ETV Bharat / city

ରାଜଧାନୀରେ ଗଡିଲା ଡେଙ୍ଗୁ ସଚେତନତା ରଥ

author img

By

Published : Aug 2, 2021, 7:47 PM IST

Updated : Aug 3, 2021, 7:12 AM IST

ରାଜଧାନୀରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଡେଙ୍ଗୁ ନିୟନ୍ତ୍ରଣ । ଆଉ ଡେଙ୍ଗୁ ନିୟନ୍ତ୍ରଣାଧୀନ କରିବାରେ ଦିନ ରାତି ଏକ କରି ୱାର୍ଡରୁ ୱାର୍ଡ ଯାଏଁ ରାଜଧାନୀବାସୀଙ୍କୁ ସଚେତନ କରାଉଛି ବିଏମସି । ଅଧିକ ପଢନ୍ତୁ...

ରାଜଧାନୀରେ ଗଡିଲା ଡେଙ୍ଗୁ ସଚେତନତା ରଥ
ରାଜଧାନୀରେ ଗଡିଲା ଡେଙ୍ଗୁ ସଚେତନତା ରଥ

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ସଚେତନତା ପାଇଁ ଜୟ ଓଡିଶା ସ୍ବେଚ୍ଛାସେବୀ ସଙ୍ଗଠନ ଓ ବିଏମସିର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଆଉ ଏନେଇ ଭୁବନେଶ୍ବରର ବିଭିନ୍ନ ଜାଗାରେ ସଚେତନତା ରଥ ଗଡ଼ିବା ସହ ଧୂଆଁ ଦେବା ମେସିନ(ଟିଫା) ସାହାଯ୍ୟରେ ଧୂଆଁ ଛାଡି ବିଭିନ୍ନ ଅଞ୍ଚଳରେ ସଚେତନ କରାଯାଇଛି । ଏଥି ପାଇଁ ପୂର୍ଣ୍ଣ ସହାୟତା କରିଛି ଜୟ ଓଡିଶା ସଙ୍ଗଠନ। ଯେପରି ରାଜଧାନୀବାସୀ ସୁରକ୍ଷିତ ରହିବେ, ସେଥିପାଇଁ ବିଏମସି ଅହରହ କାର୍ଯ୍ୟକ୍ରମ ଜାରି ରଖିଛି ।

ରାଜଧାନୀରେ ଗଡିଲା ଡେଙ୍ଗୁ ସଚେତନତା ରଥ

ସେପଟେ ବିଏମସି ପାଖରେ ମେସିନ ଓ ବିଭିନ୍ନ ସରଞ୍ଜାମ ମାଧ୍ୟମରେ କାର୍ଯ୍ୟକ୍ରମ ଆଗକୁ ବଢ଼ାଉଛି । ସେଥିପାଇଁ ଲୋକମାନେ ସଚେତନ ହୁଅନ୍ତୁ ଓ ବିଭିନ୍ନ ଜାଗାରେ ଯେପରି ପାଣି ନ ଜମିବ, ସେଥିପ୍ରତି ଯତ୍ନବାନ ହୁଅନ୍ତୁ ବୋଲି କହିଛନ୍ତି ବିଏମସିର ଅତିରିକ୍ତ କମିଶନର ।

ସେପଟେ ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା ଓଡିଶା ମୋ ପରିବାରର ଅରୂପ ପଟ୍ଟନାୟକ ଓ ଜୟ ଓଡ଼ିଆର ସଭାପତି ରୁଦ୍ର ସାମନ୍ତରାୟ, ଜେଡିସି ଅଂଶୁମାନ ରଥ ପ୍ରମୁଖ ଉପସ୍ଥିତ ରହି ସଚେତନ ରଥକୁ ଫ୍ଲାଗ ମାଧ୍ୟମରେ ଉଦଘାଟନ କରିଛନ୍ତି ।

ସେପଟେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସଚେତନତା ସହ ମଶାତେଲ ଓ ବ୍ଲିଚିଙ୍ଗ୍ ପକାଇଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ।

ଏନେଇ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟ ନିର୍ବାଚନ ମଣ୍ଡଳୀର ୟୁନିଟ-୨ ପଟେଲ ବସ୍ତି, ଅଶୋକ ନଗର ଫଳ ଗୋଦାମ, ଫାଳିକିଆ ବଜାର ଓ କଳ୍ପନା ଛକ କଦଳୀ ଗୋଦାମ ଅଞ୍ଚଳର ଅପରିସ୍କୃତ ସ୍ଥାନରେ ମଶାତେଲ ଓ ବ୍ଲିଚିଙ୍ଗ୍ ପାଉଡର ପକାଯାଇ ଲୋକଙ୍କୁ ଡେଙ୍ଗୁ ବିଷୟରେ ସଚେତନା କରାଯାଇଛି ।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଛନ୍ତି ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମର ଖାମଖିଆଲି ମନୋଭାବ ଏବଂ ଅପାରଗତା ଯୋଗୁଁ ଭୁବନେଶ୍ୱରରେ ଶହଶହ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେବା ସହ ଡେଙ୍ଗୁରେ ମୃତ୍ୟୁ ଘଟିଛି । ବର୍ତମାନ ଭୁବନେଶ୍ୱର ଜନସାଧାରଣ କରୋନା ମହାମାରୀରେ ବ୍ୟଥିତ ଥିଲାବେଳେ ଡେଙ୍ଗୁ ମହାମାରୀର ଭୟାବହତା ଲୋକଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି । ପୂର୍ବରୁ ଆମେ ବିଏମସି କମିଶନରଙ୍କୁ ପାଣି ଜମିଥିବା ଅପରିଷ୍କୃତ ସ୍ଥାନରେ ମଶାତେଲ, ଧୂଆଁ ପ୍ରୟୋଗ ଏବଂ ସଫେଇ ବ୍ୟବସ୍ଥା କରିବା ପାଇଁ ଦାବିପତ୍ର ଦେବା ସତ୍ତ୍ବେ ବିଏମସି ଏହାକୁ କର୍ଣ୍ଣପାତ କଲା ନାହିଁ ।

ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆଖିଆଗରେ ରଖି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଆଜି ଏହି କାର୍ଯ୍ୟକ୍ରମକୁ ହାତକୁ ନେଇ ଲୋକଙ୍କୁ ସଚେତନ କରାଇବା ସହ ଚିହ୍ନିତ ଅପରିଷ୍କୃତ ଅଞ୍ଚଳରେ ମଶାତେଲ ଓ ବ୍ଲିଚିଙ୍ଗ ପ୍ରୟୋଗ କରିଛି । ଆଗାମୀ ଦିନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଚିହ୍ନିତ ସ୍ଥାନମାନଙ୍କରେ ଅନୁରୂପ ଭାବେ କାର୍ଯ୍ୟକ୍ରମ ଜାରିରହିବ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ମୋହନ ଜେନା, ସୁବ୍ରତ ମହାପାତ୍ର,ଦୀପକ ମହାପାତ୍ର, ଦେବରାଜ ମିଶ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି,ସୁଶାନ୍ତ ତ୍ରିପାଠୀ, ମିହିର ଆଚାର୍ଯ୍ୟ, ଇନ୍ଦ୍ରଜିତ ପରିଡ଼ା, ସେକ୍ ଆବତାବ ଅଲ୍ଲି, ଶ୍ରୀଧର ବଳିଆର ସିଂ, ଅକ୍ଷୟ ଦାସ, ସଞ୍ଜୀବ ମହାନ୍ତି, ଶ୍ରିୟା ପଣ୍ଡା, କୁସୁମ ପ୍ରଧାନ, ସିପ୍ରା ସେନାପତି, ରଜନୀ ମହାନ୍ତି, ଏମଡି ଶାହାଦୁଲ୍ଲା, ଶେକ ତାକୱିମ, ନିୟାଜୁଲ ଇସଲାମ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Aug 3, 2021, 7:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.