ବିହାର ଓ କଳ୍ପନା ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ କିଛି ଲୋକଙ୍କର ପରୀକ୍ଷା କରାଯାଇଛି। ସେମାନଙ୍କର ଦାୟିତ୍ବ ନିଆଯାଇ ଚିକିତ୍ସା କରାଯାଉଛି । ଯେଉଁ ଅଞ୍ଚଳରେ ଡେଙ୍ଗୁ ଅତ୍ୟଧିକ ବାହାରିଛି, ସେହି ଅଞ୍ଚଳରେ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଉଚିତ ପଦକ୍ଷେପ ନିଆଯାଉଛି।

ଗତକାଲି ସୁଦ୍ଧା 6 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । 20 ଜଣଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ଅନ୍ୟ କେଉଁଠି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Jul 5, 2021, 4:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.