ETV Bharat / city

ରାଜ୍ୟରେ ଅଣାୟତ ଡେଙ୍ଗୁ, ଚିହ୍ନଟ ହେଲେଣି ୪୨୭ ରୋଗୀ

author img

By

Published : Jul 27, 2021, 3:48 PM IST

ରାଜ୍ୟରେ ଡେଙ୍ଗୁରେ 427 ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଲୋକଙ୍କୁ ସଚେତନ ହେବା ପାଇଁ ନିବେଦନ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏହା ସହ ସାତ ଦିନରୁ ଅଧିକ ପାଣି ଜମିଲେ ଡେଙ୍ଗୁ ମଶା ବ୍ୟାପିବାର ସମ୍ଭାବନା ରହିଛି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

dengue cases increased in bhubaneswar
ରାଜ୍ୟରେ ଡେଙ୍ଗୁ ଅଣାୟତ, ଚିହ୍ନଟ ହେଲେଣି ୪୨୭ ଡେଙ୍ଗୁ ରୋଗୀ

ଭୁବନେଶ୍ବର: ରାଜ୍ୟରେ କୋରୋନା ପରେ ଏବେ ଡେଙ୍ଗୁ ଚିନ୍ତା। ରାଜ୍ୟରେ ଡେଙ୍ଗୁରେ 427 ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଡେଙ୍ଗୁ ରୋଗ ପ୍ରତି ସଚେତନ ହେବାକୁ ଅନୁରୋଧ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ।

ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଗତକାଲି ସୁଦ୍ଧା ଭୁବନେଶ୍ବରରେ 276 ଡେଙ୍ଗୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ 427 ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗତ 30 ତାରିଖ ଠାରୁ ଭୁବନେଶ୍ବରରେ ଡେଙ୍ଗୁ ମାମଲା ବଢୁଛି। ବର୍ତ୍ତମାନ ପ୍ରାୟ ପ୍ରତିଦିନ 15 ରୁ 20 ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଚାଲିଛି। ଏହା ଚିନ୍ତାଜନକ ନୁହେଁ। ଡେଙ୍ଗୁ ମୄତ୍ୟୁ ନେଇ ପ୍ରଶ୍ନର ଉତ୍ତରରେ କହିଲେ ଏହା ଘରୋଇ ହସ୍ପିଟାଲରେ ହୋଇଛି। ଏନେଇ କୌଣସି ରିପୋର୍ଟ ଆସିନାହିଁ ବୋଲି ଜନସ୍ବାସ୍ଥ୍ୟ ନିରର୍ଦ୍ଦେଶକ କହିଛନ୍ତି।

ସମସ୍ତେ ସଚେତନ ହୁଅନ୍ତି। ଘର ଚାରିପାଖେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ମଶା ଯେମିତି ନ କାମୁଡ଼ିବ ସେ ନେଇ ବ୍ୟବସ୍ଥା କରନ୍ତୁ। ଫୁଲ ପ୍ୟାଣ୍ଟ ଓ ସାର୍ଟ ପିନ୍ଧନ୍ତୁ। ମଶା କଏଲ ଘରେ ଲଗାନ୍ତୁ। ବିଏମସି ତରଫରୁ ମଶା ମରା ଅଭିଯାନ ଚାଲିଛି। ସାତ ଦିନରୁ ଅଧିକ ପାଣି ଜମିଲେ ଡେଙ୍ଗୁ ମଶା ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ସପ୍ତାହକୁ ଥରେ ଘର ଚାରିପଟ ପାଣି ସଫା କରନ୍ତୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.