ETV Bharat / city

କାୟା ମେଲୁଛି ଡେଙ୍ଗୁ, ମାଲକାନଗିରିରେ ସର୍ବାଧିକ ଆକ୍ରାନ୍ତ

author img

By

Published : Jun 24, 2022, 5:36 PM IST

ଡେଙ୍ଗୁ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ 5 ମହାନଗର ନିଗମ ସମେତ ସମସ୍ତ ଜିଲ୍ଲାକୁ ଚିଠି । ରାଜ୍ୟରେ 4088 ଡେଙ୍ଗୁ ପରୀକ୍ଷା ହେଇଛି ସେଥିରୁ 197 ଡେଙ୍ଗୁ ପଜେଟିଭ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରାଜ୍ୟରେ ଉପର ମୁହାଁ ହେଉଛି । ମାଲକାନଗିରିରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ । ଅଧିକ ପଢନ୍ତୁ

dengue-cases-increased-in-odisha
ଡେଙ୍ଗୁ ରାଜ୍ୟରେ ଉପର ମୁହାଁ ହେଉଛି;ମାଲକାନଗିରିରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ବର: ଡେଙ୍ଗୁ ରାଜ୍ୟରେ ଉପର ମୁହାଁ ହେଉଛି । ଡେଙ୍ଗୁ ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ 5 ମହାନଗର ନିଗମ ସମେତ ସମସ୍ତ ଜିଲ୍ଲାକୁ ଚିଠି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 4088 ଡେଙ୍ଗୁ ପରୀକ୍ଷା ହେଇଛି । ସେଥିରୁ 197 ଡେଙ୍ଗୁ ପଜେଟିଭ ଚିହ୍ନଟ କରାଯାଇଛି । ମଶାର ବ୍ରିଡିଂ ସୋର୍ସ ବନ୍ଦ କରାଯିବା ନେଇ ସବୁ ସତର୍କତା ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।

ମାଲକାନଗିରିରେ ଡେଙ୍ଗୁ ସର୍ବାଧିକ ହୋଇଥିବାବେଳେ ଡେଙ୍ଗୁ ମୃତ୍ୟୁ ଏପର୍ଯ୍ୟନ୍ତ ହେଇନାହିଁ । ଗତକାଲି ସୁଦ୍ଧା ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ମାଲକାନଗିରିରେ 57, ଖୋର୍ଦ୍ଧାରେ 55, କୋରାପୁଟରେ 37, ପୁରୀରେ 18, ରାୟଗଡ଼ାରେ 5, ଭଦ୍ରକରେ 4, ନୟାଗଡରେ 3,କଟକ ଓ ଜଗତସିଂହପୁରରେ 2, ଗଜପତି ,ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସବୁ ହସ୍ପିଟାଲକୁ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ଼ ପ୍ରସ୍ତୁତ ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ପ୍ରଭାବଶାଳୀ ନିୟନ୍ତ୍ରଣ ପଦକ୍ଷେପ ଆବଶ୍ୟକ ଗ୍ରହଣ କରିବା ସହ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ମାମଲାଗୁଡ଼ିକର ଠିକ ସମୟରେ ପରିଚାଳନା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ମୃତ୍ୟୁକୁ ରୋକିବା ପାଇଁ ସମ୍ପ୍ରଦାୟରେ ତୁରନ୍ତ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରିବା ସହ ସମ୍ଭାବ୍ୟ ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଷେଧକ ତଥା ସକ୍ରିୟ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.